Susant Kumar Rout

Susant Kumar Rout

Share

Official page of Susant Rout,MLA,Bhubaneswar (North) & District President,BJD (Bhubaneswar)

Photos from Susant Kumar Rout's post 17/07/2026

ଗତକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଘୁନାଥପୁର ,ପଟିଆ ,ଭରତପୁର ,BDA COLONY,SAILASHREE VIHAR,GGP COLONY, ଭାଗବତ ସନ୍ଧାନ , ରେଣ୍ଟାଲ କଲୋନୀ,GADAKANA,VSSNAGAR, ଧୀରକୁଟି ସାହି , ମଞ୍ଚେଶ୍ୱର ରେଲୱେ କଲୋନୀ ରେ ଆୟୋଜିତ ରଥଯାତ୍ରା ରେ ଯୋଗଦେଇ ସମାଜ କଲ୍ୟାଣ ପାଇଁ କାଳିଆ ଠାକୁର ଙ୍କ ନିକଟରେ ପ୍ରାର୍ଥନା କରିଥିଲି ।

16/07/2026

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ଅଗଣିତ ଜଗନ୍ନାଥ ପ୍ରେମୀ ଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ।ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରଭୂ କାଳିଆ ଠାକୁର ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ସମୃଦ୍ଧି ଆଣି ଦିଅନ୍ତୁ ଏତିକି ପ୍ରଭୂ ଙ୍କ ପାଖରେ ପ୍ରାର୍ଥନା ।

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ଅଗଣିତ ଜଗନ୍ନାଥ ପ୍ରେମୀ ଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ।ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରଭୂ କାଳିଆ ଠାକୁର ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ସମୃଦ୍ଧି ଆଣି ଦିଅନ୍ତୁ ଏତିକି ପ୍ରଭୂ ଙ୍କ ପାଖରେ ପ୍ରାର୍ଥନା ।

14/07/2026

ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପୁଣ୍ୟତିଥି ରେ କୋଟି କୋଟି ପ୍ରଣାମ। ସମାଜ ର ଗରିବ ଦରିଦ୍ର ନିଷ୍ପେସିତ ମାନଙ୍କ ପାଇଁ ଯିଏ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଆଜି ସେହି ମହାନ ଆତ୍ମା ଙ୍କୁ କୋଟି ନମନ।

Photos from Susant Kumar Rout's post 13/07/2026

ଆଜି ଗୀତଗୋବିନ୍ଦ ସଦନ ଠାରେ ପୂର୍ବତନ କାଉନସିଲର ଏବଂ କର୍ପୋରେଟର ଭାଇ ଓ ଭଉଣୀ ମାନଙ୍କ ଦ୍ଵାରା ଗଠିତ ୱେଲଫେୟାର ଟ୍ରଷ୍ଟ ର ଶୁଭ ଉଦଘାଟନ ଉତ୍ସବ ରେ ଯୋଗଦେଇଥିଲି। ପୂର୍ବତନ କାଉନସିଲର ଏବଂ କର୍ପୋରେଟର ଭାଇ ଓ ଭଉଣୀ ମାନଙ୍କ ପାଞ୍ଚ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଗ୍ରହଣ କରିବା ସହିତ ମଞ୍ଚ ରେ ଉପସ୍ଥିତ ଥିବା ସମସ୍ତ ବରେଣ୍ୟ ଅତିଥି ମାନଙ୍କୁ ଅନୁରୋଧ ରଖିଲି ଏ ବିଷୟରେ ସରକାର ଙ୍କ ସହିତ ଆଲୋଚନା କରି ଯଥାଶୀଘ୍ର ସମସ୍ୟା ର ସମାଧାନ କରାଗଲେ ସମସ୍ତ ସଦସ୍ୟ ଉପକୃତ ହୋଇପାରିବେ ଏବଂ ଆଶା କରୁଛି ଏ ଦାବୀ କୁ ମାନନୀୟା ସାଂସଦ ସରକାର ଙ୍କ ପାଖରେ ଉପସ୍ଥାପନ କରି ଦାବି ଗୁଡିକ ପୂରଣ କରିବେ । ଜୟ ଜଗନ୍ନାଥ

13/07/2026
Photos from Susant Kumar Rout's post 11/07/2026

ଗୁରୁବାର ଦିନ ବିଧାନସଭା ର WORKS URBAN ର STANDING COMMITTEE ରେ ମୋ ନିର୍ବାଚନ ମଣ୍ଡଳୀ ର ସମସ୍ୟା ଏବଂ ଆବଶ୍ୟକତା ଉପରେ ଯଥା ପଟିଆ କଳାରାହାଙ୍ଗ ROB, ପ୍ରତି ୱାର୍ଡ଼ ଅଫିସ ଉପରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ କମ୍ୟୁନିଟୀ ଗୃହ, କୀଟ ଛକରୁ ଶିଖରଚଣ୍ଡୀ ରାସ୍ତା ପ୍ରଶସ୍ତିକରଣ, ପଳାଶୁଣୀ ଗ୍ରାମ ରେ ଶ୍ମଶାନ ଏବଂ ହାଟ ନିର୍ମାଣ ପାଇଁ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀ ଏବଂ STANDING COMMITTEE ର CHAIRMAN ଙ୍କ ସହିତ ଆଲୋଚନା କରିଥିଲି, ଆଶା କରୁଛି ମୋ ନିର୍ବାଚନ ମଣ୍ଡଳୀ ର ସମସ୍ୟା ଏବଂ ଆବଶ୍ୟକତା କୁ ଗୁରୁତ୍ୱ ଦେଇ କାର୍ଯ୍ୟ କୁ ସମ୍ପାଦନ କରିବେ।

Photos from Susant Kumar Rout's post 10/07/2026

ଆଜି BMC WARD NO 9 ଗାଡକଣ ଗ୍ରାମ ଠାରେ ଥିବା ଗୁରୁ କେଳୁ ଚରଣ ପାର୍କ ରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲି ।ଏହି ଅବସରରେ ମୁଁ ସମସ୍ତଙ୍କୁ ଅନୁରୋଧ ରଖିଛି କେବଳ ଗଛ ଲଗେଇଲେ ହେବ ନାହିଁ ସେ ଗଛ ର କେମିତି ଯତ୍ନ ନିଆଯାଇ ପାରିବ ସେଥିପାଇଁ ସମସ୍ତଙ୍କୁ ନିବେଦନ କରିଥିଲି ।ଜୟ ଜଗନ୍ନାଥ

Photos from Susant Kumar Rout's post 10/07/2026

ଗତକାଲି BMC WARD NO 22 AYURVEDIC COLLEGE ଛକ ଠାରେ ନୂତନ ଭାବେ ଲାଗିଥିବା HIGH MAX ଲାଇଟ କୁ ଉଦଘାଟନ କରିଥିଲି।ଏହି କାର୍ଯ୍ୟକ୍ରମ ରେ ମୋ ସହିତ ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟୀ ମେୟର ଶ୍ରୀମତୀ ମଞ୍ଜୁଲତା କହଁର ଙ୍କ ସମେତ ଅଞ୍ଚଳ ର ବୁଦ୍ଧିଜୀବୀ,ଯୁବ ଛାତ୍ର ମହିଳା,କଲେଜ ର ଷ୍ଟାଫ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

Photos from Susant Kumar Rout's post 10/07/2026

ଗତକାଲି ରଘୁନାଥପୁର ସାଇ ଜରାଶ୍ରମ ଠାରେ ଯଶୋଦା ମା ଫାଉଣ୍ଡେସନ ର ପଞ୍ଚମ ବାର୍ଷିକ ଉତ୍ସବରେ ଯୋଗଦେବା ର ସୁଯୋଗ ମିଳିଥିଲା ।ଏହି ଫାଉଣ୍ଡେସନ ର ସ୍ରଷ୍ଟା ନିବେଦିତା ଲେଙ୍କା ଙ୍କ ପ୍ରଚେଷ୍ଟା ରେ ଗରିବ ମେଧାବୀ , ଅନାଥ ପିଲା ମାନଙ୍କୁ ସହଯୋଗ ର ହାତ ବଢ଼େଇ ସେମାନଙ୍କୁ ଆଜି ସମାଜ ର ମୁଖ୍ୟସ୍ରୋତ ରେ ସାମିଲ କରି ଜଣେ ଜଣେ ଭଲ ମଣିଷ ଭାବରେ ତିଆରି କରିଛନ୍ତି । ଜଣେ ମହିଳା ଏତେ ବଡ କାମ କରିଥିବାରୁ ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ଆଶା କରୁଛି ଏବଂ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି ନିବେଦିତା ମା ଏମିତି ଆଗକୁ ସେବା କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ ।ଜୟ ଜଗନ୍ନାଥ

Photos from Susant Kumar Rout's post 08/07/2026

ଆଜି ପଟିଆ ଗ୍ରାମ ର ମୂରବୀ ତଥା ପୂର୍ବତନ କର୍ପୋରେଟର ଶ୍ରୀମତୀ ଜୟନ୍ତୀ ଜେନା ଙ୍କ ସ୍ଵାମୀ ଶ୍ରୀଯୁକ୍ତ ଟିକିନା ଜେନା ଙ୍କ ହଠାତ ଦେହାନ୍ତ ଖବର ପାଇ ମୁଁ ତାଙ୍କ ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପାରିବାର ବର୍ଗ ଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି । ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି ଅମର ଆତ୍ମା ର ସଦଗତି ହେଉ। ଓଁ ଶାନ୍ତି

Category

Telephone

Website

Address

Qr No. 3R 1/2, Unit-IV
Bhubaneswar
751001

Opening Hours

Monday 9:30am - 6pm
Tuesday 9:30am - 6pm
Wednesday 9:30am - 6pm
Thursday 9:30am - 6pm
Friday 9:30am - 6pm
Saturday 9:30am - 6pm

Alerts

Be the first to know and let us send you an email when Susant Kumar Rout posts news and promotions. Your email address will not be used for any other purpose, and you can unsubscribe at any time.

Subscribe

We will notify you when anything happens in Bhubaneswar.