Bata Krishna Sahoo

Bata Krishna Sahoo

Share

Cuttack

24/02/2026

With Jeet Baral – I just got recognized as one of their top fans! 🎉

06/02/2026

With Sarita Kumawat – I just got recognized as one of their top fans! 🎉

02/02/2026

JAY JAGANNATH

#ନୃସିଂହ_ପୁରାଣ🌹🌹 (ଭାଗ -୮୫)
*************✍️✍️ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ମିଶ୍ର

ବ୍ରହ୍ମା କହୁଛନ୍ତି ହେ ଦେବର୍ଷି ନାରଦ ଶିବ ପାର୍ବତୀଙ୍କ ବିବାହ ସମୟରେ ସ୍ୱର୍ଗରୁ ଥାଇ ଦେବତା ମାନେ ପୁଷ୍ପ ବୃଷ୍ଟି କଲେ ।ଏସବୁ ପୁରାଣ ପରୀକ୍ଷିତ ରାଜା ଶୁକମୁନି ଙ୍କ ଠାରୁ ଶୁଣୁଥିଲେ ।

ଶିବ ପାର୍ବତୀ ଙ୍କ ବିବାହ ରେ ଉପସ୍ଥିତ ଥିବା ସମସ୍ତ ଯୁବତୀ ଅର୍ଘ୍ୟ ନେଇ ହରଗୌରୀ ଙ୍କୁ ବନ୍ଦାଇଲେ ।ବାଉନ କୋଟି ଭଣ୍ଡାର ରେ ଯେତେକ ଦ୍ରବ୍ୟ ଥିଲା ବାସୁଦେବ ସଦାଶିବ ଙ୍କୁ ଦେଇଦେଲେ ।ଅନ୍ୟ ଜାତିମାନେ ବିଭିନ୍ନ ବର୍ଣ୍ଣ ର ରତ୍ନ ହର ଗୌରୀ ଙ୍କୁ ଦେଲେ ।ଖଟ ସିଂହାସନ ,ଦୋଳି ଦେଲେ ଭଗବାନ ବିଷ୍ଣୁ ।ବ୍ରହ୍ମା ଯୌତୁକ ହିସାବରେ ଅଙ୍ଗୁଳିକୁ ମୁଦ୍ରିକା ,ହସ୍ତକୁ କଙ୍କଣ, କର୍ଣ୍ଣକୁ କୁଣ୍ଡଳ ,ହୃଦୟକୁ ପଦକ ଆଦି ଦେଇଥିଲେ ।

ଏହାପରେ ଦକ୍ଷ ପ୍ରଜାପତି ଭୋଜି ଭାତର ଆୟୋଜନ କରି ସମସ୍ତ ଙ୍କୁ ପରଷି ବାରେ ଲାଗିଲେ ।ଝିଅ କୁ ଶାଶୁଘର କୁ ବିଦା କଲାବେଳେ ଦକ୍ଷ ନିମ୍ନ ଲିଖିତ ଯୌତୁକ ମାନ ଦେଇଥିଲେ ସେଗୁଡିକ ହେଲା , ଗଡୁ , ସୁନାଗରା , ନାକୁଆ , ଖୋରାକାମ ,କଢ଼କି ,କଂସା ଥାଳି ,ପାଛୋଟ ପଲମ , ଚିତାଝରି , ସ୍ୱର୍ଣ୍ଣ କୁଣ୍ଡଳ ,ରତ୍ନ ମୁଦି ମୁକ୍ତାର ମାଳ ,ଶିର ଓ ଅର୍ବୁଦ କୁ ଦସୁରଙ୍ଗ ପୋହଲା ,ଶ୍ରୀମୁଖ କୁ ଦେଖିବାକୁ ଦର୍ପଣ ଦେଲେ ଓ ଏହା ସହିତ ଲକ୍ଷେ ବୀଣା ନେଇ ତାଙ୍କ ପାଖରେ ସମର୍ପିଦେଲେ ।ତାପରେ ଲକ୍ଷ୍ମୀ ଠାକୁରାଣୀ ହସ୍ତରେ ଶାଢ଼ୀ ଧରିଲେ ।ହର ଉମାଙ୍କ ଉପରେ ଗଣ୍ଠିଆଳ ପକାଇ ଦେଲେ ।ଲକ୍ଷ୍ମୀ ଠାକୁରାଣୀ ହର ଉମା ଙ୍କ ହାତଗଣ୍ଠି ଫିଟାଇ ଦେଲେ ।ଶିବଙ୍କ ଦକ୍ଷିଣ ପାଖରେ ପାର୍ବତୀ ବସିଲେ ।

ବିବାହରେ ଯେତେ ମନ୍ତ୍ର ପାଠ ଅଛି ବଶିଷ୍ଠ ତାହା କୁ ମାତ୍ରା ନଛାଡି ବୋଳିବାରେ ଲାଗିଲେ ।ଚଉଷଠି କାଣ୍ଡି ମନ୍ତ୍ର କୁ ଅକ୍ଷର ନଛାଡି ଖଣ୍ଡି ଖଣ୍ଡି କରି ପଢିଲେ ।କୁଶାଣ୍ଡି ହୋମ ବିଭାଘର କଲେ ।ହାତରେ ଗୁଆ ଓ ଘୃତ ହୋମରେ ଦେଲେ ।ଅଗ୍ନି ଜଳି ଉଠିଲା ।ଏମିତି ବିଧିରେ ବଶିଷ୍ଠ ହୋମ ଶାନ୍ତି କଲେ ।ବିବାହ ହୋମ ସାରି ବଶିଷ୍ଠ ପୂର୍ଣାହୁତି କଲେ ।ମହାଦେବଙ୍କ ଠାରୁ ବଶିଷ୍ଠ ଦକ୍ଷିଣା ନେଲେ ।ଶ୍ବଶୁର କୁ ବିଭାକରି ବଶିଷ୍ଠ ସେହିଦିନରୁ ବ୍ରହ୍ମର୍ଷି ହୋଇଥିଲେ ।ବଶିଷ୍ଠ ଯାହାକୁ କହିବେ ସେ ୠଷି ହେବେ ଏହି ପୁରସ୍କାର ମହାଦେବ ବଶିଷ୍ଠ ଙ୍କୁ ଦେଲେ ।ବ୍ରହ୍ମା ଓ ବିଷ୍ଣୁ ମହାଦେବ ଙ୍କ କଥାକୁ ସମର୍ଥନ କରିବାରୁ ୠଷି ବଶିଷ୍ଠ ସେହି ଦିନଠାରୁ ବ୍ରହ୍ମର୍ଷି ହୋଇଗଲେ ।

ମହାଲକ୍ଷ୍ମୀ ଦେବୀ କଉଡ଼ି ଆଣି ହର ପାର୍ବତୀଙ୍କୁ ଖେଳାଇଲେ ।ତାପରେ ଘିଅ ଭାତ ପରଷି ଦେଲେ ।ଘିଅ ଉପରେ କିଛି ଲୁଣ ପକାଇ ଦେଲେ ।ଖଣ୍ଡ ଖଣ୍ଡ କରି ଅଦା ତା ଉପରେ ପକାଇଲେ ।ଅଦା ଉପରେ ଲେମ୍ବୁରସ ଦେଲେ ।କମଳା ବାଢ଼ି ଦେଲେ ହର ଆନନ୍ଦରେ ଭୋଜନ କଲେ ।ସିଝା ନିରୁତା କ୍ଷୀର ଲକ୍ଷ୍ମୀ ଆଣି ହର ଙ୍କୁ ଦେଲେ ।ବିବିଧ ବ୍ୟଞ୍ଜନ ତା ସହିତ ଆଣି ଦେଲେ ।ମୁଗ ପଇତି ,ଗୁଡ଼ ,ହେଙ୍ଗୁ ,ପୁରୀ,ମନୋହର ,ନାଡି ,ଶର୍କରା , ମନୋହର , କାକରା ,ଶାକର ,ନବାତ ,ଛେନା ,ଗଜା ,ଲଡୁ ,ଡାଲିମ୍ବ ,କଦଳୀ ,ଆମ୍ବ ,ପଣସ ,କମଳା ,ଗଙ୍ଗାଜଳରେ ପଣା କରି ହର ଙ୍କୁ ଦେଲେ ଲକ୍ଷ୍ମୀମାତା ।ପଣା ରେ ପକାଇ ଥିବା ଦ୍ରବ୍ୟ ଗୁଡିକ ହେଲା ,ମରିଚ ,ଦୁଧ ,ଦହି ,ଛେନା ,ଅମୃତ ପାଣି ପାଚିଲା କଦଳୀ ,ଲଡୁ ,ସରପୁଳି ,ଗଜାମୁଗ ,ନଡ଼ିଆ ଏପରି ନବାତ ପଣା କରି ଲକ୍ଷ୍ମୀ ମହାଦେବଙ୍କୁ ପିଇବା ପାଇଁ ଦେଲେ ।

ଏହି ପଣାକୁ ସମସ୍ତ ୠଷି , ବ୍ରହ୍ମା ,ବିଷ୍ଣୁ ଓ କାଶିବାସୀ ପିଇଥିଲେ ।ଯେଉଁଠାରେ ଲକ୍ଷ୍ମୀ ବିରାଜମାନ ସେଠାରେ ଖାଦ୍ୟରେ ସମସ୍ତେ ସନ୍ତୁଷ୍ଟ ନହୋଇ କଅଣ କେହି ଯିବେ ?ଏଣୁ ଲକ୍ଷ୍ମୀ ଏହି ଆୟୋଜନ କରିଥିଲେ ।ସମସ୍ତେ ଖାଇ ଆଚମନ କଲେ ।ଶ୍ରୀମୁଖକୁ ପୋଛି ତାମ୍ବୁଳ ମାନ ଖାଇଲେ ।ଏହାପରେ ୠଷି ପତ୍ନୀ ମାନେ ଭୋଜନ କଲେ ।

ଏହାପରେ ରାତି ଆସିଗଲା ....

ମଧୁଶଯ୍ୟା କୁ ବୃଷଧ୍ଵଜ ବିଜେକଲେ ।ଗଜଦନ୍ତ ପଲଙ୍କ ରେ ଶେଯ ବିଛାହୋଇଛି ।ସେଜ ଉପରେ ସେବତୀ ପାଖୁଡା ପଡିଛି ।ସେବତୀ ପାଖୁଡା ଉପରେ କର୍ପୂର ଛିଞ୍ଚା ହୋଇଛି ।କଳାମେଘି ପାଟରେ ଚାନ୍ଦୁଆ ଉପରେ ମୁକ୍ତାର ତୋରଣ ଲାଗିଛି ।ତୋରଣ ଚାରିପଟେ ଦୀପ ଜଳୁଥାଏ।ଏହି ଦୀପ ମାନେ ଜଳି ବାରୁ ରାତି ଟି ଦିନ ପରି ଦେଖା ଯାଉଥାଏ ।ସମସ୍ତ ଦେବନାରୀ ମାନେ ଗୌରୀଙ୍କୁ ସୁବେଶ କରି ମଧୁଶଯ୍ୟା ପୁରକୁ ଆଣିବାକୁ ପ୍ରସ୍ତୁତ ହେଉଥାନ୍ତି ।

ଦେବନାରୀ ମାନେ ପରିହାସ କରି କହୁଥାନ୍ତି ହେ ଉମା ଧନ୍ୟ ତୁମେ ଓ ଧନ୍ୟ ତୁମ କର୍ମ ।ଈଶ୍ୱରଙ୍କୁ ବର ରୂପେ ପାଇ ତୁମେ ଧନ୍ୟ ହୋଇଗଲ ? ଏଣୁ ହେ ଗୌରୀ ନାନା ରସ ରେ ଏହି ରଜନୀ କୁ ବିହାର କରିବ ?ଆଜି ତୁମେ ଏକା ଶିବଙ୍କ ସହ ମଧୁଶଯ୍ୟା କର ?ଏହାକହି ଦେବନାରୀ ମାନେ ଶିବଙ୍କ ପୁରରେ ନେଇ ଗୌରୀଙ୍କୁ ଛାଡ଼ିଦେଇ ଆସିଲେ ଓ ଆସିଲା ବେଳେ ଦେବନାରୀ ମାନେ କହିଲେ କାଲି ସକାଳେ ଆମେ ତୁମ ପାଖକୁ ଆସିବୁ ?।ଏବେ ତୁମେ ତୁମ ଅଙ୍ଗକୁ ମହାଦେବଙ୍କୁ ସମର୍ପଣ କର ?।ମଧୁଶଯ୍ୟା ରେ ଉମାଙ୍କୁ ପ୍ରବେଶ କରାଇ ସବୁ ଦେବନାରୀ ନିଜ ନିଜ ପୁରକୁ ଚାଲିଗଲେ।

ଦକ୍ଷ ଦୁହିତା ପଲଙ୍କ ତଳେ ଯାଇ ଉଭା ହେଲେ ।ଲଜ୍ୟାରେ ଅଙ୍ଗକୁ ସେ ଚଳାଇ ପାରୁ ନଥିଲେ ।ଈଶ୍ୱର ଦେଖିଲେ ଉମାଙ୍କୁ ଓ ଡାକିଲେ ଗୋ ସଖୀ ଆସ ଏଠାକୁ ଆସ ।ହାତ ଧରି ନେଇଗଲେ ଶିବ ତାଙ୍କ ପତ୍ନୀ ପାର୍ବତୀଙ୍କୁ ।ପଲଙ୍କ ଉପରେ ନେଇ ବସାଇଲେ ।ମହାଦେବ ପାର୍ବତୀଙ୍କୁ କୋଳକରି ତାଙ୍କ ମୁହଁରେ ଚୁମ୍ବନ ଦେଲେ ଓ କହିଲେ ରେ ସଖୀ ତୁ ମୋର ଜୀବନ ଅଟୁ ।ଏହା କହି ଶିବ ସୁରତି ଆରମ୍ଭ କଲେ ।ବିଭିନ୍ନ ପ୍ରକାର ବିନୋଦ କରି ଉମାଙ୍କ ମନକୁ ହରଣ କଲେ ।ଘମାଘୋଟ ରତି କ୍ରିୟା ଆରମ୍ଭ ହେଲା ।ଅନେକ କ୍ରୀଡା କରି ରାତି ପୁହାଇଲେ ।ସକାଳ ହେବାରୁ ପାର୍ବତୀ ଅନ୍ତ ପୁରକୁ ବିଜେ କଲେ ।

ଏହି ରୂପେ ପାର୍ବତୀଙ୍କ ଅଟେ ବିଭାରସ
ସମସ୍ତ ଦେବ ଚଳିଲେ ଯେ ଯାହାର ବାସ ।।

ଶିବଙ୍କୁ ମେଲାଣି ମାଗି ସମସ୍ତେ ପ୍ରଣାମ କରି ଚାଲି ଯାଉଥାନ୍ତି ।
ଋଷିମାନେ ନିଜ ପତ୍ନୀଙ୍କୁ ଧରି ନିଜ ପୁରକୁ ଚାଲିଲେ ।ଶଚୀ ଙ୍କୁ
କୋଳରେ ଧରି ପୁରନ୍ଦର ସ୍ୱର୍ଗକୁ ଚାଲିଲେ ।ଶ୍ରୀଲକ୍ଷ୍ମୀ ଙ୍କୁ ଧରି ହୃଷୀକେଶ ଚାଲିଗଲେ । କୈଳାସ ରେ ହର ପାର୍ବତୀ ମହା ଆନନ୍ଦରେ ଦାମ୍ପତ୍ୟ ଜୀବନ କଟାଇଲେ ।

ହେ ଜଗତର ନାଥ ଜଗନ୍ନାଥ ,ହେ ଲକ୍ଷ୍ମୀ ଦେବୀଙ୍କର କାନ୍ତ ,ହେ ପୁଣ୍ଡରିକ ମୁଖ ,ଏହି ନୃସିଂହ ପୁରାଣ ମହାକଷ୍ଟ ଅଟେ ।ସଂସ୍କୃତ ରେ ମୋହର ସେମିତି କିଛି ବେଶୀ ଦକ୍ଷତା ନାହିଁ ।ଆପଣଂକ କଥା ଓ ଗାଥା କୁ କେବଳ ପ୍ରଚାର ଓ ପ୍ରସାର କରିବା ପାଇଁ ଏ ଅଧମ ଦ୍ଵଜ ଟୁକୁ ମିଶ୍ର ର ପ୍ରୟାସ । ହେ ପ୍ରଭୁ ନୃସିଂହ ନାରାୟଣ !ଯଦି ଆପଣଂକ କଥା ଓ ଗାଥା ବର୍ଣ୍ଣନା କରିବାରେ କୌଣସି ଠାରେ ତ୍ରୁଟି ରହି ଯାଉଥାଏ ତେବେ ଆପଣଂକ ବଡ଼ ପଣ ରେ ମୋତେ କ୍ଷମା କରିଦେବେ ପ୍ରଭୁ । ଯେଉଁ ପାଠକ ପାଠିକା ମାନେ ଏହି ପୁରାଣ ଶୁଣିବେ ,ଶୁଣିବା ଲୋକ ନିଶ୍ଚିତ ପବିତ୍ର ହେବେ ।ଅଜ୍ଞ ଲୋକ ମାନଙ୍କର ପାପ ଖଣ୍ଡନ ହେବ ।ତୀର୍ଥ ନକରି ପାଉଥିବା ଲୋକଙ୍କର ଏହି ପୁରାଣ ଶୁଣିଲେ ତୀର୍ଥ ହୋଇଗଲା ବୋଲି ଯାଣ ।

ବ୍ରତ କରୁନଥିବା ଲୋକମାନଙ୍କର ଏହି ପୁରାଣ ଶୁଣିଲେ ବ୍ରତ ହୋଇଗଲା ବୋଲି ଜାଣ।ଏହି ପୁରାଣ ଶୁଣିଲେ ଅଭକ୍ତ ଲୋକ ଭକ୍ତ ହୋଇଯାଆନ୍ତି ।ନବୁଝିବା ଲୋକ କେବଳ ଶୁଣିଲେ ମୋକ୍ଷ ହୁଅନ୍ତି ।ପନ୍ଦର ସହସ୍ର ଶ୍ଲୋକ ର ଏହି ନୃସିଂହ ପୁରାଣ ଯାହାକି ବ୍ୟାସ ଙ୍କୁ ମୁଖରୁ ଆସିଛି ।ମୋହର ଆରାଧ୍ୟ ଦେବୀ ମା ମଙ୍ଗଳା ଙ୍କ କୃପାରୁ ଏହି ନୃସିଂହ ପୁରାଣ କୁ ଗଦ୍ୟ ଆକାରରେ ଲେଖୁ ଅଛି । ସର୍ବଶେଷରେ ମା ମଙ୍ଗଳା ଙ୍କ ନିକଟରେ କୋଟି ପ୍ରଣାମ କରୁଛି ।

କ୍ରମଶଃ ............................

*ଓଁ ନମଃ ଭଗବତେ ବାସୁଦେବାୟଃ*🌹🌹

©

02/02/2026

Bata Krishna Sahoo vidio

31/01/2026

Jagannath bhagat viral odisha #

#ନୃସିଂହ_ପୁରାଣ 🌹🌹(ଭାଗ -୮୩)
*************✍️✍️ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ମିଶ୍ର

#ପାର୍ବତୀଙ୍କ_ବିବାହ 🌹🌹
***************
ମାତା ପାର୍ବତୀ ଙ୍କ ବିବାହ ରସ ସମ୍ପର୍କ ରେ ବର୍ଣ୍ଣନା କରୁଥିବାରୁ
ହେ ମୋର ପ୍ରିୟ ବନ୍ଧୁ ,ବାନ୍ଧବୀ ତଥା ବିଜ୍ଞ ଜନ ମାନେ ମୋ ଦୋଷ ଘେନା କରିବା ହେବେ ।

ମହାମୁନି ନାରଦ ଏଥୁ ଅନନ୍ତରେ ପିତାମହ ବ୍ରହ୍ମାଙ୍କ ପାଦରେ ମାନସ୍କାର କରି ଅତିଶୟ ଶ୍ରଦ୍ଧା ରେ ପଚାଲିଲେ ହେ ପିତା ମୋତେ ପୂର୍ବରୁ ଆପଣ କହିଥିଲେ ଯେ ପାର୍ବତୀ ଙ୍କ ବିବାହ ପ୍ରସଙ୍ଗ କହିବେ ବୋଲି ?ହେ ବିରଞ୍ଚି ଆପଣ ଏବେ ତାହା ମୋ ଆଗରେ ପ୍ରକାଶ କରନ୍ତୁ ?।ନାରଦଙ୍କ କଥା ଶୁଣି ବ୍ରହ୍ମା କହିଲେ ତେବେ ଭଲ କରି ମହା ପବିତ୍ର ନୃସିଂହ ପୁରାଣ କୁ ଶୁଣ ।

ଗୌରୀ ଯେତେବେଳେ ଦକ୍ଷଙ୍କ ଘରେ ଜନ୍ମ ହେଲେ ସେହି ସମୟରୁ ମନ ଇଚ୍ଛାରେ ତ୍ରିପୁରାରୀଙ୍କୁ ବର ରୂପରେ ବରିଲେ ।ଗୌରୀ ଯେଉଁ ରୂପରେ ଶିବଙ୍କୁ ବରିଲେ ତାହା ଶୁଣ ନାରଦ !ଗୌରୀ ଯେତେବେଳେ ଜନ୍ମ ହେଲେ ସେହି ସମୟରୁ ଉଲଗ୍ନ ହୋଇ ତପ କରି ବସିଲେ ।ବାଳକ ସ୍ଵଭାବ ନେଇ ଉଲଗ୍ନ ହୋଇ ତପ ରେ ବସିଥିଲେ ।ତପରେ ଏମିତି ମଜ୍ଜି ଯାଇଥିଲେ ଯେ ତାଙ୍କୁ ଦିବାରାତି ଜଣା ପଡୁନଥିଲା ।ଏମିତି ଗୌରୀ ତପ କରି ଚାଲିଲେ। ଚାହୁଁ ଚାହୁଁ ଏଗାର ବର୍ଷ ତପରେ ବସି ସମୟ କାଟିଦେଲେ ଗୌରୀ ।

ଯେତେବେଳେ ଦ୍ଵାଦଶ ବର୍ଷ ଗୌରୀଙ୍କୁ ପୁରିଗଲା ସେତେବେଳେ ଦେବୀ ରଜୋବତୀ ହେଲେ ।ରଜୋ ବତୀ ହେଲା ପରେ ବି ଅଙ୍ଗରେ ଵସ୍ତ୍ର ଘୋଡାଇଲେ ନାହିଁ । ଯୌବନରେ ମାଙ୍କଡ଼ ସୁନ୍ଦର ଦିଶିଲା ପରି ଗୌରୀ ସୁନ୍ଦର ରୁ ଅତି ସୁନ୍ଦର ଦେଖାଗଲେ ।ଉଚ୍ଚ ବକ୍ଷୋଜ ସହିତ ଜାନୁ ଜଙ୍ଘ ପୁରିଲା ପୁରିଲା ହୋଇ ଉଠିଲା ।ଯୌନାଙ୍କ ରେ ଆସ୍ତେ ଆସ୍ତେ ରୋମ ଅଙ୍କୁରିତ ହେଲା ।ତଥାପି ଗୌରୀଙ୍କ ଶରୀର ଉଲଗ୍ନ ଥିଲା ।

ଗୌରୀ ଯେଉଁଠାରେ ତପ କରୁଥିଲେ ସେହିଠାରେ ସୁଢଲାଙ୍ଗେ
ଆସି ପହଁଞ୍ଚି ଗଲେ ।ଦେବୀଙ୍କର ଜାନୁ ଜଙ୍ଘ ଦେଖି ମୋହିତ ହୋଇଗଲେ ଈଶ୍ୱର ।ଗୌରୀଙ୍କୁ ଛୁଇଁ ନପାରି ଈଶ୍ୱର ଡେଇଁ ଡେଇଁ ନୃତ୍ୟ କରିବାରେ ଲାଗିଲେ ।ଈଶ୍ୱର ନୃତ୍ୟ କରିବା ମାନେ ଜାଣ ଈଶ୍ୱର ଭୋଳ ହେଲେ ।ଈଶ୍ୱରଙ୍କ କଟିରୁ ଅଞ୍ଚଳ ଫିଟି ତଳ ପଡିଗଲା ।ଅଞ୍ଚଳ ଖସି ପଡିବାରୁ ଅନ୍ୟ ଵସ୍ତ୍ର ସବୁ ଈଶ୍ୱରଙ୍କ ଶରୀରରୁ ଖସି ତଳେ ପଡ଼ିଗଲା ।ଈଶ୍ୱର ମଧ୍ୟ ଉଲଗ୍ନ ହୋଇଗଲେ ।ଉଲଗ୍ନ ହୋଇ ମଧ୍ୟ ହର ଲଜ୍ୟା କୁ ଦୁରକରି ଡେଇଁ ଡେଇଁ ନାଚ କରୁଥାନ୍ତି ।ହର ହସି ହସି ନବେ ଲକ୍ଷ ଡମ୍ବରୁ ବାଦନ କରୁଥାନ୍ତି ।ପାଞ୍ଚ ବଦନରେ ତାଣ୍ଡବ ର ଗୀତ ବାହାରୁଥାଏ ।ସିଂହ ନାଦ କରି ମର୍ଦ୍ଦଳ ଘନ ଘନ ଚୁମ୍ବୁଥାଏ ।ଖେମଟା ନାଟ କରିବାରୁ ଜଞ୍ଜାଳ ଶବ୍ଦ ସେଥିରୁ ବାହାରୁଥାଏ ।

ଦୁଗୁ ଦୁଗୁ ହୋଇ ନାନା ରଙ୍ଗର ହର ନାଚକରୁଥାନ୍ତି ।ତାଟକା ତାଟକା ହୋଇ ରଙ୍ଗ ରେ ଡେଉଁଥାନ୍ତି ।

ଚଞ୍ଚ ପୁଟ ଚାରିପୁଟ ଥିଙ୍ଗି ଥିଙ୍ଗି
ମୃଗ ମୃଗ ଚାରି ନାଦ ଖୁଦି ଖୁଦି ଖୁଦି ।।

ହର ଙ୍କପାଦରେ ନୂପୁର ଝୁମ ଝୁମ ହୋଇ ବାଜି ଉଠୁଥିଲା ।ହର ଏମିତି ତାଣ୍ଡବଲୀଳା କଲେ ଯେ ତିନିପୁର କମ୍ପିଲା ।ତିନିପୁରରେ ଯେତେକ ୠଷି ଯୋଗରେ ବସିଥିଲେ ତାଙ୍କ ଯୋଗ ଭାଙ୍ଗି ଗଲା ।

ଗୌରୀ ଙ୍କ ତପ ଭାଙ୍ଗିଯିବାରୁ ସେ ଚାହିଁଲେ !ତାଙ୍କ ଦୃଷ୍ଟି ପଡିଗଲା ହର ଙ୍କ ଉପରେ ।ସେ ଦେଖିଲେ ସୁଢାଳଙ୍ଗ ତାଙ୍କ ଆଗରେ ନୃତ୍ୟ କରୁଛନ୍ତି ।ପୁଣି ଡେଇଁ ଡେଇଁ ନୃତ୍ୟ କରିଛନ୍ତ ସ୍ୱୟଂ ହର !

ମହାଶୁଳ୍କ ସ୍ୱରୂପ ରୂପ ,ହସ୍ତରେ ଅକ୍ଷୟ ତୃଣ ପାଶୁପତ ଦେହରେ ଅଛି ,ଶରୀର ସବୁ ଜାଗାରେ ବିଭୂତି ଲେପା ଯାଇଛି ।ପାଞ୍ଚ ପ୍ରକାର ମାଳ କଣ୍ଠରେ ଲମ୍ବିଛି ।ରୁଦ୍ର ସଂହିତା କୁ ପାଟିରେ ପଢୁଛନ୍ତି।ମୋତେ ପୁଣି ଡେଇଁ ଡେଇଁ ମୋ ଚାରିପାଖ ନାଚ କରୁଛନ୍ତି ଈଶ୍ୱର ।ଏମିତି ନାନା ଉପାୟ କରି ଏ ଈଶ୍ୱର ଗୌରୀର ତପ କୁ ଭାଙ୍ଗିଛି ।ଯୋଗ ଭାଙ୍ଗି ଯିବାରୁ ଗୌରୀ ଚାରିଦିଗକୁ ଚାହିଁଲେ ।ଈଶ୍ୱର ନାଚୁଥିବାର ଗୌରୀ ଦେଖିଲେ ।ଶଙ୍କର ଭଗବାନ ଦେଖିଲେ ଉଲଗ୍ନ ହୋଇ ପଦ୍ମ ନେତ୍ରୀ ବସିଛନ୍ତି ।ହର ହସି ହସି କହିଲେ ହେ ଜଗଦ୍ଧାତ୍ରୀ କଅଣ ବର ମାଗୁଛ ମାଗ ?ଗୌରୀ ଦେବୀ କହିଲେ ହେ ଶୂଳପାଣି ଆପଣ ଯଦି କହିବେ ମୁଁ ତଳ ହସ୍ତରେ ଏହିକ୍ଷଣି ଦେବୀ ।ଈଶ୍ୱର କହିଲେ ଦେବୀ ଦିଅ ତେବେ ନୀର ।ତୁମେ ଶଙ୍ଖରେ ଜଳ ତୁଳସୀ ଭରି ଦେଲେ ।ହସ୍ତରେ ସେହି ଜଳ ତୁଳସୀକୁ ଗୌର ହରଙ୍କୁ ଦେଲେ ।

ପୁଣ୍ୟାହବାଚନ କରି ହର ଜଳ ତୁଳସୀକୁ ଗୌରୀଙ୍କ ହାତରୁ ନେଲେ । ହସ୍ତରେ ହସ୍ତ ମିଶାଇବାରୁ ହର ଙ୍କ ଅଙ୍ଗ ଲଜ୍ୟା ଛାଡିଗଲା।ହର କହିଲେ ରେ ସୁନ୍ଦରୀ !ତୁ ମୋହର ଭାର୍ଯ୍ୟା ଆଜି ଠାରୁ ହେଲୁ ।ତୋ ରୂପ ଦେଖି ତୋତେ ମୁଁ ମୂର୍ଛି ପାରିଲି ନାହିଁ ?ରେ ସଖୀ ତୋ ଜାନୁ ଜଙ୍ଘ ଦେଖି କାମରେ ଘାରି ହେଲି ।ବିଧି ରେ ଲେଖା ଅଛି ସ୍ୱାମୀ ସ୍ତ୍ରୀ ସଙ୍ଗମ ବେଳେ ଉଲଗ୍ନ ହୁଅନ୍ତି ।ଆମେ ବୋଧେ ସ୍ୱାମୀ ସ୍ତ୍ରୀ ହୋଇ ସଙ୍ଗମ କରିବାକୁ ବିଧାତା ଚାହିଁଛି ସଖୀ ?

ଶଙ୍କର ଙ୍କ ଠାରୁ ଏକଥା ଶୁଣି ଦେବୀ ଆଚମ୍ବିତ ହୋଇଗଲେ ।ମୁଁ ବର ମାଗି ଭୁଲ କରିଦେଲି ବୋଧେ ଏମିତି ମନରେ ପାଞ୍ଚିଲେ ଗୌରୀ ତାପରେ ଗୌରୀ ଭାବିଲେ ବଚନ ଦେଇଛି ଯଦି ମନା କରିବି ତେବେ ଅସତ୍ୟ ହୋଇଯିବ ।ମୁଁ ମୋ ଇଚ୍ଛାରେ ବର ଦେଇଛି ।ଉମା ବଚନ ଅସତ୍ୟ ହେବନାହିଁ ।ଦେଖିବାକୁ ଗଲେ ଈଶ୍ୱରଙ୍କର କିଛି ଦୋଷ ନାହିଁ ।ଏଣୁ ମୋ ବଚନ ରକ୍ଷାକରି ଈଶ୍ୱରଙ୍କର ମୃଗାକ୍ଷୀ ହେବି ।ସଂସାର ରେ ମୋତେ କେହି ନିନ୍ଦା କରିବେ ନାହିଁ ?ମୁଁ ସମସ୍ତଙ୍କର ବନିତା ଓ ସମସ୍ତଙ୍କର ମାତା ମଧ୍ୟ ହେବି ।ମୁଁ ମାୟାରେ ପୁଥିବୀ ଯାକ ବୁଲାଇବି ।ଲୋଭ ହୋଇ ସବୁ ହୃଦୟରେ ବସିବି ।ସାଧୁଙ୍କ ଘରେ ଅଷ୍ଟ ରତ୍ନ ହୋଇ ମୁଁ ରହିବି ।

କଉଡ଼ି ରୂପରେ ହର ସମସ୍ତଙ୍କୁ ଭୁଲାଉଛନ୍ତି ।ରାଜାଙ୍କ ଘରେ ମୁଁ ରାଣୀ ଓ ସ୍ତ୍ରୀ ମାନଙ୍କ ମଧ୍ୟରେ ନାୟିକା ହେବି । ଜଳ ଭିତରେ ମୁଁ ଗଙ୍ଗା ନଦୀ ହେବି ।

ମୁଁ ସିନା ସଂସାରେ କଲି ସ୍ତ୍ରୀ ରୂପେ ଜାତ
ପ୍ରଳୟ କାଳରେ ମୁହିଁ ରଖଇ ଜଗତ ।

ଗୌରୀ କହିଲେ ଏହି ଦୃଷ୍ଟିରୁ ମୁଁ ଈଶ୍ୱରଙ୍କ ଭାରିଯା ହେବି ।ଏହା ଭାବି ଶିରିଯା କହିଲେ ହେ ଈଶ୍ୱର ମୁଁ ଏହିଠାରେ ଆପଣଂକୁ ମାଳା ଦେଇ ଆପଣଂକ ଭାରିଯା ହେବାକୁ ଯାଉଛି ।ଏହାକହି ଗୌରୀ ହରଙ୍କ ବେକରେ ଫୁଲ ମାଳ ଲମ୍ବାଇ ଦେଲେ ।ଈଶ୍ୱର ମାଳା ପାଇ ଗୌରୀ ଙ୍କୁ କୋଳରେ ଧରିଲେ ।କୋଳରେ ଗୌରୀଙ୍କୁ ଈଶ୍ୱର ଧରିବାରୁ ଗୌରୀ କହିଲେ ନା ,ନା ଏମନ୍ତ ନୁହେଁ ତ୍ରିପୁରାରୀ !ମାଳା ଦେଇ ସିନା ଆପଣଂକୁ ମୁଁ ବରିଲି ?ଯଦି ଆମେ ବିବାହ ନକରିବା ତେବେ ଆମକୁ ଲଜ୍ୟା ହେବ ?।

ସଦାଶିବ ଗୌରୀଙ୍କ କଥାଶୁଣି ଚିନ୍ତାକଲେ ସଖୀ ଯାହା କହୁଛି ତାହା ସତ୍ୟ ଅଟେ ।ବିବାହ ନହୋଇ ମୁଁ ଯଦି ଗୌରୀଙ୍କୁ ଏବେ ରମିବି ତେବେ ମୋର ଆୟୁ ହାନି ହେବ ।ଏଥିପାଇଁ ଗୌରୀ ବୋଧେ ରାଜି ହେଲେ ନାହିଁ ।ଈଶ୍ୱର ଚିନ୍ତାକଲେ ଗୌରୀଙ୍କୁ ସାଙ୍ଗରେ ନେଇ କପିଳାସ ଯାଇ ଦେବତା ମାନଙ୍କୁ ବସାଇ ବିଭା ହୋଇଯିବା । ଏହାକହି ଶଙ୍କର ଵସ୍ତ୍ର ପିନ୍ଧିଲେ ।ଉମା ଶାଢ଼ୀ ଲାଗି ହେଲେ ।ସୁବେଶ ହୋଇ ହର ଗୌରୀ କପିଳାସ କୁ ଚାଲିଲେ ।

କ୍ରମଶଃ..............................

*ଓଁ ନମଃ ଭଗବତେ ବାସୁଦେବାୟଃ*🌹🌹

©

31/01/2026

viral #

Want your business to be the top-listed Beauty Salon in Cuttack?
Click here to claim your Sponsored Listing.

Category

Website

Address


Jagatpur
Cuttack