Machhua Bazaar Cuttack
Contact information, map and directions, contact form, opening hours, services, ratings, photos, videos and announcements from Machhua Bazaar Cuttack, Religious organisation, Cuttack.
12/10/2023
ବିଶ୍ଵ ପ୍ରସିଦ୍ଧ କଟକ ଦଶହରା ର ଇତିହାସ:-
ପାର୍ବଣ ଆଗତ ପ୍ରାୟ। 😍
ଏହି ପରିପ୍ରେକ୍ଷୀରେ ମହାମାୟା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କଟକ ସହରର ବିଭିନ୍ନ ପୂଜା କମିଟି ସମ୍ପର୍କିତ ତଥ୍ୟ ଆମେ ଆପଣ ମାନଙ୍କ ଉଦ୍ଦେଶ୍ୟରେ ଉପସ୍ଥାପିତ କରୁଅଛୁ 😊
ଆଜିର ଉପସ୍ଥାପନା ରେ ବକ୍ସି ବଜାର ସାର୍ବଜନୀନ ଦୂର୍ଗୋତ୍ସବ, ସର୍ପା ଦୁର୍ଗା ଠାକୁରାଣୀ, ମାଛୁଆ ବଜାର, ସମ୍ପର୍କିତ ତଥ୍ୟ ରଖୁଛୁ । 🙏
ସର୍ପା ଦୁର୍ଗା, ବକ୍ସି ବଜାର ପକ୍ଷରୁ ୧୭୫୨ ମସିହା ଠାରୁ ମହାମାୟା ଦଶଭୁଜା ମା ଦୁର୍ଗା ଠାକୁରାଣୀଙ୍କ ପୂଜା ଆରମ୍ଭ ହୋଇ ଅଦ୍ୟାବଧି ଅନୁଷ୍ଠିତ ହୋଇଆସୁଛି। ଏହି ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଦାସ ଓ ସମ୍ପାଦକ ଶ୍ରୀଯୁକ୍ତ ହେମନ୍ତ କୁମାର ଦାସ। ପ୍ରତିଷ୍ଠାତା ସଭାପତି ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଦାସ ଙ୍କ ଦ୍ଵାରା ଲିଖିତ ବିବରଣୀ ରୁ ଅନୁଷ୍ଠାନର ପ୍ରାଚୀନତା ଅନୁମାନ କରାଯାଇପାରେ। ଏହି ଅନୁଷ୍ଠାନ କଟକ ମହାନଗର ର ଏକ ପ୍ରାଚୀନ ଅନୁଷ୍ଠାନ ଭାବେ ପରିଗଣିତ। ଏହା କଟକ ସହରର ଦ୍ୱିତୀୟ ଦୁର୍ଗା ଠାକୁରାଣୀ ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି।
ହଜାର ବର୍ଷର ସହର କଟକ ନଗରର ପାରମ୍ପରିକ ଦୁର୍ଗା ପୂଜା ସମଗ୍ର ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଛି। ଇତିହାସ ପୃଷ୍ଠାକୁ ଅବଲୋକନ କଲେ ଜାଣିବାକୁ ମିଳେ ଯେ ବଙ୍ଗଳା ର ହୁଗୁଳୀ ନଦୀ କୂଳରେ ମୁର୍ଶିଦାବାଦ ଜିଲ୍ଲାର ରାମଗଡ଼ ନିବାସୀ ସ୍ୱରୂପ ଚନ୍ଦ୍ର ଦାସ ନାମକ ଏକ ଜମିଦାର କଟକ ବିଦ୍ୟାଧରପୁର ରଘୁନାଥପୁର ଅଞ୍ଚଳରେ ଜମିଦାରୀ ପ୍ରତିଷ୍ଠା କରିଥିଲେ। ଜମିଦାର ସ୍ୱରୂପ ଚନ୍ଦ୍ର ଦାସ ନୂଆ ବଜାର ଗୋରକ୍ଷଣି ନିକଟସ୍ଥ ସାର୍ତୋଳ ମୌଜାରେ ୧୭୫୨ ମସିହାରେ ସାଲେଶ୍ୱର ମହାଦେବ ମନ୍ଦିର ନିର୍ମାଣ କରିବା ସହ ତାଙ୍କ ବାସଭବନ ସ୍ୱରୂପ ଦାସ ଲେନ (ବର୍ତ୍ତମାନ ମାଛୁଆ ବଜାର)ରେ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ ଶ୍ୟାମାକାଳୀ ପୂଜା ଆରମ୍ଭ କରିଥିଲେ। ସାଲେଶ୍ୱର ମନ୍ଦିର ବର୍ତ୍ତମାନ ପର୍ଯ୍ୟନ୍ତ ବିରାଜମାନ କରୁଛି ଓ ଏହାର ବେଢ଼ାରେ ଥିବା ତାମ୍ରପାତ୍ର ରେ ଲେଖାଥିବା ଫଳକ ଏବେ ମଧ୍ୟ ଦୃଶ୍ୟମାନ ହେଉଛି। ଜମିଦାର ମହାଶୟ ମହାଦେବଙ୍କ ନିତ୍ୟ ପୂଜା ନିମନ୍ତେ ପୂଜକ ନିୟୋଜିତ କରିଥିଲେ ଓ ସେହି ପୂଜକ ମାନଙ୍କ ବଂଶଧର ମାନେ ଏବେ ମଧ୍ୟ ସେବା ପୂଜା କରିଆସୁଛନ୍ତି। ସେହିପରି ମାଛୁଆ ବଜାର ରେ ମଧ୍ୟ ନିୟୋଜିତ ଥିବା ପୂଜକ ମାନଙ୍କ ବଂଶଧର ମାନେ ଏବେ ମଧ୍ୟ ଦୁର୍ଗା, ଲକ୍ଷ୍ମୀ, କାଳୀ ଓ ବାସନ୍ତୀ ଦୁର୍ଗା ପୂଜା କରି ଆସୁଛନ୍ତି। ଜମିଦାର ସ୍ୱରୂପ ଚନ୍ଦ୍ର ଦାସ ଆରମ୍ଭ କରିଥିବା ଏହି ଦୁର୍ଗା ପୂଜା କାଳକ୍ରମେ ଲୋକମୁଖରେ ସରପା ଦୁର୍ଗା ବା ସର୍ପା ଦୁର୍ଗା ନାମରେ ବିଖ୍ୟାତ।
ଜମିଦାର ପ୍ରଥା ଉଚ୍ଛେଦ ହେବା ପରେ ମାଛୁଆ ବଜାର, ବକ୍ସି ବଜାର ବାସିନ୍ଦା ଓ ଭକ୍ତ ମାନଙ୍କ ସାହାଯ୍ୟ ସହଯୋଗରେ ଏଠାରେ ପୂଜା ଚାଲି ଆସୁଛି। ବର୍ତ୍ତମାନ ଏହି ଦୁର୍ଗା ପୂଜା ବକ୍ସି ବଜାର ସାର୍ବଜନୀନ ଦୂର୍ଗୋତ୍ସବ ଓ କାଳୀ ପୂଜା ମାଛୁଆ ବଜାର ସାର୍ବଜନୀନ କାଳୀ ପୂଜା ନାମରେ ପରିଚିତ। ଏଠାରେ ଭକ୍ତ ମାନଙ୍କ ଅକୁଣ୍ଠ ସାହାଯ୍ୟ ସହଯୋଗରେ ୧୯୬୨ ମସିହା ଠାରୁ ମା ବାସନ୍ତୀ ଦୁର୍ଗା ପୂଜା ମଧ୍ୟ ଅନୁଷ୍ଠିତ ହେଉଛି ଏବଂ ଏହା ବକ୍ସି ବଜାର ସାର୍ବଜନୀନ ବାସନ୍ତୀ ଦୂର୍ଗୋତ୍ସବ ନାମରେ ପରିଚିତ।
୨୦୦୯ ମସିହାରେ ମା ସର୍ପା ଦୁର୍ଗା ଠାକୁରାଣୀଙ୍କ ନିମନ୍ତେ ତାରକସୀ କାରୁକାର୍ଯ୍ୟ ପୂର୍ଣ୍ଣ ନୂତନ ଚାନ୍ଦି ମେଢ଼ ନିର୍ମାଣ କରାଯାଇଥିଲା ଯାହାକି କଟକ ସହରରେ ଦ୍ଵାଦଶ ଚାନ୍ଦି ମେଢ଼ ଭାବେ ଖ୍ୟାତି ଲାଭ କରିଛି। ସମ୍ପୂର୍ଣ ଚାନ୍ଦି ମେଢ଼ ଟି ଦେଖିବାକୁ ଅତ୍ୟନ୍ତ ମନ ମୁଗ୍ଧକର ଓ ବେଶ ଆକର୍ଷଣୀୟ। ମେଢ଼ ରେ ଥିବା ଚାନ୍ଦି ର ଦଶ ମହାବିଦ୍ୟା ଓ ଶ୍ରୀ ଗଣେଶ ପ୍ରତିମା ମେଢ଼ ର ଶୋଭାକୁ ବହୁଗୁଣିତ କରିଥାଏ। ମା ଙ୍କ ଶ୍ରୀମୁଖ ଅତ୍ୟନ୍ତ ଦିବ୍ୟ ଓ ସୁମନୋହର ଯାହାକି ଭକ୍ତ ମାନଙ୍କୁ ଦର୍ଶନ ମାତ୍ରେ ଆନନ୍ଦ ପ୍ରଦାନ କରେ। ଏଠାରେ ସମ୍ପୂର୍ଣ ବଙ୍ଗୀୟ ପରମ୍ପରା ଅନୁଯାୟୀ ମା' ଙ୍କ ପୂଜା କରାଯାଇଥାଏ।
ଦଶମୀ ଦିନ ସମଗ୍ର ବକ୍ସି ବଜାର ଓ ଏହାର ଆଖପାଖ ଅଞ୍ଚଳ ପରିକ୍ରମା କରିବା ପରେ ମଧ୍ୟରାତ୍ରୀରେ ଦେବୀଗଡା ଅଭିମୁଖେ ପାରମ୍ପରିକ ବାଦ୍ୟ ସହ ବିସର୍ଜନ ଅଭିମୁଖେ ଠାକୁରାଣୀ ଯାତ୍ରା କରିଥାନ୍ତି। ସମସ୍ତ ସାହି ବାସୀ ମାନଙ୍କ ଘରେ ଲଡୁ ଭୋଗ ବଣ୍ଟା ଯାଇଥାଏ। ମହାନବମୀ ରେ ବିରି କଚୁଡ଼ି, ତରକାରୀ, କ୍ଷୀରି , ପୁରି ଆଦି ପ୍ରସାଦ ଲାଗି ହୁଏ। ଦଶମୀ ଦିନ ମହିଳା ମାନଙ୍କ ଦ୍ଵାରା ସିନ୍ଦୂର ଖେଳ ଅନୁଷ୍ଠିତ ହୋଇଥାଏ। ବିସର୍ଜନ ପରେ ଖଡମା ସହ ବିସର୍ଜନ ପାଇଁ ଯାଇଥିବା ସମସ୍ତ ବ୍ୟକ୍ତି ମାନଙ୍କ ଉପରେ ଶାନ୍ତି ପାଣି ଛିଞ୍ଚା ଯିବାପରେ ଖଡମା ଓ କର୍ମକର୍ତ୍ତା ଗୃହ ପ୍ରବେଶ କରିଥାନ୍ତି। କମିଟି ପକ୍ଷରୁ କାଳୀ ପୂଜାରେ ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କମିଟି ଅଧିକ ଗୁରୁତ୍ଵ ଦେଇଥାଏ ଓ ଭସାଣୀ ଯାତ୍ରା ମଧ୍ୟ ଅଧିକ ଆଡ଼ମ୍ବରପୂର୍ଣ୍ଣ କରାଯାଇଥାଏ।
ବକ୍ସି ବଜାର ସାର୍ବଜନୀନ ସର୍ପା ଦୁର୍ଗା ପୂଜା କମିଟି, ମାଛୁଆ ବଜାର 🚩
Sarpadurga, Machhua Bazar 🚩
Sarpa Durga 🚩
ଆଗାମୀ ପୋଷ୍ଟରେ ଆମେ ଅନ୍ୟ ଏକ ପୂଜା କମିଟି ବିଷୟରେ ତଥ୍ଯ ଉପସ୍ଥାପନା କରିବୁ । ଆପଣମାନେ ଆମ ସହିତ ଯୋଡି ହୋଇ ରହିବାକୁ ଅନୁରୋଧ 🙏
ମହାମାୟା ସାଂସ୍କୃତିକ ଅନୁଷ୍ଠାନ 🚩
ବି:ଦ୍ର: ମହାମାୟା ସାଂସ୍କୃତିକ ଅନୁଷ୍ଠାନ ତରଫରୁ କଟକର ସମସ୍ତ ପୂଜା କମିଟି ମାନଙ୍କୁ ବିଶେଷ ଅନୁରୋଧ ବାହ୍ୟ ଆଡମ୍ବର ସହିତ ମା ଙ୍କର ପୂଜା ବିଧି ଓ ନୀତି ଅନୁସାରେ ପାଳନ କରିବା ପାଇଁ ବିଶେଷ ଧ୍ୟାନ ଦିଅନ୍ତୁ 🙏
16/10/2021
ମା ସର୍ପା ଦୁର୍ଗାଙ୍କୁ ବିଦାୟ🙏 😭🙏
ପୁଣି ଆସନ୍ତା ବର୍ଷକୁ ଅପେକ୍ଷା
ଜୟ ମା ଦୁର୍ଗା🙏
15/10/2021
ମା ସର୍ପା ଦୁର୍ଗା ମାଛୁଆବଜାର
ବିଜାୟ ଦଶମୀ ର ଅଭିନନ୍ଦନ
16/08/2021
ହଜାରବର୍ଷର ସଂସ୍କୃତିର ସହର #କଟକ ରେ ପୂର୍ଣ୍ଣାବୟବ ମୃଣ୍ମୟୀ ମୂର୍ତ୍ତି,ବିନା ପରଦାରେ ପୂଜା,ସର୍ବସାଧାରଣଙ୍କ ଦର୍ଶନ ଓ ଦେବୀଗଡାରେ ବିସର୍ଜନ,ସାଜସଜ୍ଜା ଅନୁମତି ମିଳୁ।ରାଜ୍ୟ ସରକାର ଜାରୀକରିଥିବା ପାର୍ବଣ କଟକଣାର ପୁନର୍ବିଚାର କରନ୍ତୁ ଆମର ଦାବୀ
Rajat Kumar on Twitter “ହଜାରବର୍ଷର ସଂସ୍କୃତିର ସହର #କଟକ ରେ ପୂର୍ଣ୍ଣାବୟବ ମୃଣ୍ମୟୀ ମୂର୍ତ୍ତି,ବିନା ପରଦାରେ ପୂଜା,ସର୍ବସାଧାରଣଙ୍କ ଦର୍ଶନ ଓ ଦେବୀଗଡାରେ...
23/04/2021
ମା ବାସନ୍ତି ଦୁର୍ଗା ଙ୍କ ଭସାଣି ଶୋଭାଯାତ୍ରା 🙏🔱🌺🚩
ମାଛୁଆବଜ଼ାର,କଟକ
ମାକୁ ବିଦାୟ 🙏
22/04/2021
ମା ବାସନ୍ତି ଦୁର୍ଗା ଙ୍କ ଭସାଣି ଶୋଭାଯାତ୍ରା 🙏🔱🌺🚩
ମାଛୁଆବଜ଼ାର,କଟକ
22/04/2021
Mahanavami puja has been conducted across the Mandaps, without devotees.
Click here to claim your Sponsored Listing.
Category
Website
Address
Cuttack