Sujit Samal

Sujit Samal

Share

ସାଧାରଣ ଲୋକଙ୍କ ସ୍ୱର -The voice of common people

Photos from Sujit Samal's post 29/01/2026

ଟ୍ରାଫିକ ଅଙ୍କଲ ଜଣଙ୍କ ଆଜି ଦୋଳ ମୁଣ୍ଡାଇ ଛକରେ ଠିଆ ହୋଇ ପାଖାପାଖି ୫୦ ଖଣ୍ଡେ ଲୋକଙ୍କର ବିନା ହେଲମେଟ ଚାଲାଣ ମାରିଛନ୍ତି। ଶେଷରେ ଚାଲାଣ କାଟି ଥକି ଯାଇ ଘରକୁ ଯିବା ବେଳକୁ ଅଙ୍କଲ ଚଳାଉଥିବା ଗାଡ଼ିର କାଗଜପତ୍ର ର ବୈଧତା ନାହିଁ ବୋଲି ଜଣା ପଡ଼ିଲା। ନିଜେ ପୁରା ଜେଜେ ବାପା ଅମଳର ଭିଣ୍ଟେଜ୍ ଗାଡ଼ି ଧରି ଲୋକଙ୍କୁ ଆଇନ ସିଖେଇବା ପାଇଁ ଅଙ୍କଲ ଆସିଛନ୍ତି। ନିଜେ ପୋଲିସ ବାଲା ହୋଇ ଆଗ ନିଜର କାଗଜପତ୍ର କର ତାପରେ ଲୋକଙ୍କ ଫାଇନ କରିବ। ତୁରନ୍ତ ପରିବହନ ବିଭାଗ ଏହି ଗାଡ଼ି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ।

29/01/2026

ଜୀବନରେ ହାରିବା ଓ ପୁନଃଚେଷ୍ଟା — ସଫଳତାର ମୂଳମନ୍ତ୍ର...

ଶିକ୍ଷା ହେଉ, କ୍ରୀଡା ହେଉ, ରାଜନୀତି ହେଉ କିମ୍ବା ଚାକିରୀ କ୍ଷେତ୍ର — ଯେଉଁଠାରେ ଆପଣ ପ୍ରଥମଥର ହାରିଯାଆନ୍ତି, ସେଠାରେ ଆମେ କହୁଛୁ:
“We will try next time / Hard luck... Will be back stronger.”

ଦ୍ୱିତୀୟ ଥର ହାରିଲେ, ତୃତୀୟ ଥର ହାରିଲେ ବି, ଆମେ ପୁନଃଚେଷ୍ଟା କରିଥାଉ, ଏବଂ ସେହି ସମାନ କଥା କହୁଛୁ।

କିନ୍ତୁ, ଯେତେବେଳେ ଆମେ ୧୦ ଥର ବାରମ୍ବାର ହାରୁଛୁ, ତେବେ ଆମକୁ ବିଭିନ୍ନ ଭାବେ ଚିନ୍ତା କରିବା ଦରକାର।

ମୁଁ ଆମ ସଫ୍ଟୱେୟାର ଭାଷାରୁ କହୁଛି — ଯଦି କେଉଁସି ଘଟଣା (incident) ବାରମ୍ବାର ଘଟେ, ତାହାକୁ ଆମେ ‘ମେଜର ଇନ୍ସିଡେଣ୍ଟ ମ୍ୟାନେଜମେଣ୍ଟ’ ବୋଲି ଠାହରାଉଛୁ।
ଏହାର ସ୍ଥାୟୀ ସମାଧାନ ପାଇଁ, ଆମେ ବିଭିନ୍ନ ୟୁନିଟ୍‌ଗୁଡିକ ସହିତ (ଯେପରି Infra, Network, DBA, Cloud ଇତ୍ୟାଦି) ଆଲୋଚନା କରି, ସମସ୍ତଙ୍କ ସହମତିରେ ଏକ ପରମାନେଣ୍ଟ ଫିକ୍ସ କାର୍ଯ୍ୟାନ୍ବୟନ କରିଥାଉ। ଯେପରି ଏହା ହେବ, ସେହି ସମସ୍ୟା ପୁଣି ଆସିବ ନାହିଁ।

ଆମେ ବାସ୍ତବ କ୍ଷେତ୍ରରେ ସେଇ ପଦକ୍ଷେପ ନେଉଛୁ କି? ଯଦି ନୁହେଁ, ତେବେ ସଫଳତା କେମିତି ଆସିବ?

ମୋତେ ଏହି କଥା କ୍ରୀଡା (କ୍ରିକେଟ୍) ଉପମାରେ କହିବାକୁ ଇଚ୍ଛା ହୁଏ — ଯଦି ଆମେ ବାରମ୍ବାର ହାରୁଛୁ ତେବେ ସବୁବେଳେ କେବଳ “We will try next time,” “Hard luck,” କିମ୍ବା “Will be back stronger” କହିବା ଦ୍ୱାରା କାମ ହେବ ନାହିଁ।
ଲୋକ ଆମକୁ ହସି ବେ, ମଜାକ କରିବେ.........

୧) ଆମେ ଖେଳି ପାରୁନୁ ଆମେ ଆଉ ଜଣକୁ chance ଦେବା ଯିଏ ଆମଠୁ ଭଲ ଖେଳୁଛି ......
୨) ଆମ ବୟସ ଏହି ଖେଳ କୁ ଫିଟ ହଉନି ଆମେ ଖେଳ ଛାଡି ପରାମର୍ଶ ଡାଟା ବା advisory ଗ୍ରୁପ କୁ ଆସିବ ...
୩)TEAM ର କ୍ୟାପ୍ଟିନ ଯେମିତି ତାର ପୁରା ଡେସିଏସନ ନେଇ ପାରୁଥିବ ......ତା ଉପରେ କୌଣସି ପ୍ରଭାବ ବା PRESURE ପଡୁନଥିବ .....ନିରପକ୍ଷ ଡେସିଏସନ ନବାକୁ ସାମର୍ଥ୍ୟ ଥିବ....
୪) ସବୁ ଟିମ ସହ ସୁ ସମ୍ପର୍କ ସମନ୍ଵୟ ରକ୍ଷା କରିବା .....
୫) ଅନ୍ୟ ଖେଳାଳି କୁ Respect ଦେଲେ ଆମେ Respect ପାଇବା.
ଆମେ ଗୋଟେ ଶୃଙ୍ଖଳା ଭିତରେ ଚାଲିଲେ ଆମକୁ sucess nichita ମିଳିବ .

ଆଶା କରୁଛି ଏହି ଉପଦେଶକୁ ଆପଣ ଗ୍ରହଣ କରିବେ ଏବଂ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ। JAY JAGANNATH ..........

26/01/2026

The mighty Chenab Bridge, the world’s highest Railway arch bridge, stands resplendent, bathed in radiant Tricolour lights, echoing the spirit of the Nation on the eve of 🇮🇳.

26/01/2026

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🇮🇳

26/01/2026

Many congratulations to Rohit Sharma on being honoured with the Padma Shri for his exceptional sportsmanship and the T20 World Cup & Champions Trophy victories achieved under his captaincy.

Regarded as 'Hitman', he continues to inspire a generation through his discipline, consistency & commitment to achieving victories for the country, setting an example both on and off the field. He remains a shining example of India's cricketing spirit!

25/01/2026

In Assam, a heartwarming celebration for a baby elephant! 🐘🎂
A man in Assam celebrated the birthday of a baby elephant named Priyanshi (lovingly called Momo) by preparing a special cake, fresh fruits, and healthy treats just for her. 💕
The adorable video of the celebration has gone viral online, winning hearts as people showered their warm wishes for the little elephant.

25/01/2026

ଆଜି ଜାତୀୟ ଭୋଟର ଦିବସ ଅବସରରେ ସମସ୍ତ ଭୋଟରମାନଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା।
ଭୋଟ ଦେବା କେବଳ ଆମ ଅଧିକାର ନୁହେଁ, ଏହା ଆମ ଦାୟିତ୍ଵ ମଧ୍ୟ ଅଟେ।
ଆସନ୍ତୁ, ଯେମାନେ ଭୋଟ ତାଲିକାରେ ପଞ୍ଜୀକୃତ ନୁହନ୍ତି ସେମାନଙ୍କ ପଞ୍ଜିକରଣ ନିଶ୍ଚିତ କରିବା,
ଏବଂ ଆମର ଭୋଟ ଦେଇ ଗଣତନ୍ତ୍ରକୁ ଆଉ ମଜବୁତ କରିବାର ଶପଥ ନିଅ।
🗳️

25/01/2026

ଉତ୍ତର ପ୍ରଦେଶର ଜୋନପୁର ଲାଇନବଜାର ଥାନା ଅନ୍ତର୍ଗତ ଖଲିଲପୁରୀ ଅଞ୍ଚଳରେ 24 ବର୍ଷ ବୟସ୍କ ସୁରଜ୍ ଭାସ୍କର ...
👉 Doctor ହେବା ପାଇଁ Neet ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପାଇଁ Disable quota ବା ବିକଳାଙ୍ଗ କୋଟା ରେ ନାଆଁ ଲେଖେଇ ଥିଲେ ।
👉 ଏଥିପାଇଁ ସେ ନିଜର ଗୋଟିଏ ଗୋଡ ମଧ୍ୟ କାଟିବା ପାଇଁ ପଛେଇ ନଥିଲେ ।😳
👉 ହେଲେ ଆନାସ୍ଥେସିଆ ଇଞ୍ଜେକସନ ଦେଇ ଗ୍ରାଇଣ୍ଡର୍ ମେସିନ ରେ ଗୋଡ କାଟି, ସେଇ ମେସିନ କୁ ନିକଟସ୍ଥ କୂଅ କୁ ଫୋପାଡି ଦେଇଥିଲା ।
👉 ଏପଟେ, ପୁଲିସ ରେ ଅଭିଯୋଗ କଲା କି ତାକୁ ନିଦ ବେଳେ କେହି ଜଣେ ମାରିବା ପାଇଁ ଆକ୍ରମଣ କରିଥିଲା ।
👉 ପୁଲିସ ସୁରଜ୍ ର ଗାର୍ଲ୍ ଫ୍ରେଣ୍ଡ ଠୁଁ ସତ ଓଗାଳିବା ପରେ ସେଇ କୂଅ ଭିତରୁ ଗ୍ରାଇଣ୍ଡର ମେସିନ ବି ଉଦ୍ଧାର କରିଛି ।
👉 କଣ ହେଲାଣି ଏ ସମାଜ ।😳
👉 ପ୍ରତୀକାତ୍ମକ ଚିତ୍ର ଟି AI ଦ୍ଵାରା ପ୍ରସ୍ତୁତ ।

25/01/2026

ଭାରତୀୟ ସେନାରେ ନୂତନ ପ୍ରଯୁକ୍ତିର ପଦାର୍ପଣ 🇮🇳🤖

ଭାରତୀୟ ସେନା ଏବେ ‘MULE’ (Multi-Utility Legged Equipment) ନାମକ ରୋବୋଟିକ୍ କୁକୁରମାନଙ୍କୁ ତାଙ୍କ ଟିମ୍‌ରେ ସାମିଲ କରିଛି।

ଏହି ଅଧୁନିକ ରୋବୋଟିକ୍ ବ୍ୟବସ୍ଥାଗୁଡ଼ିକୁ ସୈନିକମାନଙ୍କ ସହାୟତାରେ ନଜରଦାରି (Surveillance), ବୋମା ଚିହ୍ନଟ (Bomb Detection) ଏବଂ ଦୁର୍ଗମ ଅଞ୍ଚଳରେ ଅପରେସନ୍‌ (Tactical Operations) କାର୍ଯ୍ୟ ପାଇଁ ଡିଜାଇନ୍ କରାଯାଇଛି।

ଏହି “ରୋବୋଟିକ୍ କୁକୁରମାନେ” ଭବିଷ୍ୟତ ସେନା ଅଭିଯାନରେ ମଣିଷୀୟ ଜୀବନକୁ ସୁରକ୍ଷିତ ରଖିବା ଓ ଯୁଦ୍ଧ ସମୟରେ ଜୋଖିମ କମେଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ଅନୁମାନ କରାଯାଉଛି।

25/01/2026

#ପରଲୋକରେ_ଅଭିଜିତ
କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ପରଲୋକ। ୫୪ ବର୍ଷ ବୟସରେ ଅଭିଜିତ ମଜୁମଦାରଙ୍କ ଦେହାନ୍ତ। ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମସରେ ହୋଇଥିଲେ ଭର୍ତ୍ତି। ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ଅଭିଜିତ। ଅନେକ ହିଟ୍ ଦେଇଛନ୍ତି କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର।

25/01/2026

#କୋରାପୁଟ ଜିଲ୍ଲା ରେ ସହିତ Non Veg ର କଣ ସଂମ୍ପର୍କ ଯଦି କିଏ ଜାଣିଥିବେ କହିବେ
ଆମେ କ’ଣ ଖାଇବୁ — ଏହା ଯଦି ପ୍ରଶାସନ ନିଷ୍ପତ୍ତି କରିବ,
ତେବେ ଏହାକୁ ଗଣତନ୍ତ୍ର କହିବୁ, ନା ଦାସତ୍ୱ?
ବାଃ ବାଃ ସରକାର!
ଦିବାଲୋକରେ ସମ୍ବିଧାନକୁ ହତ୍ୟା,
ସାଧାରଣ ଲୋକଙ୍କ ସ୍ୱାଧୀନତାକୁ ଜଳାଞ୍ଜଳି,
ଏବଂ ଅଧିକାର ଉପରେ ସରକାରୀ ତାଲା!
ଯେଉଁ ଦେଶ ଗଣତନ୍ତ୍ରରେ ଗର୍ବ କରେ,
ସେଠାରେ ଆଜି ପ୍ରଶ୍ନ କରିବା ବି ଅପରାଧ,
ନିଜ ପସନ୍ଦରେ ଖାଇବା ବି ବିଦ୍ରୋହ!
ଏହା 77ତମ ଗଣତନ୍ତ୍ର ଦିବସର “ଉପହାର”?
#କଥାକୁହାସରକାର

25/01/2026

କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳରେ ଆଶ୍ଚର୍ୟଜନକ ଘଟଣା! 🐆

ଏକ କଲରା ପତରିଆ ବାଘ ସହିତ ଲଢେଇ କରି ଜଣେ ସାହସୀ ଯୁବକ ନିଜ ଜୀବନ ବଞ୍ଚେଇପାରିଛନ୍ତି।

🔸 କଲରା ପତରିଆ ବାଘ ହେଉଛି ବନ୍ୟ ପ୍ରାଣୀ ସୁରକ୍ଷା ଆଇନ୍‌ (Wildlife Protection Act, 1972) ଅନୁଯାୟୀ Schedule-1 ଶ୍ରେଣୀର ପ୍ରାଣୀ, ଯାହାକୁ ମାରିବା କିମ୍ବା ହାନି କରିବା ଏକ ଗୁରୁତର ଅପରାଧ।

🔸 ଏହି ଆଇନ୍‌ର ଧାରା 9 (Section 9) ଅନୁସାରେ, ଯଦି କେହି ଏହି ପ୍ରାଣୀକୁ ହତ୍ୟା କରନ୍ତି, ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବ ଓ ଗିରଫ ହୋଇପାରେ।

🔸 କିନ୍ତୁ, ଏହି ଆଇନ୍‌ର ଧାରା 11(2) (Section 11(2)) ଅନୁଯାୟୀ, ଯଦି କେହି ନିଜ ଜୀବନ କିମ୍ବା ଅନ୍ୟ କାହାର ଜୀବନ ରକ୍ଷା ପାଇଁ ବନ୍ୟ ପ୍ରାଣୀକୁ ମାରିଥାନ୍ତି, ତେବେ ସେହି କାର୍ଯ୍ୟ ଆତ୍ମରକ୍ଷା ମନାଯାଇ ଆଇନଗତ ସୁରକ୍ଷା ଦିଆଯାଏ।

ଏହି ଘଟଣା ଏକପଟେ ମଣିଷର ସାହସ ଓ ଆତ୍ମସଂରକ୍ଷଣ ବୋଧକୁ ଦେଖାଏ, ଅନ୍ୟପଟେ ଆମକୁ ମନେପକାଏ — ବନ୍ୟଜୀବ ସହ ମଣିଷର ସମ୍ପର୍କ ସତର୍କତା ଓ ସମ୍ମାନରେ ଆଧାରିତ ହେବା ଦରକାର।

Want your public figure to be the top-listed Public Figure in Jajpur?
Click here to claim your Sponsored Listing.

Telephone

Website

Address

Bari
Jajpur
755027