UTKAL News
"Welcome to Utkal news your source for timely and trustworthy news updates. Stay informed with our latest stories on politics,culture,local issue,etc.
Join us as through the headline & Like and subscribe Chanel and our page to stay updated!"
@
*ନମସ୍କାର*
*ଆଜି ୧୨/୦୨/୨୫, ବୁଧବାର*
*ମୁଖ୍ୟ ଖବର*
୧-ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିଯୁକ୍ତ
୨-କଟକ:ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ
୩-ପୁଅ ଜନ୍ମ ହେଲେ ୧୦ ହଜାର । ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର । ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
୪-ଢେଙ୍କାନାଳ: ଗାଦି ମନ୍ଦିର ଚାରି ଦ୍ଵାରରେ ଜଳିଲା ଝାଡ, ଅଲେଖ ମହିମା ଧ୍ବନିରେ କମ୍ପିଲା ମହିମା ଗାଦି
୫-କୋହେନୂରକୁ ମନା,ଅସଲି ଖଡ଼ି ରତ୍ନ ପଞ୍ଜିକାକୁ ଗୁରୁତ୍ଵ: ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ
୬-ଚିଲିକା ଉପରେ ପ୍ରସ୍ତାବିତ ୩.୪ କିମି ପୋଲ ନିର୍ମାଣକୁ ବିରୋଧ
୭-ପୁରୀ:୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ, ଗଜଉଦ୍ଧାରଣ ନୀତି ପାଇଁ କାର୍ଯ୍ୟ ସ୍ଥଗିତ
୮-ରାଜ୍ୟ କଂଗ୍ରେସକୁ ଦୃଢ଼ ନେତୃତ୍ୱ ମିଳିଲା, ଦଳ ଆଗକୁ ଆହୁରି ସଂଗଠିତ ହେବ: ସୋଫିଆ
୯-ଦିନକ ପରେ ବିଧାନସଭା ଅଧିବେଶନ, ଆଜି ସୁରକ୍ଷା ତଦାରଖ କରିବେ DGP
୧୦-ଭୁବନେଶ୍ୱର:ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ରାସ୍ତା ଖୁବଶୀଘ୍ର: ମନ୍ତ୍ରୀ
୧୧-ଟ୍ରେଣ୍ଡ ପାଲଟିଲାଣି ବିବାହ ବିଛେଦ : ରାଜ୍ୟ ସରକାରଙ୍କ ନିଷ୍ପତ୍ତି 'ମାଆର ଛାଟ' ନାଁରେ ପ୍ରତିଷ୍ଠା ହେବ ମଦର୍ସ କୋର୍ଟ
୧୨-ସୁବର୍ଣ୍ଣପୁର:ଭୀମଭୋଇଙ୍କ ସମାଧି ପୀଠରେ ଆରମ୍ଭ ହୋଇଛି ମାଘ ମେଳା, ପାଦୁକା ଦର୍ଶନ କରି ଭକ୍ତ ହେଉଛନ୍ତି ଆନନ୍ଦିତ
୧୩-ବ୍ରହ୍ମପୁର, ଗୋଳନ୍ଥରା ଥାନା ଅଞ୍ଚଳ:ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ଘଟଣା, ଦୁଇ ବିଜେଡି ନେତାଙ୍କୁ ଗିରଫ କଲା ପୋଲିସ
୧୪-ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର, ୭ଟି ସ୍ଥାନରେ ଚାଲିଛି ଚଢାଉ
୧୫-ବାରିପଦା:ସ୍କର୍ପିଓ- ଅଟୋ ମୁହାଁ ମୁହିଁ ଧକ୍କା, ଘଟଣାସ୍ଥଳରେ ଦୁଇ ମୃତ
୧୬-ମହାକୁମ୍ଭର ଭାଇରାଲ ଗର୍ଲ ମୋନାଲିସାଙ୍କ ହାତରେ ଲାଗିଲା ଆଉ ଏକ ବଡ଼ ପ୍ରୋଜେକ୍ଟ। ଏକ ବଡ଼ ଅଳଙ୍କାର ବ୍ରାଣ୍ଡ ନିଜର ପ୍ରଚାର ପ୍ରସାର ପାଇଁ ପ୍ରସ୍ତାବ ଦେଇଛି
୧୭-ଜଳ , ସ୍ଥଳ , ଆକାଶରେ ୧୩୩ ଆମ୍ବୁଲାନ୍ସ ଯୋଗାଇବେ ସେବା । ମାଇନର୍ ଅପରେସନରୁ ମେଜର୍ ସର୍ଜରୀ ପର୍ଯ୍ୟନ୍ତ ମହାକୁମ୍ଭରେ ସବୁ କରାଯାଇଛି ବ୍ୟବସ୍ଥା
୧୮-ସରକାରଙ୍କ ନିର୍ଦ୍ଦେଶ ପରେ ଅଟକିଲା ଆଲ୍ଲାବାଦିଆଙ୍କ ଅଭିନୀତ ‘India Got Latent’ ଏପିସୋଡ୍
୧୯-ଯୁଗ୍ମ ପ୍ରବେଶିକା ପରୀକ୍ଷା ପ୍ରଥମ ଅଧିବେଶନ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୧୪ ପରୀକ୍ଷାର୍ଥୀ ରଖିଲେ ଶତ ପ୍ରତିଶତ ମାର୍କ
୨୦-ସୁପ୍ରିମକୋର୍ଟଙ୍କ ନିର୍ବାଚନ ଆୟୋଗକୁ ବଡ଼ ଆଦେଶ, କହିଲେ- EVMରୁ ଡାଟା ନଷ୍ଟ କରନ୍ତୁ ନାହିଁ
୨୧-ନାଗପୁର:କାର୍ ଶିଖିବାବେଳେ ବଢ଼ିଗଲା ଗତି, କୂଅରେ ପଡ଼ିଲା କାର୍, ଚାଲିଗଲା ୩ ଜଣଙ୍କ ପ୍ରାଣ
୨୨-ମହାକୁମ୍ଭ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି ୪୫ କୋଟିରୁ ଅଧିକ:ଉତ୍ତରପ୍ରଦେଶ ସରକାର
୨୩-ସେୟାର ବଜାରରେ ହାହାକାର, ନିବେଶକଙ୍କ ବୁଡ଼ିଲା ୯.୩୨ ଲକ୍ଷ କୋଟି ଟଙ୍କା
12/02/2025
12/01/2025
*କିଛି ଜରୁରୀ ଜାଣିବା କଥା -:*
୧-: ଯଦି ସାରା ଭାରତରେ ଛୋଟ ପିଲାଙ୍କୁ ଭିକ ମାଗିବାର ଦେଖିବେ, ଦୟାକରି ଏହି ନମ୍ବରରେ ସମ୍ପର୍କ କରିବାକୁ ଅନୁରୋଧ ।
*RED SOCIETY*-:୯୯୪୦୨୧୭୮୧୬ । ରେଡ୍ ସୋସାଇଟି ସଂସ୍ଥା ଏପରି ପିଲାମାନଙ୍କୁ ପଢିବାରେ ସାହାଯ୍ୟ କରେ ।
୨-: ଯଦି ଆପଣଙ୍କୁ କୌଣସି ଗ୍ରୁପ୍ ବ୍ଲଡ ଆବଶ୍ୟକ ଆପଣ ଏହି ଓ୍ବେବସାଇଟ୍ର ସାହାଯ୍ୟ ନେଇ ପାରିବେ । ଆପଣଙ୍କ ରକ୍ତ ଦାତାଙ୍କ ଠିକଣା ଓ ମୋବାଇଲ୍ ନମ୍ବର ମିଳିଯିବ । *www.friendstosupport.org/*
୩-: ହ୍ୟାଣ୍ଡିକ୍ୟାପ ଓ ଶାରୀରିକ ବିକଳାଙ୍ଗ ପିଲାମାନଙ୍କ ପାଇଁ ନିଶୁଳ୍କ ଶିକ୍ଷା ଓ ନିଶୁଳ୍କ ଛାତ୍ରାବାସ ପାଇଁ ସମ୍ପର୍କ କରନ୍ତୁ । *MOB-୯୮୪୨୦୬୨୫୦୧ ଓ ୯୮୯୪୦୬୭୫୦୬*
୪-: ନିଆଁରେ ଜଳି ଯାଇଥିବା ଲୋକ, ଜନ୍ମରୁ କାନ, ନାକ ଓ ଚେହେରା ପ୍ଲାଷ୍ଟିକ ସର୍ଜରୀ ପାଇଁ ସମ୍ପର୍କ କରନ୍ତୁ *KODIKANAL PASAM HOSPITAL* । ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା । ଯୋଗାଯୋଗ-: *୦୪୫୪୨୦-୨୪୦୬୬୮ ଓ ୨୪୫୭୩୨*
୫-: ଯଦି ଆପଣ କୌଣସି ଡ୍ରାଇଭିଙ୍ଗ ଲାଇସେନ୍ସ, ପାନକାର୍ଡ, ଭୋଟର କାର୍ଡ, ଆଧାର କାର୍ଡ, ପାସପୋର୍ଟ, ବ୍ୟାଙ୍କ ପାସବୁକ୍ ଓ ସାର୍ଟିଫିକେଟ୍ କେଉଁଠି ପଡିଥିବାର ଦେଖିବେ, ଦୟା କରି ଡାକ ବିଭାଗରେ ଜମା କରି ଦିଅନ୍ତୁ । ଡାକ ବିଭାଗ ଏହାକୁ ତାର ମାଲିକ ପାଖରେ ପହଞ୍ଚାଇ ଦେବ ଓ ଏଥି ପାଇଁ ଆପଣଙ୍କୁ କୌଣସି ଖର୍ଚ୍ଚ ଲାଗିବ ନାହିଁ ।
୬-: ୦-୧୦ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ମାଗଣା ହାର୍ଟ ସର୍ଜରୀ *SRI VALLI BABA INSTITUTE* ରେ ଉପଲବ୍ଧ । ଯୋଗାଯୋଗ- *୯୮୧୬୭୩୭୪୭୧*
୭-: ବ୍ଲଡ କ୍ୟାନ୍ସର ପାଇଁ ଚିକିତ୍ସା:
Lmitinef mercliet ନାମକ ଏକ ଔଷଧ ଯାହା ବ୍ଲଡ କ୍ୟାନସର ପାଇଁ ବ୍ୟବହାର କରାଯାଏ, ଏହା *ADYAR CANCER INSTITUTE* CHENNAI ରେ ମାଗଣାରେ ଉପଲବ୍ଧ ।
Adyar cacer institute
DEPT-Cancer
Address-East cannal road
Gandhi Nagar,Adyar, Chennai-୬୦୦୦୨୦
ଯୋଗାଯୋଗ- ୦୪୪-୨୪୯୧୦୭୫୪,୨୪୯୧୧୫୨୬ ଓ ୨୨୩୫୦୨୪୧
୮-: ଆପଣଙ୍କୁ ଅନୁରୋଧ ଯଦି ଆପଣଙ୍କ ଘରେ କୌଣସି ବିବାହ, ବ୍ରତ ଓ କୌଣସି ସମାରୋହରେ ଖାଦ୍ୟ ବଳକା ହୁଏ, ଏହାକୁ ନଷ୍ଟ ନକରି ୧୦୯୮ରେ ଯୋଗାଯୋଗ କରନ୍ତୁ । ୧୦୯୮ ଏକ ଶିଶୁ ସହାୟକ ସଂସ୍ଥା । ସଂସ୍ଥାର ଲୋକମାନେ ଆସି ବଳକା ଖାଦ୍ୟ ନେଇଯିବେ । ଆପଣଙ୍କର ନଷ୍ଟ ହେବାକୁ ଥିବା ଖାଦ୍ୟ ଅନ୍ୟ କାହା ମୁହଁରେ ହସ ଟିକେ ଭରିଦେବ ।
ଆପଣ ପ୍ରତ୍ୟକଦିନ ମଜା କଥା, ଗଳ୍ପ, କବିତା ଓ ଫଟୋ ସାଙ୍ଗମାନଙ୍କ ସହିତ ସେୟାର କରୁଛନ୍ତି । ଆପଣମାନେ ଏହି ମେସେଜ୍ ବହୁ ମାତ୍ରାରେ ସେୟାର କରି କାହା ମୁହଁରେ ହସ ଟିକେ ଫୁଟାଇଲେ କେତେ ଭଲ ନହେବ? ସାହାଯ୍ୟକାରୀ ହାତ ପ୍ରାର୍ଥନା କରୁଥିବା ହୃଦୟଠାରୁ ଅଧିକ ଶକ୍ତିଶାଳୀ । ମୁଁ ଜାଣିନାହିଁ ଭଗବାନଙ୍କ ଫଟୋ ସେୟାର କଲେ ପୁଣ୍ୟ ମିଳେ କି ନାହିଁ । କିନ୍ତୁ ଏପରି ହୋଇପାରେ ଯେ ଆପଣ ଥରୁଟିଏ ଏହାକୁ ସେୟାର କଲେ ଏହା କାହା ଜୀବନ ବଞ୍ଚାଇବାରେ ସହାୟକ ହୋଇ ପାରିବ । 🌷
friendstosupport.org - Berlin friendstosupport.org
*ନମସ୍କାର*
*ଆଜି ୨୧/୧୨/୨୪, ଶନିବାର*
*ମୁଖ୍ୟ ଖବର*
୧-ଶୀତ ଭିତରେ ବର୍ଷାର ଦାଉ; ଖଳାରେ ଭିଜିଲା ଅମଳ ଧାନ, ଆହୁରି ୨ ଦିନ ବର୍ଷିବ
୨-ଚିନ୍ତା ବଢାଇଲାଣି ଲଘୁଚାପ ବର୍ଷା,ଧାନ ପନିପରିବା ଫସଲ ଉଜୁଡି ଯିବା ଆଶଙ୍କା
୩-ଭୋପାଳ:ମିଣ୍ଡୋରି ଜଙ୍ଗଲରୁ ଏକ ପରିତ୍ୟକ୍ତ କାରରୁ ୫୨ କିଲୋ ସୁନା,ନଗଦ ଦଶ କୋଟି ଜବତ
୪-ରସାତଳଗାମୀ ହେଲାଣି ପିଲାଙ୍କ ଭବିଷ୍ୟତ; ହାଇସ୍କୁଲରେ ୧୧ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି।ଗଣିତ, ବିଜ୍ଞାନ ଓ ଇଂରାଜୀରେ ଦୁର୍ବଳ ଓଡ଼ିଆ ଛାତ୍ର
୫-ସମ୍ବଲପୁର:'ବିଶ୍ବ' ରୁ ୫୦୫ ଜାଲ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଜବତ,୭୨ ଲକ୍ଷ ଟଙ୍କା ଅକାମୀ, ସେୟାର ବଜାରରେ ଦଶ ଲକ୍ଷ ଜବତ୍
୬-ମନେରଗାରେ କଟକ ଜିଲ୍ଲାର ଖରାପ୍ ପ୍ରଦର୍ଶନ,୧୨ ଏଡିଇଓଙ୍କ ଦରମା ବନ୍ଦ
୭-କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଶିକ୍ଷକଙ୍କୁ ଦିଆଗଲା ଇଂରାଜୀ ପ୍ରଶିକ୍ଷଣ
୮-ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ସରକାରୀ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଡିସେମ୍ବର୨୩ରେ ଭୁବନେଶ୍ଵର, ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ବନ୍ଦ ରହିବ
୯-ଆଉ ହେବନି ଆଳୁ ସଂକଟ ! ନିଜ ଜମିରେ ଆଳୁ ଫଳାଇଲେଣି କୋରାପୁଟ ଚାଷୀ। ଚଳିତବର୍ଷ ଜିଲ୍ଲାରେ ପ୍ରାୟ ୧୧୩୩ ହେକ୍ଟର ଜମିରେ ହୋଇଛି ରବି ଆଳୁ ଚାଷ
୧୦-ଦଶ ଘଣ୍ଟା ପରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବାହାରିଲା ED ଟିମ୍, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜ୍ ଜବତ
୧୧-ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକଣା, ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଜରୁରୀ
୧୨-ବୌଦ୍ଧ:ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର, ସମବାୟ ସମିତିର ବିଲ୍ ରିଲିଜ୍ ପାଇଁ ନେଉଥିଲେ ଲାଞ୍ଚ।ଇନ୍ସପେକ୍ଟର ଦ୍ବୟ ହେଲେ – କୃଷ୍ଣଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସ
୧୩-ଅନୁଗୁଳ:ଡ୍ୟୁଟିକୁ ଯାଉଥିବା ବେଳେ ମାଡିଗଲା ଟ୍ରକ; ଜଣେ ମୃତ, ଜଣେ ଆହତ
୧୪-ଫେଲ୍ ମାରିଲା ଯୋଗାଣ ବିଭାଗର ଯୋଜନା । ଏବେ ବି ରାଜ୍ୟର ୫୬ଲକ୍ଷ ହିତାଧିକାରୀ କରିନାହାନ୍ତି ଇ-କେୱାଇସି ଅପଡେଟ୍ । ବାଧକ ସାଜିଛି ନେଟୱାର୍କ, ବୟସ୍କ ବର୍ଗ ଓ ପିଲାଙ୍କ ତଥ୍ୟ
୧୫-ଡ.ଜ୍ଞାନେଶ୍ବର ମୂଳେ ପାଇବେ ସମ୍ମାନଜନକ ନୀଳିମାରାଣୀ ସାହିତ୍ୟ ପୁରସ୍କାର-୨୦୨୫।ମାନପତ୍ର, ଫଳକ ଏବଂ ଉପଢୌକନ ସହ ତାଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ
୧୬-ଓଡ଼ିଶାରେ ପୁଣି ବଢ଼ିପାରେ ବିଜୁଳି ବିଲ୍ । କୋଟିଏ ଖାଉଟି ଗଣିବେ ବିଦ୍ୟୁତ୍ ତଣ୍ଡ । ୟୁନିଟ୍ ପିଛା ୫୪ ପଇସା ବଢ଼ାଇବାକୁ ପ୍ରସ୍ତାବ
୧୭-ସାମ୍ନାକୁ ଆସିଲା ରାଜସ୍ଥାନ ଦୁର୍ଘଟଣାର ସିସିଟିଭି ଭିଡିଓ । ଏବେ ସୁଦ୍ଧା ୧୧ ମୃତ,୪୦ ରୁ ଅଧିକ ଆହତ
୧୮-ଜମା ଉପରେ ସୁଧହାର ସମ୍ପର୍କିତ ମାନଦଣ୍ଡରେ କିଛି ପ୍ରାବଧାନକୁ ପାଳନ ନ କରିବାରୁ ଇଣ୍ଡସଇଣ୍ଡ ବ୍ୟାଙ୍କ ଉପରେ RBI ଲଗାଇଲେ ୨୭.୩୦ଲକ୍ଷ ଟଙ୍କାର ଜରିମନା
୧୯-ବିଶାଖାପାଟଣା: ବୈଦୁତିକ ସାମଗ୍ରି ମଗାଇଥିଲେ ମହିଳା,ପାର୍ସଲରେ ଆସିଲା ମୃତ ଦେହ
୨୦-ସଂସଦରେ ଧସ୍ତାଧସ୍ତି ଘଟଣାର ତଦନ୍ତ କରିବ କ୍ରାଇମ୍ ବ୍ରାଞ୍ଚ, ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ FIR ବି ଟ୍ରାନ୍ସଫର୍ କଲା ଦିଲ୍ଲୀ ପୋଲିସ
୨୧-ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ବିୟୋଗରେ ହରିୟାଣାରେ ୩ ଦିନିଆ ଶୋକ
୨୨-‘ବଜ୍ର’ ତୋପ କ୍ରୟ ନିମନ୍ତେ L&T ସହିତ ୭,୬୨୯ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର କଲେ ପ୍ରତିରକ୍ଷା ମନ୍ତ୍ରାଳୟ
୨୩-ବାଂଲାଦେଶରେ ହିନ୍ଦୁ ବିରୋଧରେ ୨୨୦୦ ହିଂସା ମାମଲା ଓ ପାକିସ୍ତାନରେ ୧୨୦ ମାମଲା ହୋଇଛି: କେନ୍ଦ୍ର ସରକାର
*ଖବର ଆଜିର*
ତାରିଖ:୧୮/୧୨/୨୪, ବୁଧବାର
୧-୮ ହଜାର ପଞ୍ଚାୟତରେ ଖୋଲିବ ଆଦର୍ଶ ବିଦ୍ୟାଳୟ,ପୂରଣ ହେବ ୧.୫ଲକ୍ଷ ଶିକ୍ଷକ ପଦ: ମୁଖ୍ୟମନ୍ତ୍ରୀ
୨-ସ୍ବାସ୍ଥ୍ୟ ବିଭାଗ ସହିତ ଆଲେଚନା ବିଫଳ,୨୦ରେ ଆୟୁଷ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।
୩-ଲାଠିକଟା: ବନ୍ଦ ଫାଟକ ପାର ବେଳେ ଦୁର୍ଘଟଣା,ରେଳ ଧକ୍କାରେ ୨ମୃତ,ଜଣେ ଗୁରୁତର।
୪-ଶୀତରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଆଜିଠୁ ୧୯ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା।
୫-ଚିଲିକା ମଙ୍ଗଳାଯୋଡ଼ି, ନଳବଣ ପକ୍ଷୀ ଅଭୟାରଣ୍ୟରେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼ । ବିଦେଶାଗତ ପକ୍ଷୀଙ୍କ ଗହଣରେ ବିତୁଛି ସମୟ।
୬-ନବରଙ୍ଗପୁର:ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ
୭-ଭୁବନେଶ୍ୱର:ଏମ୍ସରେ ଜୀବନ ହାରିଲେ ରୋଗୀ, ଅର୍ଥୋପେଡ଼ିକ ବିଭାଗ ୱାର୍ଡ ଭିତରୁ ମୃତଦେହ ଉଦ୍ଧାର।
୮-IAS ବିଷ୍ଣୁପଦ ସେଠୀଙ୍କୁ ବଦଳି; ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସ୍ଡି ଭାବେ ପାଇଲେ ନିଯୁକ୍ତି।
୯-କଳାହାଣ୍ଡି:ଥରିଲା କୋକସରା ଅଞ୍ଚଳ, ଭୂମିକମ୍ପ ଭୟରେ ଘରୁ ବାହାରିଲେ ଲୋକେ।
୧୦-IAS ସ୍ତରରେ ଅଦଳବଦଳ, ମନୋଜ କୁମାର ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ।
୧୧-ଭୁବନେଶ୍ୱର:କମିଶନରେଟ ପୋଲିସର ଅପରେସନ ‘ଅଦୃଶ୍ୟ’ ।
ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବା ପାଇଁ ଗଠନ ହେଲା ଆଣ୍ଟି ଡକାୟତି ସ୍କ୍ବାଡ୍।
୧୨-ବାଲେଶ୍ୱରର ସୁନା ଝିଅ ମେଧା ନାୟକ, ରୁଷର ବୈଜ୍ଞାନିକ ସମ୍ମିଳନୀରେ ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଆଣିଲେ ଗର୍ବ।
୧୩-ମହାନଦୀରୁ ମିଳିଲା ନିଖୋଜ ପ୍ରଫେସରଙ୍କ ମୃତଦେହ , ୨ ଦିନ ହେଲା ଥିଲେ ନିଖୋଜ।ମୃତକ ହେଲେ ଭୁବନେଶ୍ବର ପଟିଆ ଅଞ୍ଚଳର ବୈଷ୍ଣବ ଚରଣ ସିଂ ।
୧୪-ଭୁବନେଶ୍ୱର:ଲୋକାର୍ପିତ ହୋଇଛି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶାର ଓ୍ବେବ ପୋର୍ଟାଲ।
୧୫-ନୂଆ ରୂପ ପାଇବ ବଡ଼ମ୍ବା ଚିନିକଳ, ପୁନଃରୁଦ୍ଧାର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ।
୧୬-ନିଜ ସହ ଯୋଡ଼ିବା ପାଇଁ ଲୋଭନୀୟ ମିଛ ଦାବି ଯୋଗୁଁ ୪୫ କୋଚିଂ ସେଣ୍ଟର ବିରୋଧରେ କେନ୍ଦ୍ରର ଆକ୍ସନ, ୬୧ ଲକ୍ଷ ଟଙ୍କା ଜରିମାନା ଆଦାୟ।
୧୭-ନୂଆ ଦିଲ୍ଲୀ:ଦେଶରେ ୭% ଲୋକ ଦେଉଛନ୍ତି ଆୟକର।୮.୦୯କୋଟି ଲୋକ ଆୟକର ଦାଖଲ କରିଛନ୍ତି।
୧୮-SBIରେ ପୂରଣ ହେବ ଦମଦାର ୧୩୭୦୦ ପଦବୀ; ଓଡ଼ିଶାରେ ଖାଲି ଅଛି ୩୬୦ରୁ ଅଧିକ,ଗ୍ରାଜୁଏସନ୍ କରିଥିବା ଉଭୟ ପୁରୁଷ ଓ ମହିଳା ଅନଲାଇନ୍ ରେ ଆବେଦନ କରିପାରିବେ।
୧୯-ଲୋକସଭାରେ ଆଗତ ହେଲା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଧେୟକ,ସପକ୍ଷରେ ୨୬୯ ଭୋଟ୍ ପଡ଼ିଥିବାବେଳେ ବିରୋଧରେ ପଡ଼ିଛି ୧୯୮ ଭୋଟ୍।
୨୦-BGT:ଫଲୋଅନ ଏଡାଇଲେ ଭାରତୀୟ ବୋଲର, ଟିମ୍ କଙ୍ଗାରୁର ବିଗାଡିଲେ ପ୍ଲାନ।
୨୧-ମସ୍କୋରେ ଲେଫ୍ଟନାଣ୍ଟ ଜେନେରାଲ କିର୍ଲୋଭଙ୍କ ହତ୍ୟା ପଛରେ ୟୁକ୍ରେନର ହାତ ଥିବା ୟୁକ୍ରେନର ସୁରକ୍ଷା ସୂତ୍ରରୁ ଜଣାପଡ଼ିଛି।
୨୨-ବେଇଜିଙ୍ଗ:ପୁରାତନ ସଭ୍ୟତା ଆବିଷ୍କାର କଲେ ପ୍ରତ୍ନତତ୍ତ୍ୱବିତ, ମାଟି ତଳୁ ପାଇଲେ ୧୦ ହଜାର ବର୍ଷ ପୁରୁଣା ଅଳଙ୍କାର।
୨୩-ବିନା ଭିସାରେ ଚୀନ୍ରେ ପ୍ରବେଶ କରିପାରିବେ ୫୪ ଦେଶର ନାଗରିକ, ତାଲିକାରେ ନାହିଁ ପାକିସ୍ତାନର ନାଁ।
୨୪-ଆମେରିକାରେ ଫାୟାରିଂ:ଛାତ୍ରୀଙ୍କ ଅଖିବୁଜା ଗୁଳିମାଡ଼,ଜଣେ ଶିକ୍ଷକଙ୍କ ସମେତ ମୋଟ୍ ୫ଜଣ ପ୍ରାଣ ହରାଇଥିବା ବେଳେ ୬ଜଣ ଆହତ।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
*ଖବର ଆଜିର*
ତାରିଖ:୧୩/୧୨/୨୪, ଶୁକ୍ରବାର
୧-ଡିସେମ୍ୱର ୧୬ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
୨-ଖୁବଶୀଘ୍ର ଗୃହ ବିଭାଗରେ ପୂରଣ ହେବ ୧୦ ହଜାର ଓ ଗୃହରକ୍ଷୀଙ୍କ ୫ ହଜାର ପଦବୀ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
୩-ଧାନ ସଂଗ୍ରହ ପ୍ରକ୍ରିୟା ସମୀକ୍ଷା, ୩୭ ହଜାରରୁ ଅଧିକ ଚାଷୀ ବିକ୍ରି କଲେଣି ଧାନ।
୪-କମିଶନରେଟ୍ ପୋଲିସକୁ ମିଳିଲା ୩୦ଟି ERSS ଯାନ, ଅପ୍ରୀତିକର ପରିସ୍ଥିତିରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବ ପୋଲିସ।
୫-ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ବ୍ୟାଡମିଣ୍ଟନ ହାଇପରଫର୍ମାନ୍ସ କେନ୍ଦ୍ର ଉଦଘାଟିତ।
୬-ଶ୍ରୀମନ୍ଦିରରେ ଅମୁଲ ମୂଲ ମହାପ୍ରସାଦ; ୨ ଶହ ଟଙ୍କାରେ ବି ପୂରୁନି ଜଣଙ୍କ ପେଟ !
୭-ଭୁବନେଶ୍ୱର:ସ୍ବାସ୍ଥ୍ୟ ବିଭାଗର ୮୫ ଜଣ ହୋମିଓପାଥିକ ମେଡ଼ିକାଲ ଅଫିସର,୨୩୯ ଜଣ ରେଡ଼ିଓଗ୍ରାଫର ଓ୫୨ ଜଣ SSBଙ୍କୁ ଆଜି ମିଳିବ ନିଯୁକ୍ତି ପତ୍ର।
୮-ଜୟପୁର:୪କୋଟି ଟଙ୍କାର ଠକେଇ ଅଭିଯୋଗରେ CT GST ବିଭାଗର ଆସିଣ୍ଟାଣ୍ଟ କମର୍ସିଆଲ ଟ୍ୟାକ୍ସ ଅଫିସର ଅବିନାଶ ପ୍ରଧାନ ଗିରଫ।
୯-ଭୁବନେଶ୍ୱର:ବାଧୁଛି ଦରଦାମ୍,ସୁଧୁରୁନି ସ୍ଥିତି,ପରିବା ଦର ୭୦/୮୦ରୁ କମୁନି।
୧୦-ସମସ୍ତ ପ୍ରସ୍ତୁତି ଶେଷ,ଆଜି କୋଣାର୍କରେ ଇକୋରିଟ୍ରିଟ୍ ଉଦଘାଟନ ହେବ।
୧୧-ଧାରଣାରେ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ, ଲୋୟର ପିଏମଜିରେ ପାଳିଲେ ମାଣବସା।
୧୨-ଡ. ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟପ୍ରଦେଶର ପ୍ରତାପ ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ।
୧୩-ପାଟଣା: ନକଲି ଡାକ୍ତର ସାଜି ଔଷଧ ଦୋକାନୀ ଦେଲେ ଇଞ୍ଜେକ୍ସନ। ୪ ମିନିଟ ଭିତରେ ଉଡ଼ିଗଲା ଛାତ୍ରଙ୍କ ପ୍ରାଣବାୟୁ।
୧୪-ଗେମିଙ୍ଗ ଆପ୍ ମାଧ୍ୟମରେ ଠକେଇ କରୁଥିଲେ ସାଇବର ଠକ, ଭୁବନେଶ୍ୱରରୁ ୪ ଅଭିଯୁକ୍ତ ଗିରଫ।
୧୫-ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ପ୍ରମାଣ ସଂଗ୍ରହ କରୁଛି ସାଇଣ୍ଟିଫିକ୍ ଟିମ୍
୧୬-୧୩ ରୁ କିଟ୍ ରେ ୫ମ କଳିଙ୍ଗ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବ।
୧୭-ଯାଜପୁର ବିରଜା ହାଟ ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ : ଆସନ୍ତା ରବିବାର ଖୋଲିବ ପୁରୁଣା ହାଟ
୧୮-ନୂଆ ବର୍ଷରେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ । ରିପିଟ୍ ହେବେ ମନମୋହନ ନା ଆଉ କିଏ ?
୧୯-'ୱାନ୍ ନେସନ୍-ୱାନ୍ ଇଲେକ୍ସନ୍' ବିଲକୁ ମିଳିଲା କ୍ୟାବେନଟ ମଞ୍ଜୁରୀ, ଖୁବଶୀଘ୍ର ସଂସଦରେ ହୋଇପାରେ ଆଗତ।
୨୦-ଚେସ୍ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ଭାବେ ଇତିହାସ ସୃଷ୍ଟି କଲେ ଭାରତର ଗୁକେଶ ଡି।
୨୧-ଧାର୍ମିକ ପ୍ରତିଷ୍ଠାନ ବିରୋଧରେ ବିଚାରାଧୀନ ମାମଲାରେ ଚୂଡ଼ାନ୍ତ କିମ୍ବା ସର୍ଭେ ଆଦେଶ ଦେବାକୁ ସୁପ୍ରିମକୋର୍ଟଙ୍କ ରୋକ୍।
୨୨-ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ଖେଳିଲା ମହିଳା କାର୍ଡ । ଏବେ ମହିଳାଙ୍କୁ ମିଳୁଛି ମାସିକ ୧ ହଜାର, ପୁଣି ସରକାରକୁ ଆସିଲେ ମିଳିବ ୨୧୦୦।
୨୩-UPSC CDS (I) ପରୀକ୍ଷା ୨୦୨୫ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ,ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୨୪।
୨୪-'ଟାଇମ ମ୍ୟାଗଜିନ’ ତରଫରୁ ଡୋନାଲ୍ଡ ଟ୍ରମ୍ପ ହେଲେ ‘ପର୍ସନ ଅଫ ଦି ଇୟର-୨୦୨୪’।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
*ନମସ୍କାର*
*ଆଜି ୦୮/୧୨/୨୪, ରବିବାର*
*ମୁଖ୍ୟ ଖବର*
୧-ଆଜି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ୮ ଶହ ଟଙ୍କା ସହାୟତା ଦେବେ ସହାୟତା
୨-ଏଣିକି ରାଜପଥରୁ ସିଧା ରେଳ ଷ୍ଟେସନ,କଟକ ଷ୍ଟେସନ ପୂର୍ବ ଭବନ ଲୋକାର୍ପିତ କଲେ ଅଶ୍ବିନୀ ବୈଷ୍ଣବ
୩-ରାଇରଙ୍ଗପୁରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି
୪-ବହୁତ ବାଧୁଛି : କଞ୍ଚା ପରିବା ସାଙ୍ଗକୁ ଆଳୁ ଓ ପିଆଜ ଦର ହେଲାଣି ଆକାଶଛୁଆଁ
୫-ଆଳୁ ପରେ ଅଣ୍ଡା ଚିନ୍ତା,ପାଇକାରୀ ବଜାରରେ ୬ଟଙ୍କା ୪୨ପଇସାରେ ବିକ୍ରି ହେଉଥିବାବେଳେ ଖୁଚୁରା ଦର ରହିଛି ୯ଟଙ୍କା
୬-ବିଧାନସଭାରେ ଉଠିଲା ସୁଭଦ୍ରା ଯୋଜନା କଥା । ଏଯାଏଁ ଟଙ୍କା ପାଇଛନ୍ତି ୮୦ ଲକ୍ଷ ଲୋକ । ଅଯୋଗ୍ୟ ହେଇଛନ୍ତି ୨ ଲକ୍ଷ ୨୦ ହଜାର
୭-ଟିଟିଲାଗଡ଼,ଡେଙ୍ଗପଦର ଉପ୍ରା ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ,ମେଡିକାଲରେ ହେଲେ ଭର୍ତ୍ତି
୮-ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ:ମଧ୍ୟାହ୍ନ ଭୋଜନ ଖାଇ ୫ ଛାତ୍ରଛାତ୍ରୀ ଗୁରୁତର, ଅସୁସ୍ଥ ସଂଖ୍ୟା ୩୬ରେ ପହଞ୍ଚିଲା
୯-ରାଜସ୍ଥାନର ପୂର୍ଣ୍ଣିମା ବିଶ୍ୱବିଦ୍ୟାଳୟ ପକ୍ଷରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ୬୨ତମ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ
୧୦-ଖୁବ୍ ଶୀଘ୍ର ଦୂରଦର୍ଶନରେ ’ସାନ୍ତାଳି’ ଭାଷାରେ ନ୍ୟୁଜ୍ ପଢାଯିବ, ୬ ରୁ ୭ ଦିନରେ ଏହା କରାଯିବ: ମନ୍ତ୍ରୀ
୧୧-ମେ' ଫେୟାର ହୋଟେଲ୍ ସମ୍ମୁଖରେ ସିବିଆଇ ପକ୍ଷରୁ ରେଡ୍,ଦାମୀଗାଡ଼ିରୁ ମିଳିଲା ପ୍ରାୟ ୧ କୋଟି ଟଙ୍କା ! ଗାଡ଼ିରେ ଥିବା ୪ ଜଣଙ୍କୁ ସିବିଆଇ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି
୧୨-ସମ୍ବଲପୁର:ଗିରଫ ହେଲେ ବନ୍ୟପ୍ରାଣୀ ଡିଭିଜନର ACF, ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା
୧୩-ଓଡ଼ିଶା ସିଟିଜେନ୍ସ ଆୱାର୍ଡ:ବିଭିନ୍ନ କ୍ଷେତ୍ରର ୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କରାଗଲା ସମ୍ମାନିତ
୧୪-ମାଲକାନଗିରି:BSF ଏବଂ DRG ଯବାନଙ୍କ ମିଳିତ ଅପରେସନ, ମାଓ ବନ୍ଧୁକ କାରଖାନା ଠାବ ସହ ବିସ୍ଫୋରକ ସାମଗ୍ରୀ ଜବତ
୧୫-ମଦରେ ଭାସୁଛି ଓଡ଼ିଶା, ବିଧାନସଭାରୁ ଆସିଲା ଚମକାଇଦେବା ଭଳି ତଥ୍ୟ । ୭ ହଜାର ୨୧୬ କୋଟି ଟଙ୍କାର ହୋଇଛି ମଦ ବିକ୍ରି
୧୬-ଡେପୁଟେସନରେ ଯିବେ ବିବାଦୀୟ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ଆଶିଷ ସିଂ । ୫ ବର୍ଷ ପାଇଁ ଆଇଜି ଭାବେ ଆଇଟିବିପିରେ କରିବେ କାର୍ଯ୍ୟ
୧୭-ଭୁବନେଶ୍ୱର:ଗଠନ ହେଲା ରିଏଲ୍ ଇଷ୍ଟେଟ୍ ବାର୍ ଆସୋସିଏସନ୍, ଓଡିଶା
୧୮-କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କଢ଼ାଯିବ, ସମୀକ୍ଷା ବୈଠକରେ ନିଆଗଲା ନିଷ୍ପତ୍ତି
୧୯-ଦୁଇ ଦିନରେ ୪୧୫ କୋଟି ଟଙ୍କା ବ୍ୟବସାୟ କଲା ପୁଷ୍ପା ୨
୨୦-ବାଃ.. ବାଃ..ରେ ଗୁଗୁଲ ମ୍ୟାପ୍, ଆଉ କେତେ ଧୋକା ଦେବ..!ବିହାରରୁ ଗୋଆ ଯାଉଥିଲେ ଏକ ପରିବାର,ନେଇଥିଲେ ଗୁଗଲ୍ ମ୍ୟାପ୍ର ସାହାଯ୍ୟ, ପହଞ୍ଚିଲେ ଜଙ୍ଗଲରେ
୨୧-ପାୟଲ କପାଡିଆଙ୍କ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ
୨୨-ଯକ୍ଷ୍ମା ମୁକ୍ତ ଭାରତ ନିମନ୍ତେ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆରମ୍ଭ ଘୋଷଣା କଲେ ପ୍ରଧାନମନ୍ତ୍ରୀ
୨୩-ପାଞ୍ଚଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
୨୪-ସିରିଆକୁ କବଜା କଲେ ବିଦ୍ରୋହୀ: ଦେଶ ଛାଡ଼ି ଋଷ ପଳାଇଲେ ରାଷ୍ଟ୍ରପତି
*ନମସ୍କାର*
*ଆଜି ୦୨/୧୨/୨୪, ସୋମବାର*
*ମୁଖ୍ୟ ଖବର*
୧-ଭୁବନେଶ୍ୱର:ଆଳୁ ୬୦ ଟପିଲା, ଷ୍ଟକ୍ ନାହିଁ,ହୁ ହୁ ହୋଇ ବଢୁଛି ଦର
୨-ଉଦଯାପିତ ହେଲା ୩ ଦିନିଆ ସର୍ବଭାରତୀୟ ଡିଜିପି-ଆଇଜିପି ସମ୍ମିଳନୀ,ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ
୩-ଭାରତର ସୁରକ୍ଷା ପାଇଁ ଭୁବନେଶ୍ୱରରେ ପ୍ରସ୍ତୁତ ହେଲା ରୋଡମ୍ୟାପ୍ । ରାଜ୍ୟ ରାଜ୍ୟ ଭିତରେ ସମନ୍ୱୟ ରଖି ରଣନୀତି କରିବା ଉପରେ ଗୁରୁତ୍ୱ
୪-ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, ସାଢେ ୩ କୋଟି ଲୋକଙ୍କୁ ଦିଆଯିବ ସ୍ଵତନ୍ତ୍ର କାର୍ଡ
୫-ମାଲକାନଗିରି:ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ସଫଳତା, ଏନକାଉଣ୍ଟରରେ ଟଳିପଡିଲେ ୭ ମାଓବାଦୀ
୬-ଧଉଳି/ ପିପିଲି: ରାଜଧାନୀ ଉପକଣ୍ଠରେ ମାତିଲେ ସିନ୍ଧିଚୋର, ୩୦ ଲକ୍ଷର ସୁନା ଗହଣା ଲୁଟି ନେଲେ
୭-ଦୂର ହେବ ଆଳୁ ସଂକଟ, ଉତ୍ତରପ୍ରଦେଶରୁ ଆସୁଛି ୩ଶହ ଟ୍ରକ ଆଳୁ । ଅଧିକ ଦରରେ ଆଳୁ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ
୮-ଭୁବନେଶ୍ୱର - ଜୟପୁର ମଧ୍ୟରେ ଆରମ୍ଭ ହୋଇଛି ସବୁଦିନିଆ ବିମାନ ସେବା
୯-ବରଗଡ଼:ସରିଲା କଂସ ଚୟନ ପାଇଁ ଅଡିସନ, ମହାରାଜ କଂସ ଭୂମିକାରେ ଚୟନ ହେଲେ ଭୁବନେଶ୍ବର ପ୍ରଧାନ
୧୦-ରାଜ୍ୟରେ ସକ୍ରିୟ ଏଡସ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର, ଗଞ୍ଜାମରେ ସର୍ବାଧିକ: ସ୍ୱାସ୍ଥ୍ୟ ମନ୍ତ୍ରୀ
୧୧-ରାଜ୍ୟ କାର୍ଯ୍ୟାଳୟରେ ଜୟନାରାୟଣଙ୍କ ବୟାନକୁ ନେଇ ରାଜନୀତି ସରଗରମ । ସମାଲୋଚନା ଲାଗି ବିଜେଡିକୁ ମିଳିଲା ସୁଯୋଗ
୧୨-ଉଦଳା:ସରକାରୀ ଅର୍ଥ ଆତ୍ମସାତ ପଡିଲା ମହଙ୍ଗା, ୫ ପୂର୍ବତନ ସରପଞ୍ଚ ଓ ଯୋଗାଣକାରୀଙ୍କୁ ୩ବର୍ଷ ଲେଖାଏଁ ଜେଲ୍ଦଣ୍ଡ
୧୩-ଭାରତୀୟ ବିବାହରେ ହାରାହାରି ଖର୍ଚ୍ଚ ୩୬ ଲକ୍ଷ ଓ ଡେସ୍ଟିନେସନ୍ ୱେଡିଂ ଖର୍ଚ୍ଚ ହାରାହାରି ୫୧ ଲକ୍ଷ ଟଙ୍କା ରହିଛି
୧୪-କର୍ମଚାରୀଙ୍କ ପାଇଁ ଇନଫୋସିସର ବଡ଼ ଘୋଷଣା, ମିଳିବ ୮୫ % ବୋନସ। ଆର୍ଥିକ ବର୍ଷ ୨୦୨୪-୨୫ର ଦ୍ବିତୀୟ କ୍ବାର୍ଟର ପାଇଁ ଏହି ବୋନସ ଦେବାକୁ କମ୍ପାନି ଘୋଷଣା କରିଛି
୧୫-ବିଳମ୍ବିତ ରାତିରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଫେଙ୍ଗଲ’, ୩ ଦିନ ପ୍ରବଳ ବର୍ଷା,ବ୍ୟାପକ କ୍ଷୟକ୍ଷତି ହେଲା
୧୬-ନୌସେନା ଦିବସ ସମାରୋହ ପାଇଁ ଗଜପତି ମହାରାଜାଙ୍କୁ ନିମନ୍ତ୍ରଣ କଲେ ନୌସେନା ଅଧିକାରୀ
୧୭-ଆଇସିସିର ଚେୟାରମ୍ୟାନ କାର୍ଯ୍ୟଭାର ସମ୍ଭାଳିଲେ ଜୟ ଶାହ
୧୮-ପାକିସ୍ତାନରେ ସାମ୍ପ୍ରଦାୟିକ ହିଂସା, ମୃତ୍ୟୁ ସଂଖ୍ୟା ୧୩୦ ଟପିଲା
୧୯-ନାଟୋ ଦେଶର ଅସ୍ତ୍ରଶସ୍ତ୍ରକୁ ପୁଟିନଙ୍କ ଟାର୍ଗେଟ, ଏଟିଏସିଏମଏସ ନେଇ ୟୁକ୍ରେନ ଯାଉଥିବା ଟ୍ରେନକୁ ଉଡ଼ାଇଲା ରୁଷ
୨୦-ନୂଆ ଗ୍ରହ ଆବିଷ୍କାର କଲା ନାସା- TOI 3246B,ଏଠାରେ ମାତ୍ର ୨୧ ଘଣ୍ଟାରେ ବର୍ଷେ ପୂରଣ ହୋଇ ଥାଏ
*ଖବର ଆଜିର*
ତାରିଖ:୨୭/୧୧/୨୪, ବୁଧବାର
୧-ଫେସବୁକ୍ ରେ ଫେକ୍ ଆଇଡି ଓ ହ୍ବାଟସପ୍ ରେ ଫେକ୍ ଆକାଉଣ୍ଟ ଖୋଲି ପଇସା ପତ୍ର ମାଗିବା ଆରମ୍ଭ କଲେଣି ସାଇବର ଠକ, ଏଥି ପ୍ରତି ସାବଧାନ ରୁହନ୍ତୁ।
୨-ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ( ଅପରାହ୍ନ ୫ଟାରୁ ରାତ୍ର ୧୦ଟା) ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ।
୩-ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର: ମାର୍ଚ୍ଚ ୭ରେ ମିଳିବ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା।
୪-ଆଇଏଏସ ସୁଜାତାଙ୍କ ପୁଣି ଛୁଟି ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ରାଜ୍ୟ ସରକାର।ଏହି ବର୍ଦ୍ଧିତ ଛୁଟି ଆବେଦନ ନେଇ ସରଗରମ ରାଜ୍ୟ ରାଜନୀତି।
୫-ମାସକୁ ଆୟ ୧୦ ହଜାର ୫୦୦ ଟଙ୍କାରୁ କମ୍ ଥିଲେ, ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ବଡ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ।
୬-ଅଟକାଇ ପାରିଲାନି ପଦବି-କ୍ଷମତା-ଦାୟିତ୍ୱ ଭାର, ବନ୍ଧୁଙ୍କ ଦେହାନ୍ତ ପରେ ଗସ୍ତ ବାତିଲ କଲେ ସିଏମ୍।କେନ୍ଦୁଝରରେ ପହଞ୍ଚିଯାଇ କହିଥିଲେ- ନିରୁଭାଇ ଚିର ବିଦାୟ ।
୭-ମୋହନ ଚରଣ ମାଝୀଙ୍କ ସରକାର ପ୍ରଥମ ଅତିରିକ୍ତ ବଜେଟ୍ ୧୨ ହଜାର ୧୫୬ କୋଟି ଟଙ୍କା , ସୁଭଦ୍ରା’ ପାଇଁ ୧୧୯୬ କୋଟି ଟଙ୍କା।
୮-ଭିଜିଲାନ୍ସ ଜାଲରେ ବାହାଡ଼ଝୋଲା ଦଧିବାମନ ଜୀଉ ମହାବିଦ୍ୟାଳୟ ଅଧ୍ୟକ୍ଷ ନଳିନୀ ରଂଜନ ଭୂୟାଁ । ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିଲେ।
୯-ରାଜ୍ୟରେ ୫ ମାସରେ ଯାଇଛି ୪୦ ହାତୀଙ୍କ ଜୀବନ । ଆଖି ବୁଜିଛନ୍ତି ୫ କଲରାପତରିଆ । ଗୃହରେ ତଥ୍ୟ ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।
୧୦-ନୂଆ ସରକାର, ନୂଆ ନିୟମ; ତଥାପି ଯାଉନି ଚାଷୀଙ୍କ ଚିନ୍ତା!ଚାଷୀଙ୍କ ଚିନ୍ତା ବଢ଼ାଇଛି ମଣ୍ଡିରେ ଲାଗିଥିବା ଗ୍ରେନ୍ ଆନାଲାଇଜର ମେସିନ ।
୧୧-ସମ୍ବିଧାନ ଦିବସ:କାରାଗାରରୁ ମୁକୁଳିଲେ ୧୪ କଏଦୀ
୧୨-ଡିସେମ୍ବର ୪ ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାପ୍ରଭୁଙ୍କ ଦର୍ଶନ କରିବେ, ପ୍ରସ୍ତୁତି ନେଇ ଛତିଶାନିଯୋଗ ବୈଠକ।
୧୩-SCBରେ ସ୍ଥାପନ ହେବ ରକ୍ତ ଶିକୁଳି ଦକ୍ଷତା କେନ୍ଦ୍ର,ରୋଗ ଚିହ୍ନଟ ଓ ଚିକିତ୍ସାରେ ହେବ ଉନ୍ନତି।
୧୪-ଚୋରଙ୍କ ନୂଆ ଟାର୍ଗେଟ ବିବାହ ମଣ୍ଡପ, ବାହାଘର ଭୋଜିରୁ ଟଙ୍କା ଭର୍ତ୍ତି ଲଫାପା ବ୍ୟାଗକୁ ନେଇ ମାରୁଛନ୍ତି ଛୁ।
୧୫-ଗଞ୍ଜାମ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ କେ. ଭେଙ୍କେଟସଙ୍କ ଘରେ ରେଡ୍ କରିଛି ଗୋଳନ୍ଥରା ଥାନା ପୋଲିସ,ଘରୁ ମିଳିଲା ନଗଦ ଟଙ୍କା।
୧୬-ବୈକୁଣ୍ଠଧାମ ଆଶ୍ରମରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ସଙ୍ଗୀନ ଅଭିଯୋଗ, ଥାନାକୁ ଆସିଲା ମାମଲା।
୧୭-ଘୁଞ୍ଚିଲା ଚାର୍ଟାଡ଼ ଆକାଉଣ୍ଟାଣ୍ଟ ୨୦୨୪ ଫାଉଣ୍ଡେସନ ପରୀକ୍ଷା ତାରିଖ,ଏବେ ଜାନୁଆରୀ ୧୬ରେ ଅନୁଷ୍ଠିତ ହେବ।
୧୮-ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି ! CCTV ଫୁଟେଜ୍ରେ ଦୃଶ୍ୟ କଏଦ, ସୀମା ସିଲ୍ କଲା ପ୍ରଶାସନ।
୧୯-ଆମ୍ବ ଟାକୁଆ ଖାଇ ଅସୁସ୍ଥ ଘଟଣା, ଏସସିସିବିରୁ ଡିସଚାର୍ଜ ହେଲେ ଟୁନି ମାଝୀ।
୨୦-ସାନପୁଅର ବାହାଘର କରିବେ ମେଗା ଷ୍ଟାର୍ ନାଗାର୍ଜୁନ: ଏକ୍ସରେ ଶେୟାର କଲେ ନିର୍ବନ୍ଧ ଫଟୋ।
୨୧-ଆରମ୍ଭ ହେଲାଣି ଶୀତ, ଆଗାମୀ ଦିନରେ ବଢିବ ଥଣ୍ଡାର ପ୍ରକୋପ!ସକାଳ ଓ ସନ୍ଧ୍ୟାରେ ଧିରେ ଧିରେ ତାପମାତ୍ରା ହ୍ରାସ ହୋଇ ଥଣ୍ଡା ଅନୁଭୂତ ହେଉଛି ।
୨୨-ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଡିସେମ୍ବର ୨୦ରେ ହେବ ଭୋଟ।
୨୩-ପୁଣି ଥରେ ପେପର୍ ବାଲଟ୍ ସିଷ୍ଟମ୍ ଲାଗୁ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ।
୨୪-ଜାନୁୟାରୀରୁ ଆମେରିକାରେ TRUMP ରାଜ୍, ଶପଥ ନେବା ପରେ ଚୀନ୍, ମେକ୍ସିକୋ ଏବଂ କାନାଡା ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବେ।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
25/11/2024
ଆମର ପ୍ରାୟାସ ଆପଣ ଙ୍କ ସହଜୋଗ ରେ ଅନେକ କିଛି ପରିବର୍ତ୍ତନ ହୋଇପାରିବ
Click here to claim your Sponsored Listing.
Category
Contact the business
Telephone
Address
Cuttack, Odisha
Cuttack
754112