Shree Radhe Radhe

Shree Radhe Radhe

Share

ହରେ ରାମ ହରେ ରାମ ରାମ ରାମ ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ........

Photos from Niladrinath hari's post 02/12/2023
02/12/2023

#କଳି_ଚଉତିଶା🌹🌹 (ଭାଗ-୪)
*************✍️✍️ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଦାସ

ଗୁରୁ ଦେବ ଶ୍ରୀଅଚ୍ୟୁତାନନ୍ଦ ଓ ଶିଷ୍ୟ ରାମ ଦାସ ମଧ୍ୟରେ କଥୋପୋକଥନ ମହାପୁରଷ ବିରଚିତ ,ଓଡ଼ିଆ ବର୍ଣ୍ଣ କ, ଖ, ଗ, ଘ.......ରୁ ଆରମ୍ଭ କରି ପଦ ବା ପଂକ୍ତି ଶେଷ କରିବା ଏକ ଅଦ୍ଭୁତ ସମନୟ ଯାହା... ନିମ୍ନୋକ୍ତ ପଙ୍କ୍ତି ରେ କହିଛନ୍ତି:-

ତପ ଜପ ଧର୍ମ ଛାଡ଼ିବେ ନର
ତର୍କେ ପାଷାଣ୍ଡେ ମାତିବେ ଅପାର ।
ତଥ୍ୟ ବଚନ ନିନ୍ଦିବେ ଅସୁର
ତର୍କ ପଣରେ ସାଧି ଅହଂକାର ।
ତୁଟି ଯିବ ସତ୍ୟ
ତିମିର ଆଦିତ୍ୟେ ଢାଙ୍କି ରହିବ ।୧୬।

ଥୟେ ନ ରହିବ କାହାରି ମନ
ଥିଲା ଲୋକ ମାନେ କରିବେ ଟାଣ ।
ଥିବିର ପରାୟେ କହିବେ ଜ୍ଞାନ
ଥିଲା ଲୋକ ଧନ ହେବ ଉଭାନ ।
ଥୟ ଯେ ନୋହିବ
ଥିଲା ନଥିଲା ସମସରି ହେବ ।୧୭।

ଦୟା ଧର୍ମ ପାଦ ରହିବ ନାହିଁ
ଦୁସ୍ଥ କାନ୍ତାର ଯେ ଘୋଟିବ ମହୀ ।
ଦଇବେ ସତ୍ୟ ନ ଶୁଣିବେ କେହି
ଦେବତା ବ୍ରାହ୍ମଣ ଅପୂଜା ରହି ।
ଦୁସ୍ତର ପଡିବ
ଦୁଇ ପ୍ରହରରେ ଶୃଗାଳ ରଡ଼ିବ ।୧୮।

ଧୁନି ଧାରଣା ଟଳିଯିବ ଯୋଗ
ଧ୍ରୁବ ମଣ୍ଡଳ ଯେ ନିମୁଣ୍ଡା ହେବ ।
ଧରିବେ ନାହିଁ ସତ୍ୟ ପଥେ ମାନ
ଧୂମ ଦିଶୁଥିବ ଚତୁର୍ଦ୍ଦିଗେଣ ।
ଧରଣୀର ଭାର
ଧରିବେ ପ୍ରଭୁ କଳ୍କୀ ଅବତାର ।୧୯।

🚩 ଜୟ ଶ୍ରୀ ଗୁରୁ ଅଚ୍ୟୁତ ଶରଣମ 🚩

କ୍ରମଶଃ..........

02/12/2023

ମା ଶାରଳା ଠାକୁରାଣୀଙ୍କ ସକାଳ ମଙ୍ଗଳ ଆଳତି ଓ ସ୍ନାନ ମାଜଣା ଶେଷ ହୋଇ ବେଶ ଶେଷ ହେଲା ପରେ ମା ଙ୍କ ସୂର୍ଯ୍ୟ ପୂଜା ନୀତି ଅନୁଷ୍ଠିତ ହୋଇଥାଏ ।।

02/12/2023

ନ ତଦ୍‌ଭାସୟତେ ସୂର୍ଯ୍ୟୋ ନ ଶଶାଙ୍କୋ ନ ପାବକଃ ।
ଯଦ୍‌ଗତ୍ୱା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ।।
ପଞ୍ଚଦଶ ଅଧ୍ୟାୟ : ପୁରୁଷୋତ୍ତମ ଯୋଗ ଶ୍ଲୋକ ୬।।
ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନି, କେହି ବି ମୋର ପରମ ଧାମକୁ ପ୍ରକାଶିତ କରିପାରିବେ ନାହିଁ । ସେହି ପରମ ଦିବ୍ୟ ଧାମକୁ ଗଲା ପରେ କୌଣସି ବ୍ୟକ୍ତି ଏହି ସଂସାରକୁ ପ୍ରତ୍ୟାବର୍ତ୍ତନ କରନ୍ତି ନାହିଁ ।

ଶ୍ରୀକୃଷ୍ଣ ନିଜ ଦିବ୍ୟ ଧାମ ବିଷୟରେ ସଂକ୍ଷିପ୍ତ ସୂଚନା ଦେଉଛନ୍ତି । ତାଙ୍କ ଦିବ୍ୟ ଧାମକୁ ଆଲୋକିତ କରିବା ପାଇଁ ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନିଙ୍କର ଆବଶ୍ୟକତା ନାହିଁ, ତାହା ସ୍ୱାଭାବିକ ରୂପରେ ସ୍ୱୟଂ ପ୍ରକାଶିତ ଅଟେ । ସଂସାର ମାୟାଶକ୍ତିରେ ନିର୍ମିତ ହୋଇଥିବାବେଳେ ଦିବ୍ୟ ଜଗତ ଦିବ୍ୟଶକ୍ତି, ଯୋଗାମୟା ଦ୍ୱାରା ନିର୍ମିତ । ଏହା ଭୌତିକ ପ୍ରକୃତିର ସମସ୍ତ ଦ୍ୱୈତ ଏବଂ ଦୋଷରୁ ମୁକ୍ତ ତଥା ସବୁ ଦୃଷ୍ଟିରୁ ପରିପୂର୍ଣ୍ଣ ଅଟେ । ଏହା ସତ୍‌-ଚିତ୍‌-ଆନନ୍ଦ ଅର୍ଥାତ୍ ନିତ୍ୟତା, ଜ୍ଞାନ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଅଟେ ।

ଦିବ୍ୟ ଜଗତରେ ଆଧ୍ୟାତ୍ମିକ ଆକାଶ ରହିଛି, ଯାହାକୁ ପରବ୍ୟୋମ କୁହାଯାଏ, ଯେଉଁଥିରେ ଦିବ୍ୟ ଐଶ୍ୱର୍ଯ୍ୟ ଏବଂ ବୈଭବରେ ପରିପୂର୍ଣ୍ଣ ଅସଂଖ୍ୟ ଲୋକ ରହିଛି । ଏହି ଆକାଶରେ, ଭଗବାନଙ୍କର ନିତ୍ୟ ରୂପ, ଯେପରିକି କୃଷ୍ଣ, ରାମ, ନାରାୟଣ ଇତ୍ୟାଦିଙ୍କର ନିଜ ନିଜ ଲୋକ ଅଛି । ସେଠାରେ ସେମାନେ ତାଙ୍କର ଭକ୍ତମାନଙ୍କ ସହିତ ନିତ୍ୟ ନିବାସ କରି ଦିବ୍ୟ ଲୀଳା ରଚନା କରନ୍ତି । ଶ୍ରୀକୃଷ୍ଣଙ୍କର ସ୍ତୁତି କରିବାକୁ ଯାଇ ବ୍ରହ୍ମା କହୁଛନ୍ତି:

ଗୋଲୋକ- ନାମ୍ନି ନିଜ- ଧାମ୍ନି ତଳେ ଚ ତସ୍ୟ
ଦେବୀ ମହେଶ-ହରି-ଧାମସୁ ତେଷୁ ତେଷୁ
ତେ ତେ ପ୍ରଭାବ-ନିଚୟା ବିହିତାଶ୍ଚ ଯେନ
ଗୋବିନ୍ଦମ୍ ଆଦି-ପୁରୁଷଂ ତମ୍ ଅହଂ ଭଜାମି (ବ୍ରହ୍ମ ସଂହିତା ପଦ ୪୩)

“ଏହି ଦିବ୍ୟ ଆକାଶରେ ଶ୍ରୀକୃଷ୍ଣଙ୍କ ଧାମ ଗୋଲକ ଅବସ୍ଥିତ । ଏହି ଆକାଶରେ, ନାରାୟଣ, ଶିବ, ଦୁର୍ଗା ଇତ୍ୟାଦିଙ୍କର ମଧ୍ୟ ଲୋକ ରହିଛି । ମୁଁ ପରମ ଦିବ୍ୟ ପୁରୁଷ ଶ୍ରୀକୃଷ୍ଣଙ୍କର ସ୍ତୁତି କରୁଛି, ଯାହାଙ୍କ ଐଶ୍ୱର୍ଯ୍ୟର ଗାରିମାରେ ଏହା ସମ୍ଭବ ହୋଇଛି ।” ଶ୍ରୀକୃଷ୍ଣଙ୍କ ପରମଧାମ ଗୋଲୋକ ବିଷୟରେ ବ୍ରହ୍ମା ପୁନଶ୍ଚ କହୁଛନ୍ତି:

ଆନନ୍ଦ-ଚିନ୍ମୟ-ରସ-ପ୍ରତିଭାବିତାଭିସ୍‌
ତାଭିର ଯ ଏବ ନିଜ-ରୂପତୟା କଲାଭିଃ
ଗୋଲୋକ ଏବ ନିବସତ୍ୟଖିଲାତ୍ମ-ଭୂତୋ
ଗୋବିନ୍ଦମ୍ ଆଦି-ପୁରୁଷଂ ତମ ଅହଂ ଭଜାମି । (ବ୍ରହ୍ମ ସଂହିତା ପଦ ୩୭)

“ମୁଁ ସେହି ପରମ ପୁରୁଷ ଗୋବିନ୍ଦଙ୍କର ଆରାଧନା କରୁଛି, ଯିଏ ନିଜ ସ୍ୱରୂପର ଅଂଶ ଶ୍ରୀରାଧାଙ୍କ ସହିତ ଗୋଲକରେ ବାସ କରୁଛନ୍ତି । ସଖୀମାନେ ତାଙ୍କର ନିତ୍ୟ ପରିକର ଅଟନ୍ତି, ଯେଉଁମାନେ ସଦା ଆନନ୍ଦମୟ ଦିବ୍ୟ ଶକ୍ତିରେ ଯୁକ୍ତ ଅଟନ୍ତି ଏବଂ ଚଉଷଠି କଳାର ମୂର୍ତ୍ତିମନ୍ତ ସ୍ୱରୂପ ଅଟନ୍ତି ।” ଯେଉଁ ଭକ୍ତମାନେ ଭଗବତ୍ ପ୍ରାପ୍ତି କରନ୍ତି, ସେମାନେ ତାଙ୍କର ଦିବ୍ୟଧାମକୁ ଯାଇ ତାଙ୍କ ଦିବ୍ୟ ଶକ୍ତିର ଅଲୌକିକତାରେ ସମୃଦ୍ଧ ଦିବ୍ୟଲୀଳାରେ ଅଂଶଗ୍ରହଣ କରନ୍ତି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ, ଯେଉଁମାନେ ସେହି ଲୋକକୁ ଯାଆନ୍ତି, ସେମାନେ ଜନ୍ମ ଓ ମୃତ୍ୟୁର ସଂସାରରୁ ସବୁଦିନ ପାଇଁ ଉଦ୍ଧାର ହୋଇଯାଆନ୍ତି ।

ପ୍ରଭୁଙ୍କ ଦିବ୍ୟ ଲୋକ ବା ଦିବ୍ୟ ଧାମ କଣ ଦିବ୍ୟ ଲୋକ ର ବିଶେଷତ୍ଵ ବିଶୟରେ ପାଠକ ଗଣ ନିଶ୍ଚିତ କିଛି ବୁଝି ପାରିଥିବେ । ତେଣୁ ଆମର କର୍ମ ଓ ଲକ୍ଷ୍ୟ ସ୍ବର୍ଗ ନ ହୋଇକି ଦିବ୍ୟ ଲୋକ ହେବା ଉଚିତ ।
ଜୟ ଶ୍ରୀ କୃଷ୍ଣ ରାଧେ ରାଧେ 🙏🙏

02/12/2023

ଆଜିର ଦର୍ଶନ ❤️

Want your place of worship to be the top-listed Place Of Worship in Cuttack?
Click here to claim your Sponsored Listing.

Category

Website

Address


Odisha
Cuttack
754207