VIRA
VIRACINEPRO a broàdcasting & media production unit having our own web tv channel, internet radio ch
VIRACINEPRO a broadcasting & media production unit.we have our own web channel, internet radio channel,audio visual recording studio.audio visual pre & post production unit available.official [email protected]. website-viracinepro.net.contact or whatsapp- 7008022508,8249883208.
23/05/2024
Contact for classes
16/01/2024
Coming soon....singer Anil bawra... recorded....vira cine production.... video...avi n team.stay tuned
Sai Samaagam
Religious Organisation
Undertaking by Shri Shri Shiridi Sai Jagaran Sanstha
SDG-80120/01 of 2012
12/07/2022
jay jagannath.here we come with a beautiful jagannath bhajan.... mun aasichi jagatare eka eka sung by anil bawra....music on Viracineproduction......video Avi and Team....please shower your love.... like comment n share
VIRA Cine Production | HD 1080p | Mun Asichi Jagatare Eka Eka | Anil Bawra singer - Anil Bawralyrics & composition - Ajay Roy recorded - Vira Cine ProductionAssociated - Viracineprorecordist -Ajay Royvideo - Avi and Teamcasting - An...
25/06/2022
ହେଲୋ ମୋ ନିଝୁମ ରାତିର ସୁଇଟ ଫ୍ରେଣ୍ଡସ। ମୁଁ ସୋମ ପୁଣିଥରେ ମୋ ବ୍ଲଗକୁ ଆପଣ ମାନଙ୍କୁ ସ୍ୱାଗତ କରୁଛି। ଏଥର ଏକ ସୁନ୍ଦର ମୋରାଲ ନଲେଜ ଥିବା ସଂସ୍କୃତ ଶ୍ଲୋକକୁ ଆପଣମାନଙ୍କ ପାଖକୁ ନେଇ ଆସିଛି।
ଏହି ଶ୍ଲୋକଟି ଆମେ ମାନେ ସ୍କୁଲ କି କଲେଜ ସମୟରେ ନିଶ୍ଚୟ ପଢିଥିବା। କେତେକ ବନ୍ଧୁଗଣ ଏହାକୁ ମନେ ରଖିଥିବେ ଆଉ କିଛି ବନ୍ଧୁ ବୋଧ ହୁଏ ଭୁଲି ଯାଇଥିବେ। ଯେଉଁ ବନ୍ଧୁମାନେ ଭୁଲି ଯାଇଛନ୍ତି ଆପଣଙ୍କ ସୋମ ସେମାନଙ୍କୁ ମନେ ପକାଇ ଦେବ।
ଯେଉଁମାନେ ମନେ ରଖିଛନ୍ତି ସେମାନଙ୍କୁ ସୋମର ବହତ ସାରା ପ୍ୟାର।
ତେବେ ଆସନ୍ତୁ ନା ଶ୍ଲୋକଟି କଣ ଓ ଏହାକୁ କିଏ ରଚନା କରିଛନ୍ତି ସେହି ମହାନ ପଣ୍ଡିତଙ୍କ ସମ୍ପର୍କରେ ଟିକେ ଜାଣି ନେବା।
ବନ୍ଧୁଗଣ ଶ୍ଲୋକଟିକୁ ମହାନ ପଣ୍ଡିତ ଚାଣକ୍ୟ ରଚନା କରିଛନ୍ତି। ଶ୍ଲୋକଟି ଆମ ବର୍ତ୍ତମାନ ସମାଜ ପାଇଁ ବେଶ ପ୍ରଯୁଜ୍ୟ।
ତେବେ ଆସନ୍ତୁ ପ୍ରଥମେ ଜାଣିନେବା ଏହି ସୁନ୍ଦର ଓ ମାନମୁଗ୍ଧକର ଶ୍ଲୋକଟି କଣ।
ଶ୍ଳୋକ
ହସ୍ତସ୍ୟ ଭୂଷଣମ ଦାନମ....
ସତ୍ୟମ କଣ୍ଠସ୍ୟ ଭୂଷଣମ.....
ସ୍ରୋତସ୍ୟ ଭୂଷଣମ ଶାସ୍ତ୍ରମ.....
ଭୂଷଣେଇ କିଂ ପ୍ରୟୋଜନମ.....
ବନ୍ଧୁଗଣ ମହାନ ପଣ୍ଡିତ ଚାଣକ୍ୟଙ୍କ ଏହି ଶ୍ଲୋକର ଅର୍ଥ ବହୁତ ଗହନ।
ଏହା ଆମମାନଙ୍କୁ ଢେର ସାରା ମୋରାଲ ନଲେଜ ଦେବ। ତେବେ ଆସନ୍ତୁ ଫଟାଫଟ ଜାଣିନେବା ଏହାର ମିନିଂ।
ବନ୍ଧୁଗଣ ଭୂଷଣ ଅର୍ଥ ଅଳଙ୍କାର। ହାତର ଭୂଷଣ ସୁନା ବ୍ରେସଲେଟ ପିନ୍ଧିବା ନୁହେଁ। ହାତର ଭୂଷଣ ହେଉଛି ଦାନ କରିବା। ଦାନ କଲେ ହାତର ଭୂଷଣ ଶୋଭାପାଏ। କିନ୍ତୁ ଆଜିକାଲି ଲୋକେ ହାତରେ ମୋଟା ମୋଟା ସୁନା ବ୍ରେସ ଲେଟ ପକାଇ ହାତର ଭୂଷଣକୁ ବୃଦ୍ଧି କରିବାରେ ବ୍ୟସ୍ତ ଅଛନ୍ତି। ଜୁଏଲାରୀରେ ପ୍ରତିଦିନ କୋଟି କୋଟି ଟଙ୍କାର ବ୍ରେସଲେଟ ବିକ୍ରି ହେଉଛି। ଲୋକେ ଖୁବ ଆନନ୍ଦରେ ଏହାକୁ କିଣି ଘରକୁ ଆଣୁଛନ୍ତି। କିନ୍ତୁ ଯଦି ସୁନା ଦୋକାନ ଆଗରେ ଭିକାରୀଟିଏ ଟଙ୍କାଟିଏ ଭିକ ମାଗୁଛି ତାଙ୍କୁ ଟଙ୍କାଟିଏ ଦାନ କରିବା ପାଇଁ ଆମ ହାତ ଯାଉ ନାହିଁ। ତେଣୁ ବନ୍ଧୁଗଣ ପ୍ରକୃତ ଭୂଷଣ କଣ ଆମେ ଜାଣି ପାରୁନାହୁଁ।
ଶେଷରେ ସେହି ଭୂଷଣ ପାଇଁ ଆମେ ବାଡ଼ିଆ ପିଟା ହେଉଛୁ। ଏହି ଭୂଷଣ ପାଇଁ ଆମ ଜୀବନ ଦୀପ ମଧ୍ୟ ଅନେକ ସମୟରେ ଲିଭି ଯାଉଛି। କାରଣ ଚୋର ଟସ୍କର ଏହାକୁ ଲୁଟିବା ପାଇଁ ଆମକୁ ହତ୍ୟା କରିବାକୁ ପଛାଉ ନାହାଁନ୍ତି। ତଥାପି ଏହି ମାୟାରୁପି ମଣିଷ ତାହାକୁ ବୁଝି ପାରୁନାହିଁ। ସେହି ମୂଲ୍ୟହୀନ ଭୂଷଣ ପଛରେ ଧାଇଁଛି।
ସେହିପରି କଣ୍ଠର ଭୂଷଣ ହେଉଛି ସତ୍ୟ କହିବା। କିନ୍ତୁ ଆମେ ଜୀବନ ସାରା ମିଛ କହୁଛେ ଓ ମୋଟା ମୋଟା ସୁନା ଚେନ ପକାଇ କଣ୍ଠର ଭୂଷଣ ବଢାଇବାକୁ ଚେଷ୍ଟା କରୁଛେ। କିନ୍ତୁ ବାସ୍ତବରେ କଣ୍ଠର ଭୂଷଣ କିଏ ଆମେ ସେ କଥା ଭୁଲି ଯାଉଛେ। ଆମେ ଯଦି ସତ କହିବା ତାହାହେଲେ ତାହା ଆମର ଭୂଷଣ ପାଲଟିବ। ହେଲେ ବହେ ମିଛ କହି ସୁନା ଚେନ ପକାଇଲେ ଜୀବନର ମୂଲ୍ୟବୋଧ ବଢିବ ନାହିଁ। ଶେଷରେ ସେହି ସୁନା ଚେନ ଜୀବନ ହାନିର କାରଣ ସାଜିବ।
କାରଣ ଲୁଟେରାଙ୍କ ନଜର ସୁନା ଚେନ ଉପରେ। ତେଣୁ ସୁନା ଚେନ ଲୁଟିବା ପାଇଁ ଲୁଟେରା ବା ଡକାୟତ ଆପଣଙ୍କ ଜୀବନ ନେବାକୁ ପଛାଇବ ନାହିଁ। ଏହି ଭୂଷଣ ପାଇଁ ଯଦି ଆମର ମୂଲ୍ୟବାନ ଜୀବନ ଦୀପ ଲିଭି ଯାଉଛି ତାହାହେଲେ ଆମେ ସେ ଭୂଷଣ ପଛରେ କାହିଁକି ଧାଇଁବା। ଯଦି ଆମେ ଯଦି ଜୀବନରେ ସତ କଥା କହିଥିବା ତାହାହେଲେ ସେହି ସତ୍ୟ ଆମକୁ ବହୁ ବିପଦରୁ ରକ୍ଷା କରିବ। କିନ୍ତୁ ମିଛ କହି ଟଙ୍କା ରୋଜଗାର କରି ସୁନା ହାର ପକାଇଲେ ତାହା ଆମ ଜୀବନ ହାନିର କାରଣ ସାଜିବ। ତେଣୁ ବନ୍ଧୁଗଣ ସମୟ ଥାଉ ଥାଉ ସଜାଗ ରହିବା। ସୁନା ଚେନ ବଦଳରେ ସତ କଥା କହି ଆମେ କଣ୍ଠର ଭୂଷଣ ବଢାଇବା।
ସେହିପରି କାନର ଭୂଷଣ ହେଉଛି ଶାସ୍ତ୍ର ଶୁଣିବା। ଶାସ୍ତ୍ର ଶୁଣିଲେ କାନର ଭୂଷଣ ବୃଦ୍ଧି ପାଏ। ହେଲେ ଆମେ ଶାସ୍ତ୍ର ଶୁଣିବାକୁ ଭଲ ପାଉନାହୁଁ। ଆମେ କାନରେ ଦାମିକିଆ ଗହଣା ଲଗାଉଛୁ। ଗହଣା ଖଞ୍ଜିବା ପାଇଁ ପ୍ରତିଯୋଗିତା ଚାଲୁଛି। କିଏ କେତେ ଦାମିକିଆ ଗହଣା କାନରେ ଖଞ୍ଜି ପାରୁଛି। ହେଲେ ସେହି ଭୂଷଣ ପାଇଁ ଜୀବନ ମଧ୍ୟ ଯାଉଛି। କାରଣ ଏହି ଭୂଷଣ ଲୁଟିବା ପାଇଁ ଲୁଟେରା ଯୋଜନା କରୁଛି। ଲୁଟିବା ବେଳେ ଯିଏ ପ୍ରତିବାଦ କରୁଛି ଲୁଟେରା ବନ୍ଧୁକ ଚଳାଇବା ପାଇଁ ପଛାଉ ନାହିଁ।
ଆମେ ଶେଷରେ ଏହି ଭୂଷଣ ପାଇଁ ଗୁଳି ଖାଉ। ଗୁଳି ଖାଇ ଆମ ଜୀବନ ଯାଉଛି। ତଥାପି ମଣିଷ ବୁଝି ପାରୁନାହିଁ କାନର ପ୍ରକୃତ ଭୂଷଣ କଣ। ସେ ମାୟା ମିରିଗ ଭଳି ନକଲି ଭୂଷଣ ପଛରେ ଧାଇଁ ଧାଇଁ ଜୀବନର ମୂଲ୍ୟବାନ ସମୟକୁ ନଷ୍ଟ କରୁଛି। ଶେଷ ଜୀବନ ଯିବା ବେଳକୁ ଅସଲି ଭୂଷଣ ଗାନ କରାଯାଉଛି ଜୀବନ ଭଲରେ ବୈକୁଣ୍ଠକୁ ଯିବା ପାଇଁ। ଅର୍ଥାତ ଯଦି ବୃଦ୍ଧ କାଳରେ ଘୋଷାରି ଘୋଷାରି ମଣିଷ ବଞ୍ଚୁଛି ତାହାହେଲେ ପରିବାର ଲୋକେ ପୁରାଣ ଶାସ୍ତ୍ର ପଢୁଛନ୍ତି ଜୀବନ ଭଲରେ ଯିବା ପାଇଁ।
ହେଲେ ଜୀବନ ସାରା ନକଲି ଭୂଷଣ ପଛରେ ଧାଇଁ ଶେଷ ଜୀବନରେ ଅସଲି ଭୂଷଣ ଗାନ ହେବା ବେଳକୁ ନେଢ଼ି ଗୁଡ଼ କହୁଣିକୁ ବୋହି ଯାଉଛି। ସେତେବେଳେ ଆମର ଇଚ୍ଛା ଥିଲେ ମଧ୍ୟ ଆମ ଶରୀର ଓ ଆମ ମସ୍ତିଷ୍କ ଆମକୁ ଅନୁମତି ଦେଉନାହିଁ ବାର୍ଦ୍ଧକ୍ୟ ଜନିତ କାରଣ ପାଇଁ। ତେଣୁ ବନ୍ଧୁଗଣ ଆମେ ଏବେଠୁ ଆମର ତୃତୀୟ ନୟନ ଖୋଲିବା। ଭଲ ମନ୍ଦ ବିଚାର କରିବା। ବସ୍ତୁବାଦୀ ଦୁନିଆରୁ କିଛି ସମୟ ବାହାର କରି ଶାସ୍ତ୍ର ଶ୍ରବଣ କରିବା।
ବନ୍ଧୁଗଣ ଆମେ ଆମ ଜୀବନରେ ଯଦି ଏହି ତିନୋଟି ଭୂଷଣ ବ୍ୟବହାର କରିପାରିବା ତାହାହେଲେ ଆମର ସୁବର୍ଣ୍ଣ ରୂପକ ଭୂଷଣର ପ୍ରୟୋଜନ ନାହିଁ।
ବନ୍ଧୁଗଣ ଆମେ ପ୍ରକୃତ ଭୂଷଣ କଥା ଜୀବନରେ କେବେ ଭାବୁନୁ। ଆମେ କେବଳ ନିଜ ଆବଶ୍ୟକତା ପୂରଣ କରିବା ଚକ୍କରରେ ଜୀବନର ସବୁତକ ମୂଲ୍ୟବାନ ସମୟ ଅପଚୟ କରୁଛୁ। ହେଲେ ବାସ୍ତବ ଭୂଷଣ କଣ ତାହା ଜାଣି ପାରୁ ନାହୁଁ। ଏହାଦ୍ୱାରା ଆମର ଜୀବନ ସାର୍ଥକ ହେଉନାହିଁ। ଆମେ ବିଭିନ୍ନ ପ୍ରକାର ମାନସିକ ରୋଗରେ ଛଟପଟ ହେଉଛୁ। ହେଲେ ଏଥିରୁ ମୁକୁଳି ପାରୁନାହୁଁ.....
ତେଣୁ ବନ୍ଧୁଗଣ ସମୟ ଶେଷ ହୋଇଯିବା ଆଗରୁ ଆସନ୍ତୁ ନା ଟିକେ ଆତ୍ମସମୀକ୍ଷା କରିନେବା। ଆମ ଜୀବନର ପ୍ରକୃତ ଭୂଷଣ କଣ ତାହା ଜାଣିନେବା।
ସୋମର ବ୍ଲଗ ଆଜି ପାଇଁ ଏତିକି। ପୁଣି ଆଗାମୀ ଏପିଷୋଡ଼ରେ ଆପଣଙ୍କ ସୋମ ଆପଣଙ୍କ ପାଇଁ ନେଇ ଆସିବ ମୋରାଲ ନଲେଜ ଥିବା ଆଉ ଏକ ଶ୍ଳୋକ।
ଟିଲ ଦେନ ବାଏ ବାଏ ମୋ ନିଝୁମ ରାତିର ସୁଇଟ ଫ୍ରେଣ୍ଡସ....
05/06/2022
hello,this season we are coming with a lovable romantic song Baaton mein kahin sung by Sunil kayal & Nishinanda,music n lyrics by Ajay roy.audio release on jio saavn,spotify,gaana,hungama ,i tunes,amazon prime.video releasing soon on viracineproduction official page.please stay tuned for more updates......n shower some love
27/05/2022
ହାଏ ଫ୍ରେଣ୍ଡସ....
ମୋ ନିଝୁମ ରାତିର ବହତ ସାରା ଫ୍ରେଣ୍ଡସଙ୍କୁ ମୁଁ ସୋମ ମୋ ବ୍ଲଗକୁ ୱେଲକମ କରୁଛି।
ଆଜି ଏକ ସୁନ୍ଦର ଓ ମୋରାଲ ଭ୍ୟାଲ୍ୟୁ ଉପରେ କବିତାଟି ନେଇ ଆସିଛି। ଏହି କବିତାଟିକୁ ସମସ୍ତେ ଆମେ ପଢିଛେ। ହେଲେ କବିତାଟିକୁ ଯେଉଁମାନେ କାର୍ଯ୍ୟରେ ଲଗାଉଛନ୍ତି ସେମାନେ ଏ ସମାଜରେ ଗ୍ରହଣୀୟ ହୋଇଛନ୍ତି। ଆଉ ଯେଉଁମାନେ ଏହାକୁ କାର୍ଯ୍ୟରେ ଲଗାଉ ନାହାଁନ୍ତି ସେମାନଙ୍କ ସ୍ଥିତି ଯାହା ଆପଣମାନେ ଜାଣିଥିବେ। ତାହା ବର୍ଣ୍ଣନା କରିବାର ଆବଶ୍ୟକତା ନାହିଁ।
ତେବେ ବନ୍ଧୁଗଣ ଆସନ୍ତୁ କବିତାଟି ଉପରେ ଟିକେ ନଜର ପକାଇ ଦେବା। କବିତାଟିକୁ ରଚନା କରିଥିଲେ କାଳଜୟୀ ପୁରୁଷ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ।
ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଆମେ ସମସ୍ତେ ଜାଣିଛୁ। ତାଙ୍କ ଏହି କବିତାଟିକୁ ମଧ୍ୟ ଆମେ ସମସ୍ତେ ପଢିଛୁ ଓ ମନେ ମଧ୍ୟ ରଖିଛୁ।
ତେବେ ଆସନ୍ତୁ ଜାଣିନେବା କବିତାଟି କଣ.....
"ମିଶୁ ମୋର ଦେହ ଏ ଦେଶ ମାଟିରେ....
ଦେଶ ବାସୀ ଚାଲି ଯାନ୍ତୁ ପିଠିରେ.....
ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼.....
ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼...."
ଏହି କାଳଜୟୀ କବିତାଟିର ବର୍ତ୍ତମାନର ପ୍ରାସଙ୍ଗିକତା କଣ ଜାଣନ୍ତି ବନ୍ଧୁଗଣ ?
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ସେତେବେଳର ଜନନେତା ଥିଲେ। ତାଙ୍କ ଡ଼ାକରାରେ ହଜାର ହଜାର ଲୋକେ ଏକାଠି ହେଉଥିଲେ। ବନ୍ୟା, ବାତ୍ୟା, ପ୍ରାକୃତିକ ଦୁର୍ବିପାକ ପଡିଲେ ଚୂଡ଼ା, ଗୁଡ଼, ଚାଉଳ, ପୋଷାକ ଧରି ଗାଁ ଗାଁ ବୁଲି ଲୋକଙ୍କ ସେବା କରୁଥିଲେ।
ଏବେର ନେତାମାନେ ବି ବନ୍ୟା ବାତ୍ୟା ସମୟରେ ଲୋକଙ୍କ ସେବା କରୁଛନ୍ତି। ହେଲେ ଏବେର ନେତା ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମଧ୍ୟରେ କି ଫରକ ରହିଛି ଯେ ଆମେ ଏବେର ନେତାଙ୍କୁ ଭୁଲି ଯାଉଛୁ କିନ୍ତୁ ଗୋପବନ୍ଧୁଙ୍କୁ ଭୁଲି ପାରୁନାହୁଁ। ତାଙ୍କ ଦର୍ଶନ, ତାଙ୍କ ଚିନ୍ତାଧାରା ଉପରେ ଏବେ ଗବେଷଣା କରାଯାଉଛି। ହେଲେ ଆମ ନେତାଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରତିଦିନ ସମାଲୋଚନା କରାଯାଉଛି।
ତେବେ ଗୋପବନ୍ଧୁ ଯାହା ଲେଖିଥିଲେ ତାହାକୁ କାର୍ଯ୍ୟକାରୀ କରିଥିଲେ। ଅର୍ଥାତ ସେ ଲେଖିଥିଲେ ଏ ଦେଶ ସେବା କରି କରି ମୋ ଦେହ ମାଟିରେ ମିଶିଯାଉ।
କିନ୍ତୁ ଆଜିର ନେତାଙ୍କ କଥା ଟିକେ ଚିନ୍ତା କରନ୍ତୁ। ସେମାନେ କିପରି ହଜାରେ କୋଟିର ମାଲିକ ହେବେ। କଟକ, ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇରେ କିପରି ବଙ୍ଗଳା କିଣା ହେବ। ସୁଇସ ବ୍ୟାଙ୍କରେ କିପରି କଳାଧନ ସାଇତା ହୋଇ ରହିବ। ସେ ବିଷୟରେ ଦିନରାତି ଚିନ୍ତା କରି କରି ସେମାନଙ୍କ ସମୟ ପଳାଇ ଯାଉଛି। ଲୋକଙ୍କ ସେବା କରିବା କି ଦେଶର ସେବା କରିବା ସେମାନଙ୍କ ମନରେ ନାହିଁ। ସେମାନଙ୍କ ରକ୍ତ, ଅସ୍ତି ଓ ମଜ୍ଜାରେ ଚିନ୍ତନ ରହିଛି କିପରି ସହ ସହ ଓ ହଜାର ହଜାର ହଜାର କୋଟି ଟଙ୍କାର ମାଲିକ ବନିବେ।
ଦେଖନ୍ତୁ ନେତାମାନେ ରାଜନୀତିରେ ପ୍ରବେଶ କରିବା ବେଳେ ସେମାନଙ୍କ ସମ୍ପତ୍ତି କେତେ ଥିଲା ଓ ରାଜନୀତିରେ ୫/୧୦ ବର୍ଷ ପାଦ ଥାପିବା ପରେ ସେମାନଙ୍କ ପାଖରେ କେତେ ସମ୍ପତ୍ତି ଅଛି।
ରାଜନୀତି ତ ଜନସେବା। ତେବେ ସେମାନେ ଏତେ ସମ୍ପତ୍ତିର ମାଲିକ କିପରି ବନି ଯାଉଛନ୍ତି ଏତେ କମ ସମୟ ମଧ୍ୟରେ। ଆସନ୍ତୁ ଜାଣିବା ବନ୍ଧୁଗଣ ପଣ୍ଡିତ ଗୋପବନ୍ଧୁ ଦାସ ଓ ଆଜିର ନେତାଙ୍କ ମଧ୍ୟରେ ଫରକ।
ପଣ୍ଡିତ ଗୋପବନ୍ଧୁ ଦାସ ଲୋକଙ୍କ ଠାରୁ ଚୂଡ଼ା, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ସଂଗ୍ରହ କରି ବନ୍ୟା, ବାତ୍ୟା ପ୍ରପୀଡ଼ିତ ଲୋକଙ୍କୁ ବାଣ୍ଟୁଥିଲେ।
କିନ୍ତୁ ଆଜିର ଗାନ୍ଧୀ ଓ ଗୋପବନ୍ଧୁଙ୍କ ଖୋଳପା ପିନ୍ଧିଥିବା ନେତାମାନେ କଣ କରୁଛନ୍ତି ବନ୍ଧୁଗଣ....
ରାସ୍ତା କାମ ହେଲା ସେଥିରେ ପିସି, ପୋଲ କାମ ହେଲା ସେଥିରେ ପିସି, ସ୍କୁଲ ଘର ନିର୍ମାଣ ହେଲା ସେଥିରେ ପିସି, ରିଲିଫ ବଣ୍ଟା ହେଲା ସେଥିରେ ପିସି, କାହାକୁ ଚାକିରୀ ଦିଆଯିବ ସେଥିରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର, କାହାର ବଦଳି ହେବ ସେଥିରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର। ଏହିଭଳି କାର୍ଯ୍ୟକୁ ଆମ ନେତାମାନେ ପ୍ରଥମେ ପ୍ରାଧାନ୍ୟ ଦିଅନ୍ତି, ପରେ ଲୋକଙ୍କ କଥା ଚିନ୍ତା କରନ୍ତି।
ତେଣୁ ଏବେର ନେତାମାନେ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇ ପାରୁ ନାହାଁନ୍ତି। କେବଳ ଗାନ୍ଧୀ ଜୟନ୍ତୀ ଓ ଗୋପବନ୍ଧୁ ଜୟନ୍ତୀରେ ଧଳା ପୋଷାକ ପିନ୍ଧି ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶ ସମ୍ପର୍କରେ ଭାଷଣ ମାରି ଲୋକଙ୍କୁ ଭୁଆଁ ବୁଲାଇଥାନ୍ତି।
ଯାହା ଫଳରେ ଗାନ୍ଧୀ ଓ ଗୋପବନ୍ଧୁଙ୍କ ଉପରେ ଆଜିବି ଗବେଷଣା ହେଉଛି, ପୂର୍ବରୁ ହେଉଥିଲା ଓ ଆଗାମୀ ଦିନରେ ମଧ୍ୟ ହେବ। କିନ୍ତୁ ଏବେର ନେତାମାନେ ସେମିତି ସମାଲୋଚନାର ଶିକାର ହେଉଥିବେ।
ଏବେବି ସମୟ ଅଛି ଆମ ନେତାମାନଙ୍କୁ ସୁଧୁରି ଯିବାର। କାରଣ ଆମେ ଏ ଦୁନିଆକୁ ଆସିବା ବେଳେ ଗାନ୍ଧୀ ଓ ଗୋପବନ୍ଧୁଙ୍କ ଭଳି ଖାଲି ହାତରେ ଆସିଥିଲୁ ଓ ଯିବାବେଳେ ଗାନ୍ଧୀ, ଗୋପବନ୍ଧୁ ଯେମିତି ଖାଲି ହାତରେ ଗଲେ ଆମେ ମଧ୍ୟ ସେମିତି ଖାଲି ହାତରେ ଯିବୁ।
ଆମ ସହ କିଛି ଯିବ ନାହିଁ। ଆମେ ଯେଉଁ ଟଙ୍କା ପାଇଁ ଗର୍ବ କରୁଛେ, ଏତେ ମିଛ କହି ଲୋକଙ୍କୁ ଭୁଆଁ ବୁଲାଉଛେ, ସେ ଟଙ୍କା ନେତା ଗଣ ଆମ ସାଙ୍ଗରେ ଯିବ ନାହିଁ। ସେ ସବୁ ଏଠି ରହିଯିବ। ତେବେ ଆମ ସାଙ୍ଗରେ ଯିବ କେବଳ ଆମ ଭଲ କର୍ମ। ଆମେ ଯାହାଙ୍କୁ ଲୁଟିଛେ ସେମାନେ କହିବେ ଭଲ ହେଲା ଦୁର୍ନୀତିରେ ଉବୁଟୁବୁ ଥିବା ଲୋକଟା ଚାଲିଗଲା। ଆଉ ଯେଉଁ ନେତାମାନେ ରାଜନୈତିକ ଜୀବନ କାଳରେ ବେଶୀ ଲୋକଙ୍କ ପାଇଁ କରିଛନ୍ତି ଓ ନିଜ ପାଇଁ କମ କରିଛନ୍ତି ସେମାନଙ୍କୁ ଏ ମାଟି ଝୁରିବ। ଏ ଜନତା ଝୁରିବେ। ସେମାନେ ପ୍ରକୃତ ଗାନ୍ଧୀ ଓ ଗୋପବନ୍ଧୁଙ୍କ ଦାୟାଦ ବୋଲି ପ୍ରମାଣିତ ହେବେ।
ହେଲେ ଯେଉଁମାନେ ସାରା ଜୀବନ ଲୋକଙ୍କୁ ଲୁଟିଲେ, ଦେଶକୁ ଲୁଟିଲେ ସେମାନେ କେବେହେଲେ ଆଦର୍ଶ ନେତା ହୋଇପାରିବେ ନାହିଁ।
ତେଣୁ ବନ୍ଧୁଗଣ ଓ ନେତାଗଣ ଆସନ୍ତୁ ଆଜି ଭି ସମୟ ଅଛି ଆମେ ଶପଥ ନେବା ଆମେ ଯେଉଁ ମହତ କାର୍ଯ୍ୟ କରିବା ପାଇଁ ଏହି ସୁନ୍ଦର ପୃଥିବୀକୁ ଆସିଛୁ ସେଥିରେ ଲାଗି ପଡ଼ିବା।
ଗାନ୍ଧୀ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟର ସେବା କରିବା। ନିଜର ସ୍ୱାର୍ଥ୍ୟକୁ ଜଳାଞ୍ଜଳି ଦେବା। ପୁଣି ନୂଆ ନୂଆ ଗାନ୍ଧି ଓ ଗୋପବନ୍ଧୁ ସୃଷ୍ଟି କରିବା। ସେମାନଙ୍କ ଭଳି ସ୍ୱାର୍ଥ ରହିତ ହୋଇ ସମାଜରେ ନୂଆ ପରିଚୟ ସୃଷ୍ଟି କରିବା।
ବନ୍ଧୁଗଣ ସୋମର ବ୍ଲଗ ଆଜି ପାଇଁ ଏତିକି....
ପୁଣି ଆପଣଙ୍କ ସୋମ ଆପଣଙ୍କ ପାଖକୁ ଆସିବ ନୂଆ ଏକ ଭାବନା, ନୂଆ ଏକ ଚିନ୍ତନ ସହ। ଟିଲ ଦେନ ବାଏ ବାଏ...
Click here to claim your Sponsored Listing.
Category
Contact the business
Telephone
Address
Sector/7, C/253
Rourkela
769003
Opening Hours
| Monday | 9am - 9pm |
| Tuesday | 9am - 9pm |
| Wednesday | 9am - 9pm |
| Thursday | 9am - 9pm |
| Friday | 9am - 9pm |
| Saturday | 9am - 9pm |
| Sunday | 9am - 9pm |