ABS Algorithm
News Analysis, Discussion, Panel Discussion, Interviews, Public Opinion Program, Editorial & Podcast
26/11/2025
#ଓଏଭି_ଆଜି_ବିପର୍ଯ୍ୟସ୍ତ
*ବ୍ଳାକ୍ ବ୍ୟାଚ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଲେ ଓଏଭି ଶିକ୍ଷକ ଶିକ୍ଷୟିତ୍ରୀ*
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ର ଆହ୍ୱାନ କ୍ରମେ ତୃତୀୟ ଦିନରେ ବିଦ୍ୟାଳୟ ଆଗରେ ଅଭିଭାବକ ମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା
ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି।
ଜିଲ୍ଲାପାଳଙ୍କୁ ୧୩ ଦଫା ସମ୍ବନ୍ଧୀୟ ଦାବିପତ୍ର ଦେବା ସହ ବିଧାୟକଙ୍କ ଦ୍ବାରସ୍ଥ ହୋଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ମାନେ। ଦୀର୍ଘ ଦଶନ୍ଧି ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଳାବ୍ୟାଜ ପିନ୍ଧି ସରକାର ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆନ୍ଦୋଳନ କୁ ଓହ୍ଲେଇଛି ସଂଘ।
ଓଏଭି ଛାତ୍ରଛାତ୍ରୀମାନଙ୍କୁ ଏନ୍ଏମ୍ଏମ୍ଏସ୍ ପରୀକ୍ଷା ରେ ଅଂଶଗ୍ରହଣ ପାଇଁ ଅନୁମତି, ନିଟ୍ ଏବଂ ଜେଇଇ ପରୀକ୍ଷାରେ ୧୫% ସ୍ଥାନ ସଂରକ୍ଷଣ,
ଓଏଭି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା,
ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦେବା,
ଶାରୀରିକ ଶିକ୍ଷା, ସଙ୍ଗୀତ, ଏବଂ କମ୍ପ୍ୟୁଟର ଶିକ୍ଷକଙ୍କୁ ସମାନ କାମକୁ ସମାନ ଦରମା ପାଇଁ ୪୬୦୦ ଗ୍ରେଡ଼ ପେ ପ୍ରଦାନ କରିବା,
ପ୍ରତ୍ୟେକ ବିଦ୍ୟାଳୟ ରେ ସାଇନ୍ସ କମର୍ସ ଭଳି ଆର୍ଟ୍ସ ଷ୍ଟ୍ରିମ୍ ଖୋଲିବା ସହ ଓଡ଼ିଆ, ହିନ୍ଦୀ, ସଂସ୍କୃତ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା,
ଆର୍ଟ ଶିକ୍ଷକ ପାଇଁ ଟିଜିଟି ଭିଜୁଆଲ ଆର୍ଟ ମାନ୍ୟତା ଦେବା,
ପ୍ରିନ୍ସିପାଲ ମାନଙ୍କ ଗ୍ରେଡ଼ ପେ ସମସ୍ୟାର ସମାଧାନ କରିବା, ଓଏଭି କର୍ମଚାରୀଙ୍କ ସନ୍ତାନ ପାଇଁ ପ୍ରବେଶ ହେତୁ ବିଶେଷ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା,
କ୍ଲାର୍କ Clerk କର୍ମଚାରୀଙ୍କ ଚାକିରି ରେ ନିୟମିତ କରିବା,
ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରେ କାର୍ଯ୍ୟରତ ଶିକ୍ଷକଙ୍କ ପୂର୍ବ ସେବା ଅବଧି କୁ ବର୍ତ୍ତମାନ ସେବା ରେ ମିଶାଇବା,
ପୂର୍ବରୁ ଓଏଭି ରେ ଟିଜିଟି ଭାବେ କାର୍ଯ୍ୟ କରି ପୁନର୍ବାର ପିଜିଟି ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଚାକିରି ଓ ଦରମା ରେ ସୁରକ୍ଷା ପ୍ରଦାନ କରିବା, ପୂର୍ବବତ୍ ରାଜ୍ୟ ସ୍ତରରେ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ପାଇଁ ଅର୍ଥ ମଞ୍ଜୁର କରିବା,
ପିଏମ୍ ଶ୍ରୀ ସ୍କୁଲ ରେ ଓଏଭି କୁ ଅନ୍ତର୍ଭୁକ୍ତ କରିବା ଆଦି ସମସ୍ୟାର ସମାଧାନ କରି ଶିକ୍ଷା ର ଗୁଣବତ୍ତା କର୍ମଚାରୀଙ୍କ ନ୍ୟାୟ ପାଇଁ ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
ଯଦି ସମସ୍ୟାର ସମାଧାନ ନ ହୁଏ ତାହେଲେ ଡିସେମ୍ବର ଆଠ ତାରିଖରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମତ ପ୍ରକାଶ କରିଛନ୍ତି ରାଜ୍ୟ ସଭାପତି ରିପୁଦମନ ମିଶ୍ର ଏବଂ ରାଜ୍ୟ ସଂପାଦକ ସୁଭାଶିଷ ଦାସ। ସୂଚନା ଥାଉ ଯେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରାଜ୍ୟ ର ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସିବିଏସ୍ଇ ଅନୁବନ୍ଧିତ ଇଂରାଜୀ ମାଧ୍ୟମ ରେ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥାଏ । ଯଦ୍ୱାରା ଗ୍ରାମାଞ୍ଚଳ ର ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି
ଆସୁଛନ୍ତି କିନ୍ତୁ ବିଡ଼ମ୍ବନାର ବିଷୟ ଏବେ ଏହି ଓଏଭି ର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି । ଓଏଭି ଚାକିରି ରେ ଯୋଗଦେଇ ମୃତ୍ୟୁ ବରଣ କରିଥିବା ୨୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପରିବାରବର୍ଗଙ୍କୁ ପ୍ରାପ୍ୟ ସୁବିଧା ସୁଯୋଗ ରୁ ବଞ୍ଚିତ କରାଯାଇଅଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ମାନେ ଦୁଃଖ ପ୍ରକାଶ କରିଛନ୍ତି।
20/10/2025
#ଭକ୍ତଦାସ_ଜନନାୟକକାହିଁକି ??
ଛାତ୍ର ଜୀବନରୁ କୁଶାସନ, ପ୍ରଶାସନିକ ଦାଦାଗିରି ଓ ଅବ୍ୟବସ୍ଥା ବିରୁଦ୍ଧରେ ମଶାଲ ଜଳାଇ ଥିବା ବ୍ୟକ୍ତି l ବନ୍ୟା ମରୁଡି ଆଦି ପ୍ରାକୃତିକ ବିପର୍ଯୟରେ ଅନିଦ୍ରା ରଜନୀ କାଟି ଭୋକରେ ରହି ଗାଁ ଗହଳିରେ ଗରିବ ଲୋକଙ୍କ ସାହାଯ୍ୟର ସାଥୀ ପାଲଟିଥିବା ବ୍ୟକ୍ତି l ଆଦିବାସୀ ଏବଂ ନିଷ୍ପେସିତ ଜନତାଙ୍କ ପାଇଁ ଶକ୍ତିଶାଳୀ ସରକାରଙ୍କ ବିରୋଧରେ ରାଜରାସ୍ତାରେ ସାଲିସ ବିହୀନ ବିପ୍ଳବ କରିଥିବା ବ୍ୟକ୍ତି l ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ନିଜ ଜୀବନକୁ ବିପନ୍ନକରି ବୃହତ ଶିଳ୍ପ ସଂସ୍ଥା ବିରୁଦ୍ଧରେ ସଂଗ୍ରାମ କରୁଥିବା ବ୍ୟକ୍ତି l ନିଜ କେରିଅରକୁ ଖାତିର ନକରି ଜନତା ଓ ଅଞ୍ଚଳର ହକ ପାଇଁ ଲଢ଼ୁଥିବା ବ୍ୟକ୍ତି l ଲୋକଙ୍କ ସାଥିରେ ମିଳିମିଶି ସୁଖ ଦୁଃଖ ବାଣ୍ଟି ସେମାନଙ୍କ ପ୍ରିୟପାତ୍ର ହୋଇଥିବା ବ୍ୟକ୍ତି l ଏଭଳି ଅନେକ ବ୍ୟକ୍ତିତ୍ୱର ସମାହାର ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଯାହା ତାଙ୍କୁ ଅନ୍ୟ ରାଜନୀତିଜ୍ଞ ମାନଙ୍କ ମଧ୍ୟରେ ଅନନ୍ୟତା ପ୍ରଦାନ କରେ l ସମାଜବାଦୀ ଆନ୍ଦୋଳନରୁ ରାଜନୈତିକ ଜୀବନ ଆରମ୍ଭ କରି ବର୍ତ୍ତମାନ କଂଗ୍ରେସ ରାଜ୍ୟ ସଭାପତି l ସେ କଂଗ୍ରେସର ହୋଇଥିଲେ ସୁଦ୍ଧା ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ସେ ଜଣେ ଲୋକପ୍ରିୟ ନେତା l
ବୋଧହୁଏ ଭକ୍ତ ଦାସ ପଶ୍ଚିମ ଓଡ଼ିଶାର ଶେଷ ଜନନାୟକ l ପଶ୍ଚିମ ଓଡ଼ିଶାରେ ଭକ୍ତ ଦାସଙ୍କ ଭଳି ଜନ ନେତୃତ୍ୱର ଘୋର ଆବଶ୍ୟକତା ରହିଛି l
18/10/2025
#କଂଗ୍ରେସର_ଷ୍ଟାର_ପ୍ରଚାରକ
#ଅରବିନ୍ଦ_ଦାସ
ନୂଆପଡା ଉପନିର୍ବାଚନ ପରିପେକ୍ଷୀରେ କଂଗ୍ରେସ ଦଳ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ କୌଣସି ପ୍ରକାର ସୁଯୋଗ ହାତଛଡା କରିବା ମୁଡ଼ରେ ନାହିଁ l ଏହା କଂଗ୍ରେସ ଦଳ ନିଜ ଷ୍ଟାର ପ୍ରଚାରକ ତାଲିକାରୁ ସ୍ପଷ୍ଟ ହୋଇଯାଇଛି l ବିଭିନ୍ନ ପ୍ରଦେଶର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ଏବଂ ପ୍ରସିଦ୍ଧ କେନ୍ଦୀୟ ନେତାଗଣ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରଚାର ପାଇଁ ଆସିବେ l ଓଡିଶାରୁ ଅନେକ ଜନପ୍ରିୟ ନେତାଙ୍କୁ ଷ୍ଟାର ପ୍ରଚାରକ କମିଟିରେ ସାମିଲ କରାଯାଇଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କୁ ମଧ୍ୟ ସ୍ଥାନ ମିଳିଛି l
ଅରବିନ୍ଦ ଦାସ ମୂଳତଃ ବଲାଙ୍ଗୀର ଜିଲ୍ଲାର ହୋଇଥିବା ଯୋଗୁଁ ବଲାଙ୍ଗୀର ପାଇଁ ଏକ ଗୌରବର ବିଷୟ ବୋଲି ଚର୍ଚ୍ଚା ହେଉଛି l
21/09/2025
େଡ_ମା_କେ_ନାମ
21_09_2025
ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ର ବିଭିନ୍ନ ଜାଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନ ପାଳନ ଅବସରରେ ଚାରା ରୋପଣ କରାଯାଇଛି l ଏହାଦ୍ୱାରା ସବୁଜ ରଙ୍ଗରେ ରଙ୍ଗାଳିତ ହେବ ସଂପୃକ୍ତ ଅଞ୍ଚଳ l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମର ନାଁ ହେଉଛି 'ମା'ଙ୍କ ପାଇଁ ଏକ ଗଛ ଲଗାଅ । ଏହାକୁ ସଫଳ କରିବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ l ଏହି ଆହ୍ୱାନ କ୍ରମେ ବୁଢାବାହାଲ ସରପଞ୍ଚ ଶ୍ରୀମତୀ ଲତା କୁମ୍ଭାର ଙ୍କ ତତ୍ଵାବଧାନରେ ରାଜସ୍ବନିରୀକ୍ଷ ଅଫିସ ପଛପଟେ ବାବୁକେଲଗାଁ ଗୋଚର ଜମିରେ 500 ଗୋଟି ଚାରା ଯଥା, କାଜୁ, ଲିମ୍ବ, ଅର୍ଜୁନ, କରଞ୍ଜ, ଇତ୍ୟାଦି ବୃକ୍ଷ ରୋପଣ କରିଥିଲେ । ଏହି ବୃକ୍ଷ ରୋପଣ ଉତ୍ସବ ରେ ସଇଁତଲା ତହସିଲଦାର ଆଶିଷ ଏକ୍କା, ଆର, ଆଇ, ନମିତା ବାରା, ଏ, ଡିଓ, ସାଗର, ହାଇସ୍କୁଲ ପ୍ରଧାନ ଶିଷକ, ଦିଲୀପ ସାହୁ, ଜିଓ ଟେକ, ଭୀଷ୍ମ ସାହୁ, ଯୋଗାଣ ସହାୟକ, ସୁରେନ୍ଦ୍ର ରଣା ପ୍ରମୂଖ ସାମିଲ ହୋଇ ଥିଲେ। ଅନ୍ଯମାନଙ୍କ ମଧ୍ଯରେ କପିଳାସ ନାଗ,ଗୌର ପୁଟେଲ ଙ୍କ ସମତେ ସାଧାରଣ ଲୋକଙ୍କ ମଧ୍ଯ ଅଂଶଗ୍ରହଣ କରିଥିଲେ। ସ୍କୁଲ କଲେଜର ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମକର୍ତ୍ତା, ସୁଭଦ୍ରା ହିତାଧିକାରୀ, ପଞ୍ଚାୟତରୁ ବିଧାନସଭା ପର୍ଯ୍ୟତ ନିର୍ବାଚିତ ପ୍ରତିନିଧି, ସରକାରୀ କର୍ମଚାରୀ, ଶିଳ୍ପସଂସ୍ଥା ଆଦି ଉପହାର ସହ ସାମିଲ ହୋଇଥିଲେ।
* ଚନ୍ଦ୍ର ଭାନୁ ପଧାନ
ABS News
#ଫେଇବା_ବାଟକୁ_ଚାହି_ବସିଛି_ସ୍ତ୍ରୀ
15_09_2025
ବଲାଙ୍ଗିର ଜିଲ୍ଲା ର ସଇଁତଳା ବ୍ଲକ ଏକ ଦାଦନ ପ୍ରବଣ ଅଞ୍ଚଳ ଭାବରେ ସାରା ଓଡ଼ିଶା ତଥା ସମଗ୍ର ଭାରତ ବର୍ଷରେ ବେଶ୍ ଜଣା ଶୁଣା ଅଟେ। ଏହି ବ୍ଲକ ର ଶ୍ରମିକ ଶ୍ରେଣୀ ର ପରିବାର ମାନେ ଗଣପର୍ବ ନୂଆଖାଇ(ନବାନ୍ନ) ପାଳନ ପାଇଁ ଆଗରୁ ବଇନା ଆଣି ସର୍ଦ୍ଦାର ଠାରୁ ମୁଣ୍ଡ ପିଛା ୩୦/୪୦ ହଜାର ଟଙ୍କା ଲେଖାଏଁ ଆଣି ବାହାର ରାଜ୍ୟ ତାମିଲନାଡୁ,ଗୁଜୁରାଟ ,ଆନ୍ଦ୍ରପ୍ରଦେଶ, ମହାରାଷ୍ଟ୍ର କୁ ଇଟା ଗଢ଼ିଯାଇଥାନ୍ତି । ଠିକ୍ ସେହିପରି ଭାବରେ ଗତ ବର୍ଷ ୨୦୨୪ ମସିହା ସେପ୍ଟେମ୍ବର ମାସ ରେ ସଇଁତଳା ବ୍ଲକ ଅନ୍ତର୍ଗତ କୁମ୍ଭରୀ ଗ୍ରାମ ପଞ୍ଚାୟତ ଅଧୀନ ମନହୀରା ପଡ଼ା ର ନିରଞ୍ଜନ ମନହିରା ବୟସ ୩୫ ବର୍ଷ କୁ ଏବଂ ତାଙ୍କର ଦୁଇ ନାବାଳିକା ଝିଅ ଝରଣା ମନହିରା ବୟସ ୧୩ ବର୍ଷ ଓ ଝୁଲଣl ମନହିରା ବୟସ ୧୧ବର୍ଷ ହେବ ଗୋଟିଏ ପରିବାର ତିନି ଜଣ କୁ ତାଙ୍କ ଗାଁ ର ସର୍ଦ୍ଦାର ଅଗୁଆ ନୂଆଁଖାଇ ବଇନା ଆଣିଥିଲେ ।.କିନ୍ତୁ ମଣ୍ଡ ପିଛା ଟଙ୍କା ଦେଇନ ଥିଲେ ସର୍ଦ୍ଦାର , ମଦ ପିଆଈ ଦେଇ ବାହାର ରାଜ୍ୟ କୁ ଇଟାଗଢ଼ି ବାକୁ ନିରଞ୍ଜନ ଓ ତାର ଦୁଇ ଝିଅ କୁ କୌଶଳ କ୍ରମେ ସର୍ଦ୍ଦାର ନେଇଯାଇଥିଲେ ବୋଲି ବହୁ ଦୁଃଖ ର ସହ କହି ବାହୁନି ବାହୁନି ବାଟ ଚାହିଁ କାନ୍ଦୁଛି ଯମୁନା। ଏହି ୨୦୨୫ ବର୍ଷ ନୂଆଁଖାଇ ରେ ଯମୁନା ନୂଆ ନଖାଇ ତାର ସ୍ବାମୀ ଓ ଦୁଇ ଝିଅ ର ଫେରିବା ବାଟ କୁ ଚାହି ବସିଛି,କାରଣ ନୂଆଁଖାଇ ପର୍ବ ଏକ ପଶ୍ଚିମ ଓଡ଼ିଶା ର ସିଘା ପରବ,ଏହି ତିହାର ରେ ସ୍ଥାନେ ସ୍ଥାନେ ପୁରା ଗାଁ ଏକତ୍ରିତ ହୋଇ ନବାନ୍ନ ଭକ୍ଷଣ କରୁଥିବା ବେଳେ ପୁରା ପରିବାର ର ସଦସ୍ୟ ଯିଏ ଯେଉଁଠି ଥିଲେ ମଧ୍ୟ ଘରକୁ ଆସି ଏକତ୍ରିତ ହୋଇ ନୂଆଖାଇ ଥାନ୍ତି ନିଶ୍ଚିତ ଭାବରେ। ତେଣୁ ନୂଆଁଖାଇ ରେ ସ୍ଵାମୀ ଓ ଦୁଇ ଝିଅ କୁ ସାଙ୍ଗରେ ନପାଇ ଯମୁନା ମାନସିକ ରୋଗ ପୀଡ଼ିତ ହେବାଭଳିଆ ହେଉଛି ବୋଲି ପଡ଼ା ର ଲୋକ ମାନେ କହୁଛନ୍ତି। ବଡ ଦୁଃଖ ର କଥା ଯେ ଯମୁନା ସହିତ ତାର ୫ ବର୍ଷ ପୁଅ ସୁଜିତ୍ ଅଛି ଆଉ କେହି ନାହିଁ ତେଣୁ ସେ କୌଣସି ପ୍ରକାର ର ଅଭିଯୋଗ ପ୍ରଶାସନିକ ଅଧିକାରୀ ଙ୍କୁ କିମ୍ବା ପୋଲିସ ରେ ଅଭିଯୋଗ କରିପାରୁନଥିବାରୁ ଗାଁ ର ସର୍ଦ୍ଦାର ଜାଣି ଶୁଣି ତାର ପରିବାର କୁ ଫେରାଇ ଆଣି ଦେଉନାହାନ୍ତି ବୋଲି କହୁଛନ୍ତି ଲୋକେ। ଗଣ ମାଧ୍ୟମ ମାଧ୍ୟମରେ ଜାଣି ଜିଲ୍ଲା ପୋଲିସ ପ୍ରଶାସନ,ହେଉ ଅବା ଜିଲ୍ଲା ପ୍ରଶାସନ,କିମ୍ବା ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ଯମୁନା ର ଦୁଃଖ କଥା ଶୁଣି ତାର ସ୍ଵାମୀ ଓ ଦୁଇ ଝିଅ କୁ ଠାବ କରି ଫେରାଇ ଆଣିଦେବ କୁ ପଡ଼ା ବାସି ପ୍ରଶାସନ ପାଖରେ ବିନମ୍ର ଅନୁରୋଧ କରୁଛନ୍ତି।
* ଚନ୍ଦ୍ର ଭାନୁ ପଧାନ
ABS News
14/09/2025
#ଭକ୍ତଦାସଙ୍କ_ନେତୃତ୍ୱରେ_କଂଗ୍ରେସ
ଭୁବନେଶ୍ୱର, ତା ୧୪/୯/୨୫ :- କେହି ବଡ ନେତା, କେହି ଛୋଟ ନେତା ନୁହନ୍ତି। ସମସ୍ତେ କଂଗ୍ରେସ ନେତା। ୨୦୨୯ ଆମର। ଓଡିଶାରେ ଭକ୍ତଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ଠିକଣା ବାଟରେ ଚାଲିଛି। ଯଦି ରାହୁଲ ଗାନ୍ଧୀ ପଦଯାତ୍ରାରେ ସହସ୍ରାଧିକ ମାଇଲ ଚାଲୁଛନ୍ତି, ଆମେ କାହିଁକି ଚାଲି ନ ପାରିବା? ରବିବାର ସନ୍ଧ୍ୟାରେ କଂଗ୍ରେସ ଭବନରେ ଆୟୋଜିତ ଏକ ସଭାରେ ଦଳର ନେତା ଓ କର୍ମୀଙ୍କ ଭିତରେ ଏହି ମର୍ମରେ ଉତ୍ସାହ ଭରିଛନ୍ତି ଏଆଇସିସି ସାଧାରଣ ସଂପାଦକ (ସଂଗଠନ) କେସି ବେଣୁଗୋପାଳ।
ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପୌରୋହିତ୍ୟରେ ପିସିସି କାର୍ଯ୍ୟକର୍ତ୍ତା, ସମସ୍ତ ବିଭାଗ, ଛାମୁଆ ସଂଗଠନ ଓ ସେଲର ମୁଖ୍ୟ ତଥା ସଂଗଠନ ସୃଜନ ଅଭିଯାନରେ ଦାୟିତ୍ୱ ନିଭାଇଥିବା ପିସିସି ପର୍ଯ୍ୟବେକ୍ଷକଙ୍କୁ ସମ୍ବୋଧନ କରି ସେ ଆହୁରି କହିଛନ୍ତି, କିଛି ଦିନରେ ସୃଜନ ପ୍ରକ୍ରିୟାରେ ଦେଶର ସମସ୍ତ ଜିଲ୍ଲାରେ ସଙ୍ଗଠନ ହୋଇଯାଇଥିବ। ଆସନ୍ତା ୩୦ ସେପ୍ଟେମ୍ବର ସୁଦ୍ଧା ଓଡିଶାର ସମସ୍ତ ୩୫ ସାଂଗଠନିକ ଜିଲ୍ଲାର ସଭାପତି ଚୟନ କାର୍ଯ୍ୟ ଶେଷ ହେବ। ଦଳର ନେତା ରାହୁଲ ଗାନ୍ଧୀଙ୍କ ମାର୍ଗଦର୍ଶନରେ ଗୁଜରାଟରେ ହୋଇଥିବା ୧୦ ଦିନିଆ ପ୍ରଶିକ୍ଷଣ ଶିବିର ଶୈଳୀରେ ଓଡ଼ିଶା କଂଗ୍ରେସ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ହେବ ବୋଲି ସେ ସୂଚନା ଦେଇଥିଲେ। ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଗଠିତ ରାଜନୈତିକ ବ୍ୟାପାର କମିଟି (PAC) ବୈଠକରେ ଦଳର ସମସ୍ତ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ସେ ଆହୁରି କହିଥିଲେ ଦଳ ଏବେ ଜନସାଧାରଣଙ୍କ ଦୃଷ୍ଟିରେ ଓଡ଼ିଶାରେ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ପାଉଛି। ଦଳର ନେତା ଓ କର୍ମୀମାନେ ପରିଶ୍ରମ କଲେ ଉଭୟ ବିଜେପି - ବିଜେଡିକୁ ହରାଇବା ସମ୍ଭବ। ପ୍ରତି ତିନିମାସରେ ଥରେ ନବନିଯୁକ୍ତ ଜିଲ୍ଲା ସଭାପତି ମାନଙ୍କ କାର୍ଯ୍ୟ ସମୀକ୍ଷା କରାଯିବ। ଅକ୍ଟୋବର ମାସରେ କଂଗ୍ରେସ ସମସ୍ତ ବ୍ଲକରେ ପହଞ୍ଚିବ। ନଭେମ୍ବର - ଡିସେମ୍ବରରେ ଭୋଟ ଚୋରି ପ୍ରସଙ୍ଗକୁ ତୃଣମୂଳ ସ୍ତର ଯାଏଁ ପହଞ୍ଚାଇବା ସହ ବୁଥ କମିଟି ଗଠନ କାର୍ଯ୍ୟ ସାରିବାକୁ ସେ ଆହ୍ଵାନ ଦେଇଥିଲେ। ପିସିସି ସଭାପତିଙ୍କ ଦ୍ଵାରା ପ୍ରସ୍ତାବିତ ଗାନ୍ଧୀ ଜୟନ୍ତୀ ଠାରୁ ହେବାକୁ ଥିବା ବର୍ଷବ୍ୟାପୀ ପଦଯାତ୍ରାକୁ ସେ ପ୍ରଶଂସା କରି ସେ କହିଲେ, ଏଥିରେ ଯେପରି ସମସ୍ତ ସକ୍ରିୟ ନେତା ଓ କର୍ମୀ ଭାଗ ନିଅନ୍ତି ତାହା ଦେଖିବାକୁ ହେବ।
ପି.ଏ.ସି ବୈଠକରେ ଅଧ୍ୟକ୍ଷତା କରି ଏଆଇସିସିର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, କଂଗ୍ରେସ ଏବେ ରାଜ୍ୟରେ ଉଠୁଛି। ଓଡ଼ିଶାରେ ପିସିସି ଯେଉଁ ଗତିରେ କାମ କରୁଛି, ସେହି ଧାରା ଅବ୍ୟାହତ ରହିଲେ ୨୦୨୯ ରେ ଆମକୁ ରୋକିବା ଅସମ୍ଭବ ହେବ। ପିସିସି ସଭାପତି ଶ୍ରୀ ଦାସ କହିଲେ, ସଂଗଠନ ସୃଜନରେ ଅଗଣିତ କଂଗ୍ରେସ ନେତା ଓ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ବୃଥା ଯିବନାହିଁ। ଆସନ୍ତା ଅକ୍ଟୋବର ୨ରୁ ବର୍ଷବ୍ୟାପୀ ପଦଯାତ୍ରାରେ ଭାଗ ନେବାକୁ ସେ ଦଳର ନେତା ଓ କର୍ମୀଙ୍କୁ ଆହ୍ଵାନ କରିଥିଲେ। ରାଜନୈତିକ ବ୍ୟାପାର କମିଟି ବୈଠକରେ ମହମ୍ମଦ ମୁକିମ୍, ନଗେନ୍ଦ୍ର ନାଥ ପ୍ରଧାନ, ସୁଶୀଳା ତିରିୟା, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ସନ୍ତୋଷ ସିଂହ ସାଲୁଜା, ରମେଶ ଜେନା, ସୋଫିଆ ଫିର୍ଦ୍ଦୋଷ, ଶ୍ରୀକାନ୍ତ ଜେନା, ସପ୍ତଗିରି ଉଲାକା ଓ ଡ ବିଶ୍ଵ ରଞ୍ଜନ ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇ ଅନେକ ପ୍ରସ୍ତାବ ରଖିଥିବା ବେଳେ ମିନାକ୍ଷୀ ବାହାନିପତି ଓ ରଞ୍ଜିତ ପାତ୍ର ଯଥାକ୍ରମେ ମହିଳା କଂଗେସ ଓ ଯୁବ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ୟପକ୍ଷରେ ସୃଜନ ବୈଠକରେ ଅମର ପ୍ରଧାନ, ଶରତ ରାଉତ, ଟଙ୍କଧର ସାହୁ, ଅମିତା ବିଶ୍ଵାଳ, ଅମ୍ରିତା ଦାସ, ଶକୁନ୍ତଳା ଲାଗୁରି, ସସ୍ମିତା ପଣ୍ଡା, ବିଶ୍ଵ ରଞ୍ଜନ ଦାସ, ଅଭୟ ସାହୁ, ମାନସ ମଲ୍ଲିକ, ଯଶୋବନ୍ତ ସିଂ ଲାଗୁରି, ମଧୁସ୍ମିତା ପଣ୍ଡା, ସି ଏସ ରାଜନ୍ ଏକ୍କା ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସୃଜନ ଅଧକ୍ଷ ଡ ଦେବାଶିଷ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସହ ଅଧ୍ୟକ୍ଷ ସୁଧାଂଶୁ ଦେଓ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉଭୟ କାର୍ଯ୍ୟକ୍ରମକୁ ଓଡ଼ିଶା ସହ ପ୍ରଭାରୀ ଶାହନୱାଜ ଚୌଧୁରୀ ସଂଯୋଜନା କରିଥିଲେ।
14/09/2025
#ବ୍ଲକ_ଦାବୀ_ତେଜିଲା
14_09_2025
ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଟିକ୍ରାପଡ଼ା ଗାଁକୁ ବ୍ଲକ କରାଯିବା ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଜୋରଦାର ଦାବୀ ହେଉଛି | ଏନେଇ ଟିକ୍ରାପଡ଼ା ପ୍ରହରୀ ମଣ୍ଡପ ଠାରେ ସରପଞ୍ଚ ନରେନ୍ଦ୍ର କଲେତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି | ସଭାରେ ଆଇନଜୀବୀ ଟୁନୁ ରାଜପଲିଆ, ଆଇନଜୀବୀ ଗୌରଚନ୍ଦ୍ର ରାଜପଲିଆ, ଆଇନଜୀବୀ ବିଶ୍ୱନାଥ ସୁଆର, ହୃଷିକେଶ ରାଜପଲିଆ, ଆଇନଜିବି ଦିଲ୍ଲୀପ ରାଜପଲିଆ ,ପୂର୍ବତନ୍ ସଇଁତଳା ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଅକ୍ଷୟ ରଣା, ଧ୍ରୁବଚରଣ ବଗର୍ତ୍ତୀ, ରାଜକୁମର କଲେତ, ଅଦୀପ ପାତ୍ର ,ସାମ୍ବାଦିକ ଶ୍ରୀଯୁକ୍ତ ରମାକାନ୍ତ ରାଜପଲିଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ୧୯୯୨ ମସିହାରୁ ଟିକ୍ରାପଡ଼ା ବ୍ଲକ ଦାବି ହୋଇ ଆସୁଥିବା ବେଳେ ବର୍ତ୍ତମାନ ସରକାର ଏନେଇ ସବୁଜ ସଂକେତ ଦେବା ନେଇ ଅଞ୍ଚଳବାସୀ ଆଶାବାଦୀ ବୋଲି ସଭାରେ ମତ ପ୍ରକାଶ ପାଇଥିଲା | ଆଗାମୀ ଦିନରେ ଆଖପାଖର ବିଭିନ୍ନ ପଞ୍ଚାୟତବାସୀଙ୍କୁ ବ୍ଲକ ଗଠନ ଯୋଜନାରେ ସାମିଲ କରି ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବା ନେଇ କାର୍ଯ୍ୟ କରିବାକୁ ସଭାରେ ସିଦ୍ଧାନ୍ତ ନିଆଯାଇଥିଲା | ସଜନୀ ଦାସ, ଆର୍ତ୍ତ ପୁଟେଲ, ରଂଜିତ ବଛା, ସୁଦାମ କାଲସାଏ, ସରୋଜ ଚନ୍ଦନ, ବିକାଶ ମିଶ୍ର, ମୀନକେତନ ରାଜପଲିଆ, ରାଧେଶ୍ୟାମ ରଣା, ସତ୍ୟନାରାୟଣ ରାଜପଲିଆ, ସାନ ରାଜପଲିଆ, ଭଗବାନ ରାଜପଲିଆ, ରୋହିତାଶ୍ଵ ସୁଆର, ପ୍ରମୋଦ ପାତ୍ର, ସତ୍ୟ ନିଆଲ, ଜୟରାମ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ | ଶେଷରେ ଭକ୍ତବନ୍ଧୁ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ |
* ଚନ୍ଦ୍ର ଭାନୁ ପଧାନ
ABS News
09/09/2025
#ଚାଷୀ_ମନରେ_ଖୁସି_ଭରିଛି_କରମତଲା_ସମବାୟ_ସମିତି,
09_09_2025
ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁତଳା ବ୍ଲକ ଅଧିନସ୍ଥ କରମତଲା ସମବାୟ ସମିତି ର ଗୋଦାମ ଗୃହ ନ ଥାଇ ମଧ୍ୟ ପୁରୁଣା ବ୍ୟାଙ୍କ୍ ଠାରେ ଚାଷୀ ମାନଙ୍କୁ ସାର ବଣ୍ଟନ କରାଯାଇଛି। ଚାଷୀ ମାନଙ୍କ ସାର ଅଭାବ କୁ ଦୃଷ୍ଟି ରେ ଦେଖି ୟୁରିଆ ସାର ବଣ୍ଟନ କରିଛନ୍ତି ସମବାୟ ସମିତି ସମ୍ପାଦକ ଶ୍ରୀ ଭାରତ ଭୂଷଣ ବୁଡେକ । ସାର ଅଭାବ ରେ ସାରା ପଶ୍ଚିମ ଓଡ଼ିଶା ର ଚାଷୀ ହl ହା କାର କରୁଥିବାବେଳେ ଚାଷୀ ମୁହଁରେ ହସ ଫୁଟିଛି ବୋଲି କରମତଲା ସମବାୟ ସମିତି ଅଞ୍ଚଳ ର ଚାଷୀ ସମୂହ କହୁଛନ୍ତି । ପ୍ରକାଶଥଉକି ସାର ଅଭାବ ର ସୁଯୋଗ ନେଇ ଅଣ ଓଡ଼ିଆ ସାର ବ୍ୟବସାୟୀ ମାନେ ବସ୍ତା ପିଛା ୭୦୦/୮୦୦ ଟଙ୍କା ଚଢ଼ା ଦରରେ ବିକ୍ରୟ କରୁଥିଲେ ସୁଦ୍ଧା କୃଷି ବିଭାଗୀୟ ଅଧିକାରୀ,କମ୍ୱା ଯୋଗାଣ ନିରୀକ୍ଷକ ଅସାଧୁ ବ୍ୟବସାୟୀମାନଙ୍କୁ କୌଣସି ପ୍ରକାର ନିୟନ୍ତ୍ରଣ କରୁନଥିଲେ। ଫଳରେ ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଇଥିଲା । ସମବାୟ ସମିତି ରୁ ୟୁରିଆ ସାର ବସ୍ତା ପିଛା ୨୭୦ ଟଙ୍କା ରେ ପାଇ ଚାଷୀ ମାନେ ଖୁସି ହେଉଥବାର ଦେଖିବାକୁ ମିଳିଛି ।
* ଚନ୍ଦ୍ର ଭାନୁ ପଧାନ
ABS News
08/09/2025
#ନୁଆଁଖାଇ_ଭେଟଘାଟ_ଓ_ସମ୍ବର୍ଦ୍ଧନା_ଉତ୍ସବ
08_09_3025
ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜିରେ ଆଦର୍ଶ ଯୁବକ ସଙ୍ଘ ଓ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସାମ୍ବାଦିକ, ଶିକ୍ଷକ ଓ କଳାକାରଙ୍କୁ ସମ୍ମାନିତ କରାଯାଇଛି | ଅନୁଷ୍ଠିତ ସଭାରେ ଧୁମାଭଟା ସରପଞ୍ଚ ବନମାଳୀ ନାୟକ, ବିଜେପି ନେତା ମହେନ୍ଦ୍ର ଅମାତ ଓ ଗୋପବନ୍ଧୁ ବଗର୍ତ୍ତି ତଥା ଗୌନ୍ତିଆ ଟିକେନନ୍ଦ ମାଝୀ, ଘାସିରାମ ଖମାରୀ, କେଶବ ଧରୁଆ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ ସାମ୍ବାଦିକ ରମାକାନ୍ତ ରାଜପଲିଆ, ଶିକ୍ଷକ ରୋହିତାଶ୍ଵ ସୁଆର, ବିଶିଷ୍ଟ ନାଟ୍ୟକାର ଅନନ୍ତ ବଗର୍ତ୍ତୀ, ନୃତ୍ୟ ବିଶାରଦ ରେଶ୍ମାରାଣୀ ଦାଶ, ନମିତା ଯାନୀ, ହେମନ୍ତ ବାଗଙ୍କୁ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଜୟରାମ ମାଝୀ ସଭାରେ ସଭାପତିତ୍ବ କରିଥିଲେ |ନିମାନନ୍ଦ ଖମାରୀ, ଆର୍ଯ୍ୟକୁମାର ଭୁଏ ନୃତ୍ୟ ପ୍ରତିଯୋଗିତାରେ ଉପସ୍ଥାପକ ଦାୟିତ୍ୱ ତୁଲାଇଥିଲେ | କୃତି ନୃତ୍ୟଶିଳ୍ପୀ ଓ ଦଳଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ | ଶେଷରେ ସତ୍ୟନାରାୟଣ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ | ନରଦୀପ ମାହାର, ହରିଶ୍ଚନ୍ଦ୍ର ବାଗ, କୃଷ୍ଣଚନ୍ଦ୍ର ମାଝୀ, ଶ୍ରୀକାନ୍ତ ମିର୍ଦ୍ଧା, ରମେଶ ମିର୍ଦ୍ଧା, ଭୋଦେବ ଖମାରୀ, ଜଗନ ଖମାରୀ, ଟିକୁ ଧରୁଆ, ରାକେଶ ପରୁଆ, ବଳରାମ ନାଏକ, ଜିତୁ ଦାସ, ପପୁ ମାଝୀ, ଦେବାଶିଷ ମାଝୀ, ରୁଦ୍ରାକ୍ଷ ଧରୁଆ, ଯୁବରାଜ ମାହାର ପ୍ରମୁଖ କାର୍ଯ୍ୟକ୍ରମ ରେ
ସହଯୋଗ କରିଥିଲେ |
* ଚନ୍ଦ୍ର ଭାନୁ ପଧାନ
ABS News
Click here to claim your Sponsored Listing.
Category
Website
Address
Saheed Nagar
Bhubaneswar
751007