Dukhara Saathi

Dukhara Saathi

Share

ଆପଣଙ୍କ ଦୁଃଖ ରେ ଆମେ ସାଥି

Photos from Dukhara Saathi's post 19/04/2026

ଦୁଃଖର ସାଥି ପରିବାର ପକ୍ଷରୁ ୬ଷ୍ଠ ତମ କ୍ରିକେଟ ମ୍ୟାଚ୍ ର ଆୟୋଜିତ ହୋଇଯାଇଅଛ।
ଏଥିରେ ପରିବାର ର ସମସ୍ତ ସଦସ୍ୟ ୪ ଟି ଟିମ୍ ରେ ଭାଗ ହୋଇ ମ୍ୟାଚ୍ ଖେଳିଥିଲେ ଓ ପରିବାର ସଭାପତି ରାଜେନ୍ଦ୍ର ରଥ ମହୋଦୟ ସମସ୍ତ ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ ଓ ଅତିଥି ରୂପେ କଂଗ୍ରେସ ର ଜଣାଶୁଣା ଯୁବନେତା ହରିଶଙ୍କର ରାଉତ ଓ ବିଜୁ ଯୁବ ଜନତା ଦଳର ଯୁବନେତା ଚନ୍ଦ୍ରକାନ୍ତ ସାହୁ ଉପସ୍ଥିତ ଥିଲେ।
ସମସ୍ତ ଅତିଥି ମାନଙ୍କୁ ପରିବାର ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ୍ 🙏

Photos from Dukhara Saathi's post 05/04/2026

ଦୁଃଖର ସାଥୀ ପରିବାର ର ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପୂର୍ବ ବୈଠକର ପ୍ରସ୍ତୁତି

ଆମ ସାମାଜିକ ସଂଗଠନର ବାର୍ଷିକ ଉତ୍ସବକୁ ସୁସଂଗଠିତ ଭାବରେ ପାଳନ କରିବା ପାଇଁ ଆଜି ତା.୦୫.୦୪.୨୦୨୬ ରିଖ ଦିନ ସକାଳ 10 ଘଟିକା ରେ ସ୍ଥାନ - ମଦନ ମୋହନ ମଠ ,ଚାଉଳିଆଗଞ୍ଜ ଠାରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ସଂଗଠନର ପ୍ରତିଷ୍ଠାତା, ସଭାପତି ,ସମ୍ପାଦକ ଏବଂ ସମସ୍ତ ସଦସ୍ୟା ଓ ସଦସ୍ୟମାନେ ଯୋଗଦେଇଥିଲେ ଓ ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ।
ପ୍ରଥମେ ବାର୍ଷିକ ଉତ୍ସବର ତାରିଖ, ସ୍ଥାନ ଓ କାର୍ଯ୍ୟକ୍ରମର ରୂପରେଖା ନିର୍ଦ୍ଧାରଣ କରାଯାଇଥିଲା। ତାପରେ ଅତିଥିମାନଙ୍କୁ ଆମନ୍ତ୍ରଣ କରିବାର ଏକ ଚିଠା ପ୍ରସ୍ତୁତ , ଆର୍ଥିକ ବଜେଟ୍ ର ଚିଠା ,ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ଓ ପୁରସ୍କାର ବିତରଣ ପାଇଁ ଯୋଜନା କରାଯାଇଥିଲା।
ସଭ୍ୟମାନଙ୍କ ମଧ୍ୟରେ କାମ ବଣ୍ଟନ କରାଯାଇଥିଲା—କେହି ମଞ୍ଚ ସଜାଣ, କେହି ସ୍ୱାଗତ ବ୍ୟବସ୍ଥା, କେହି ଧ୍ୱନି ବ୍ୟବସ୍ଥା ଓ କେହି ଖାଦ୍ୟ ବ୍ୟବସ୍ଥା ର ଦାୟିତ୍ଵ ଗ୍ରହଣ କରିଥିଲେ । ଏହା ସହିତ ସୁରକ୍ଷା ଓ ସ୍ୱଚ୍ଛତା ବ୍ୟବସ୍ଥା ପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିଲା।
ବୈଠକରେ ସମସ୍ତେ ନିଜ-ନିଜ ମତାମତ ଦେଇଥିଲେ ଓ ସମସ୍ତ କାମକୁ ସମୟମାନ୍ୟ ଭାବେ ସମ୍ପନ୍ନ କରିବା ପାଇଁ ସଙ୍କଳ୍ପ କରିଥିଲେ। ଏହି ପୂର୍ବ ବୈଠକ ସଫଳ ଉତ୍ସବ ପାଳନର ମୂଳ ଭିତ୍ତି ହେବ ବୋଲି ଆକଳନ କରାଯାଇଥିଲା ।
ଶେଷରେ ସମସ୍ତଙ୍କ ସହଯୋଗ ଓ ଏକତା ଦ୍ୱାରା ବାର୍ଷିକ ଉତ୍ସବକୁ ସଫଳ କରିବାର ନିଶ୍ଚୟତା ବ୍ୟକ୍ତ କରାଯାଇଥିଲା।

Photos from Dukhara Saathi's post 27/03/2026

ଦୁଃଖର ସାଥି ପରିବାର ପକ୍ଷରୁ ପବିତ୍ର ରାମ ନବମୀ ଉପଲକ୍ଷେ ବିଦ୍ୟାଧରପୁର ଦୋଳମଣ୍ଡପ ସାହିରେ ଥିବା ପ୍ରଭୁ ରଘୁନାଥ ଙ୍କ ମନ୍ଦିର ସମ୍ମୁଖ ରେ ଭକ୍ତ ମାନଙ୍କୁ ଦହି ପାଣି ବଣ୍ଟନ କରାଯାଇଥିଲା 🙏

19/03/2026

ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଭାଇ ମହାପ୍ରଭୁ ଜଗନ୍ନାଥ ଆପଣକୁ ସର୍ବଦା ଖୁସି ଓ ନିରୋଗୀ ରଖନ୍ତୁ ଆପଣଙ୍କ ଏ ଦୁଃଖର ସାଥି ପରିବାର ପ୍ରତି ଥିବା ଅବଦାନ ଏ ପରିବାର କେବେ ଭୁଲିବିନି ଦୁଃଖୀ ରଙ୍କି ଙ୍କୁ ସାହାଯ୍ୟ ସହଯୋଗ କରି ଆସୁଥିବା ଜଣେ ନିଆରା ମଣିଷ ଓ ଆମ ଦୁଃଖର ସାଥି ପରିବାର ର ସଭାପତି ମହୋଦୟ ଙ୍କୁ ଜନ୍ମ ଦିନର ପୁଣି ଥରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🙏

Photos from Dukhara Saathi's post 15/03/2026

ଦୁଃଖର ସାଥି ପରିବାର ପକ୍ଷରୁ ସବୁ ରବିବାର ପରି ଏ ରବିବାର ମଧ୍ୟ କଟକ ବଡ଼ ମେଡିକାଲ (SCB) ରେ ରାତ୍ର ଭୋଜନ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଆପଣ ମାନଙ୍କ ଭଲ ପାଇବା ଓ ସହଯୋଗ ପାଇଁ ସମ୍ଭବ ହୋଇପାରିଛି ।
ଆଜିର କାର୍ଯ୍ୟକ୍ରମ ରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ରାଶି ପୁପୁନୁ ଭାଇ ଓ ପରିବାର ର ସଭାପତି ରାଜେନ୍ଦ୍ର ରଥ ମହୋଦୟ ବହନ କରିଥିଲେ🙏🏻

Photos from Dukhara Saathi's post 09/03/2026

ଦୁଃଖର ସାଥି ପରିବାର ପକ୍ଷରୁ ସବୁ ରବିବାର ପରି ଏ ରବିବାର ମଧ୍ୟ କଟକ ବଡ଼ ମେଡିକାଲ (SCB) ରେ ରାତ୍ର ଭୋଜନ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଆପଣ ମାନଙ୍କ ଭଲ ପାଇବା ଓ ସହଯୋଗ ପାଇଁ ସମ୍ଭବ ହୋଇପାରିଛି ।
ଆଜିର କାର୍ଯ୍ୟକ୍ରମ ରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ରାଶି କାହ୍ନୁ ଭାଇ ଓ ପରିବାର ର ପ୍ରତିଷ୍ଠାତା ସନ୍ତୋଷ ବହନ କରିଥିଲେ🙏🏻

Photos from Dukhara Saathi's post 08/03/2026

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଦୁଃଖର ସାଥି ପରିବାର ପକ୍ଷରୁ ସମସ୍ତ ସାହସୀ ମହିଳା ମାନଙ୍କୁ ସମ୍ମାନିତ କରିବା ସହ ଧନ୍ୟବାଦ୍ ଜଣାଇଲୁ🙏🏻
ଏ ପରିବାର ସର୍ବଦା ମହିଳା ଙ୍କୁ ସମ୍ମାନ ଜଣାଏ 🙏

Photos from Dukhara Saathi's post 01/03/2026

ଦୁଃଖର ସାଥି ପରିବାର ପକ୍ଷରୁ ସବୁ ରବିବାର ପରି ଏ ରବିବାର ମଧ୍ୟ କଟକ ବଡ଼ ମେଡିକାଲ (SCB) ରେ ରାତ୍ର ଭୋଜନ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଆପଣ ମାନଙ୍କ ଭଲ ପାଇବା ଓ ସହଯୋଗ ପାଇଁ ସମ୍ଭବ ହୋଇପାରିଛି ।
ଆଜିର କାର୍ଯ୍ୟକ୍ରମ ରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ରାଶି ମାନସ ଭାଇ ବହନ କରିଥିଲେ🙏🏻

Photos from Dukhara Saathi's post 22/02/2026

ଦୁଃଖର ସାଥି ପରିବାର ପକ୍ଷରୁ ସବୁ ରବିବାର ପରି ଏ ରବିବାର ମଧ୍ୟ କଟକ ବଡ଼ ମେଡିକାଲ (SCB) ରେ ରାତ୍ର ଭୋଜନ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଆପଣ ମାନଙ୍କ ଭଲ ପାଇବା ଓ ସହଯୋଗ ପାଇଁ ସମ୍ଭବ ହୋଇପାରିଛି ।
ଆଜିର କାର୍ଯ୍ୟକ୍ରମ ରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ରାଶି ପରିବାର ର ସଭାପତି ରାଜେନ୍ଦ୍ର ରଥ ଓ ପରିବାର ର ସଦସ୍ୟ ଦୀପକ ଭାଇ ବହନ କରିଥିଲେ🙏🏻

Photos from Dukhara Saathi's post 15/02/2026

ଦୁଃଖର ସାଥି ପରିବାର ପକ୍ଷରୁ ସବୁ ରବିବାର ପରି ଏ ରବିବାର ମଧ୍ୟ ରାତ୍ର ଭୋଜନ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଆପଣ ମାନଙ୍କ ଭଲ ପାଇବା ଓ ସହଯୋଗ ପାଇଁ ସମ୍ଭବ ହୋଇପାରିଛି ।
ଆଜିର କାର୍ଯ୍ୟକ୍ରମ ରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ରାଶି ପରିବାର ର ସଭାପତି ରାଜେନ୍ଦ୍ର ରଥ ଓ ପରିବାର ର ପ୍ରତିଷ୍ଠାତା ସନ୍ତୋଷ ବହନ କରିଥିଲେ 🙏

14/02/2026

ପୁଲାୱମା ଆକ୍ରମଣ ରେ ସହୀଦ ହୋଇଥିବା ସମସ୍ତ ବୀର ଯବାନ ମାନଙ୍କୁ ଦୁଃଖର ସାଥି ପରିବାର ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 🙏
ଆପଣ ଙ୍କ ପାଖେ ଆମେ ସର୍ବଦା ଚିର ଋଣି🙏🫡

Want your organization to be the top-listed Non Profit Organization in Cuttack?
Click here to claim your Sponsored Listing.

Telephone

Website

Address


Cuttack
753003