Jhansi Rani das
Contact information, map and directions, contact form, opening hours, services, ratings, photos, videos and announcements from Jhansi Rani das, Digital creator, IRC, Naypali, Bhubaneswar.
Advocate at High Court Of Odisha⚖️🇮🇳 Odisha High Court Bar Association Cuttack / Social Activist / SarbajitaFoundation /ShantiSeva Memorial Foundation /Youth Leader / Anandapur Constituency / Women With Voice /सत्यमेव जयते / धर्मो रक्षति रक्षितः 🚩🙏🏻
04/10/2026
ସୌନ୍ଦର୍ଯ୍ୟ କେବଳ ମୁହଁରେ ନୁହେଁ, ଚିନ୍ତାଧାରାରେ ଥାଏ।
ନେତୃତ୍ୱ କେବଳ ଆଗରେ ଚାଲିବା ନୁହେଁ, ସମାଜ ପାଇଁ ଆଗେଇ ଆସିବା।
ସେବାରେ ସନ୍ତୋଷ, ନେତୃତ୍ୱରେ ଦାୟିତ୍ୱ—ଏହି ହେଉ ଜୀବନର ପରିଚୟ🙏🏻
କେନ୍ଦୁଝର ଆନନ୍ଦପୁର ଶାଳଣିଆ ପଞ୍ଚାୟତ ଅନ୍ତର୍ଗତ ମନହରପୁର ଗାଁ ଆଉ ତାର ବାସ୍ତବତା
🔹 ଗାଁକୁ ଯିବା ପାଇଁ ଭଲ ରାସ୍ତା ନାହିଁ।
🔹 ଅନେକ ଲୋକଙ୍କ ମୁଣ୍ଡ ଉପରେ ନିଜସ୍ୱ ପକ୍କା ଘର ନାହିଁ।
🔹 ମୌଳିକ ସରକାରୀ ସୁବିଧା ଓ ଯୋଜନାର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚୁନାହିଁ।
Mohan Charan MajhiCMO Odisha
30/09/2026
ଆନନ୍ଦପୁର ସବ୍ଡିଭିଜନାଲ ମେଡିକାଲର ସ୍ୱଚ୍ଛତାକୁ ନେଇ ବଡ଼ ପ୍ରଶ୍ନ!
ଯେଉଁ ମେଡିକାଲ ଉପରେ ଆନନ୍ଦପୁର ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଚିକିତ୍ସା ପାଇଁ ନିର୍ଭର କରନ୍ତି, ସେଠାକାର ସ୍ୱଚ୍ଛତାର ଏଭଳି ଅବସ୍ଥା କାହିଁକି?
ଯଦି ପର୍ଯ୍ୟାପ୍ତ ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି, ତେବେ ମେଡିକାଲ ପରିସରରେ ଏଭଳି ଅସ୍ୱଚ୍ଛ ପରିବେଶ କାହିଁକି ଦେଖାଯାଉଛି?
ଏହି ମେଡିକାଲକୁ କେବଳ ଆନନ୍ଦପୁର ନୁହେଁ, ଦୂରଦୂରାନ୍ତରୁ ମଧ୍ୟ ଲୋକ ଚିକିତ୍ସା ପାଇଁ ଆସନ୍ତି। ଏଭଳି ସ୍ଥାନରେ ସ୍ୱଚ୍ଛତା ଓ ସୁସ୍ଥ ପରିବେଶ ରହିବା ଅତ୍ୟନ୍ତ ଜରୁରୀ।
ଅନେକଥର ଅଭିଯୋଗ ଓ ଅବଗତ କରାଯାଇଥିଲେ ମଧ୍ୟ ଯଦି ସ୍ଥିତିରେ ପରିବର୍ତ୍ତନ ଆସୁନାହିଁ, ତେବେ ଦାୟିତ୍ୱ କାହାର?
ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତୁରନ୍ତ ଧ୍ୟାନ ଓ ଆବଶ୍ୟକ ପଦକ୍ଷେପ ନିଆଯିବା ଦରକାର।
ଏହା ଅଭିଯୋଗ ନୁହେଁ, ଏହା ଜନସାଧାରଣଙ୍କ ଅଧିକାରର ପ୍ରଶ୍ନ।
ସ୍ୱଚ୍ଛ ମେଡିକାଲ, ସୁସ୍ଥ ପରିବେଶ—ଏହା ଲୋକଙ୍କ ଅଧିକାର, କାହାର ଦୟା ନୁହେଁ।
Mohan Charan MajhiCMO OdishaDistrict Administration Kendujhar,Odisha Sub-Collector Anandapur Office
28/09/2026
ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ଦ୍ଵାରା ଅୟୋଜିତ ନୂଆଖାଇ ଭେଟଘାଟ ବଂଧୂ ମିଳନ କାର୍ଯ୍ୟକ୍ରମ ଭୁବନେଶ୍ଵର ଉତ୍ତରା ଛକ ନିକଟ ସରଦେଇପୁର ପିଡବ୍ଲୁଡି ଡାକବଙ୍ଗଳା ଠାରେ ଅନୁଷ୍ଠିତ ପ୍ରୋଗ୍ରାମରେ ଯୋଗ ଦେଇଥିଲୁ । ଏହି ନୂଆଖାଇ ଭେଟଘାଟ ବଂଧୂ ମିଳନ କାର୍ଯ୍ୟକ୍ରମ ରେ ଓଡିଶା ର ସମସ୍ତ ଜିଲ୍ଲାରୁ ପାଞ୍ଚ ଶହରୁ ଊର୍ଦ୍ଧ୍ବ ଚାଷୀ ନେତା ମାନେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ ଓ ଓଡ଼ିଶାର ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ସରକାରଙ୍କ ଜନ କଲ୍ଯାଣ କାରୀ ଯୋଜନାର ସଫଳତା କିପରି ଭାବରେ ଲୋକକଂ ପାଖରେ ପହଞ୍ଚିବ ସେଥିପାଇଁ ସମସ୍ତେ କାମ କରିବା ପାଇଁ ଆହ୍ବାନ ଦେଇଥିଲେ। ବିରୋଧୀ ଦଳ ଡବଲ ଇଞ୍ଜିନ ସରକାର କୁ ବଦନାମ କରିବା ପାଇଁ ବିଭିନ୍ନ ଷଡଯନ୍ତ୍ର ଓ ଅପପ୍ରଚାରକୁ ମୁକାବିଲା କରିବା ପାଇଁ କହିଥିଲେ। ଦେଶରେ ବିଶୃଙ୍ଖଳା ଓ ଅସ୍ଥିରତା ସୃଷ୍ଟି କରିବା ପାଇଁ ବିରୋଧୀ ଦଳର ଉଦ୍ୟମ କୁ ମୁକାବିଲା କରିବା ସହିତ ଏହାର ପ୍ରତିରୋଧ କରିବା ପାଇଁ ଶ୍ରୀ ମହେଶ୍ୱର ସାହୁ ଉପସ୍ଥିତ ଚାଷୀ ମାନଙ୍କୁ ତାଙ୍କର ଭାଷଣରେ କହିଥିଲେ।
Mohan Charan MajhiManas MohantyCMO OdishaManmohan SamalNarendra ModiDharmendra PradhanVijaypal Singh TomarAmit Shah
Maheswar Sahoo
26/09/2026
ବିକଶିତ ଭାରତ ସଙ୍କଳ୍ପର ସଂସ୍ଥାପକ ଡ଼ଃ ମହେଶ ଶର୍ମାଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଲା। ତାଙ୍କ ସହ ଦେଶର ବିକାଶ, ଯୁବଶକ୍ତିର ଭୂମିକା ଏବଂ ବିକଶିତ ଭାରତ ଗଠନର ସଙ୍କଳ୍ପ ନେଇ ଫଳପ୍ରସୁ ଆଲୋଚନା ହେଲା। ଏହି ସାକ୍ଷାତକାର ନୂତନ ଚିନ୍ତା, ପ୍ରେରଣା ଓ ଆଗାମୀ ଦିନ ପାଇଁ ନୂଆ ଉତ୍ସାହ ଦେଇଛି।
କେନ୍ଦୁଝର ଆନନ୍ଦପୁର ଶାଳଣିଆ ପଞ୍ଚାୟତ ଅନ୍ତର୍ଗତ ମନହରପୁର ଗାଁକୁ ଯାଇ ସେଠାକାର ଲୋକମାନଙ୍କ ସହ ସିଧାସଳଖ ମିଶିବାର ସୁଯୋଗ ମିଳିଲା। କାଗଜପତ୍ରରେ ଉନ୍ନତିର ଅନେକ କଥା ଥାଇପାରେ, କିନ୍ତୁ ଗାଁ ମାଟିରେ ପାଦ ରଖିଲେ ବାସ୍ତବତା କେତେ ଭିନ୍ନ, ତାହା ଅନୁଭବ କରିହୁଏ।
ବିଶେଷକରି ଦଳିତ ଓ ପଛୁଆ ବର୍ଗର ଅନେକ ପରିବାର ଆଜି ବି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। କାହାର ପକ୍କା ଘର ନାହିଁ, କାହାର ଶୌଚାଳୟ ନାହିଁ, ତ ଆଉ କେଉଁଠି ଗାଁର ରାସ୍ତା ଚାଲିବା ଯୋଗ୍ୟ ନୁହେଁ।
ଏସବୁ କେବଳ ସମସ୍ୟା ନୁହେଁ—ଏହା ଅନେକ ପରିବାରର ଦୈନନ୍ଦିନ ଜୀବନର ସତ୍ୟ।
ସେମାନଙ୍କ ଘରେ ବସି, ସେମାନଙ୍କ କଥା ଶୁଣିବା ବେଳେ ମନରେ ଗୋଟିଏ ପ୍ରଶ୍ନ ଆସିଲା—ଯେତେବେଳେ ଉନ୍ନତି ସମସ୍ତଙ୍କ ପାଇଁ, ତେବେ ଏହି ପରିବାରଗୁଡ଼ିକ ଏବେ ବି ପଛରେ କାହିଁକି?
ମନହରପୁରୁର ଲୋକମାନେ କାହାଠାରୁ ଦୟା ଚାହୁଁନାହାନ୍ତି। ସେମାନେ ଚାହୁଁଛନ୍ତି ନିଜର ଅଧିକାର, ସମ୍ମାନ ଏବଂ ମୌଳିକ ସୁବିଧା।
ସେଥିପାଇଁ ମୁଁ ଚେଷ୍ଟା କରିଛି ଗାଁର ଏହି ବାସ୍ତବ ଚିତ୍ରକୁ ପ୍ରଶାସନ ଓ ସ୍ଥାନୀୟ ନେତୃତ୍ୱଙ୍କ ସମ୍ମୁଖରେ ରଖିବାକୁ। କାରଣ ଲୋକଙ୍କ ସମସ୍ୟା ବୁଝିବା ପାଇଁ କେବଳ ଅଫିସରେ ବସିଲେ ହେବ ନାହିଁ—ଲୋକଙ୍କ ପାଖକୁ ଯିବାକୁ ପଡ଼ିବ, ସେମାନଙ୍କ ଘର ଦୁଆରରେ ଠିଆ ହେବାକୁ ପଡ଼ିବ, ସେମାନଙ୍କ ଦୁଃଖ ଶୁଣିବାକୁ ପଡ଼ିବ।
ମନହରପୁରୁ ଆମକୁ ମନେ ପକାଇଦେଲା—ଉନ୍ନତିର ଅର୍ଥ କେବଳ ବଡ଼ ବଡ଼ ରାସ୍ତା କିମ୍ବା କୋଠା ନୁହେଁ। ଉନ୍ନତି ସେତେବେଳେ ସାର୍ଥକ ହେବ, ଯେତେବେଳେ ଗାଁର ଶେଷ ପରିବାରଟିଏ ବି ସମ୍ମାନର ସହ ବଞ୍ଚିପାରିବ।
ଏହି ଲୋକମାନଙ୍କ ସ୍ୱର ଶୁଣାଯାଉ।
ସେମାନଙ୍କ ଅଧିକାର ସେମାନଙ୍କ ପାଖରେ ପହଞ୍ଚୁ।
ଏବଂ ମନୋର୍ପୁର ମଧ୍ୟ ଉନ୍ନତିର ମୁଖ୍ୟସ୍ରୋତରେ ସମାନ ଭାବେ ସାମିଲ ହେଉ।
ଲୋକଙ୍କ ପାଖକୁ ଯିବାର ଏହି ପ୍ରୟାସ ଜାରି ରହିବ🙏🏻
Mohan Charan MajhiCMO OdishaDistrict Administration Kendujhar,Odisha
22/09/2026
ଆନନ୍ଦପୁରର ଡ୍ରିମ୍ସ କ୍ଲବ୍ର ଯୁବକ ଭାଇମାନଙ୍କ ଦ୍ୱାରା ଆୟୋଜିତ ପବିତ୍ର ଗଣେଶ ପୂଜାରେ ଯୋଗଦେଇ ଶ୍ରୀ ଗଣପତିଙ୍କ ଆଶୀର୍ବାଦ ଲାଭ କଲି।
ପ୍ରଭୁ ଶ୍ରୀ ବିନାୟକଙ୍କ ନିକଟରେ ସମସ୍ତଙ୍କ ଜୀବନରେ ଆନନ୍ଦ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିବା ସହିତ ଆମ ଯୁବକ ଭାଇମାନଙ୍କୁ ସଦ୍ବୁଦ୍ଧି, ସତ୍ମାର୍ଗ ଓ ସଫଳତା ପ୍ରଦାନ କରିବା ପାଇଁ ପ୍ରାର୍ଥନା କଲି। 🙏
ଗଣପତି ବାପ୍ପା ମୋରିଆ! 🌺
ମଙ୍ଗଳମୂର୍ତ୍ତି ମୋରିଆ! 🪔
21/09/2026
ସମାଜ ଆମକୁ କ’ଣ ଦେଲା ନୁହେଁ, ଆମେ ସମାଜ ପାଇଁ କ’ଣ କଲେ—ସେଇଟା ଗୁରୁତ୍ୱପୂର୍ଣ୍ଣ।
ଶୁଭ ସନ୍ଧ୍ୟା🙏🏻
20/09/2026
ଆନନ୍ଦପୁର ବାବା ଝାଡ଼େଶ୍ୱର ୟୁଥ୍ କ୍କ୍ଲବର ପୂଜା କମିଟି ପକ୍ଷରୁ ଆୟୋଜିତ ଗଣପତି ବାବାଙ୍କ ପୂଜାରେ ଯୋଗଦେବାର ସୁଯୋଗ ମୋତେ ମିଳିଲା। ଏହି ଅବସରରେ କ୍ଲବର ଯୁବକ ଭାଇମାନଙ୍କ ସହିତ ମିଶିବା ଏବଂ ସେମାନଙ୍କର କାର୍ଯ୍ୟଧାରାକୁ ନିକଟରୁ ଦେଖିବାର ସୁଯୋଗ ପାଇ ମୁଁ ଅତ୍ୟନ୍ତ ଖୁସି ଅନୁଭବ କଲି।
ଏହି କ୍ଲବର ପ୍ରତ୍ୟେକ ଯୁବକଙ୍କ ମଧ୍ୟରେ ଦେଶ ଓ ସମାଜ ପ୍ରତି ସମର୍ପଣର ଭାବନା ଦେଖିବାକୁ ମିଳେ। ସଂଘର ନୀତି ଓ ଆଦର୍ଶକୁ ଆଧାର କରି ଏକତା, ଶୃଙ୍ଖଳା ଓ ସେବା ମନୋଭାବ ସହିତ ସେମାନେ ଆଗକୁ ବଢ଼ୁଛନ୍ତି।
ଆନନ୍ଦପୁର ଅଞ୍ଚଳ ପାଇଁ ସେମାନେ ବିଭିନ୍ନ ସାମାଜିକ ଓ ସେବାମୂଳକ କାର୍ଯ୍ୟ କରୁଥିବା ମୁଁ ଦେଖିଛି। ଗୋମାତାଙ୍କ ସେବା ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଓ ଜନସେବାମୂଳକ ପଦକ୍ଷେପରେ ସେମାନଙ୍କର ସକ୍ରିୟ ଭୂମିକା ରହିଛି। ନିଜ ଅଞ୍ଚଳ ଓ ସମାଜ ପାଇଁ କିଛି କରିବାର ଆଗ୍ରହ ସେମାନଙ୍କ ମଧ୍ୟରେ ସ୍ପଷ୍ଟ ଭାବେ ପରିଲକ୍ଷିତ ହୁଏ।
ଏହି ଯୁବକ ଭାଇମାନଙ୍କ ସହିତ କିଛି ସମୟ ବିତାଇବା ଏବଂ ସେମାନଙ୍କର ଦେଶପ୍ରେମ, ସେବା ଓ ସମର୍ପଣର ଭାବନାକୁ ଅନୁଭବ କରିବା ମୋ ପାଇଁ ଏକ ସୁନ୍ଦର ଅନୁଭୂତି ଥିଲା। ସେମାନଙ୍କର ଏହି ଉତ୍ସାହ, ଏକତା ଓ ସେବା ମନୋଭାବ ଆଗାମୀ ଦିନରେ ମଧ୍ୟ ଜାରି ରହୁ—ଏହା ମୋର ଆନ୍ତରିକ ଆଶା।
ଆନନ୍ଦପୁର ବାବା ଝାଡେଶ୍ୱର କ୍ଲବର ସମସ୍ତ ଯୁବକ ଭାଇମାନେ ଆହୁରି ଅଧିକ ସାମାଜିକ ଓ ସେବାମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି, ଅଞ୍ଚଳ ଓ ସମାଜର ଉନ୍ନତିରେ ନିଜର ଅବଦାନ ରଖନ୍ତୁ—ଏହି ଶୁଭକାମନା ସହିତ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା।
Mohan Charan MajhiManas MohantyManmohan SamalNarendra ModiDharmendra PradhanCMO OdishaVijaypal Singh Tomar
Category
Contact the business
Website
Address
IRC, Naypali
Bhubaneswar
751015
Alerts
Be the first to know and let us send you an email when Jhansi Rani das posts news and promotions. Your email address will not be used for any other purpose, and you can unsubscribe at any time.