Writer Saroj
Contact information, map and directions, contact form, opening hours, services, ratings, photos, videos and announcements from Writer Saroj, Writer, At-Khanduali , Ps-Radhakishorpur , Po-khuntuni Block/Athgarh , Dist/Cuttack , Odisha, Cuttack.
ମୁଁ ସରୋଜ କୁମାର ସାହୁ। ଓଡ଼ିଆ ଭାଷାରେ ଜଣେ ସାମାନ୍ୟ ଲେଖକ। କବିତା ଓ ଗଳ୍ପ ମୋର ଭାରି ପ୍ରିୟ। ମୋର ନିଜସ୍ବ କବିତା ,ଗଳ୍ପ କୁ ମୁଁ ଏହି page ରେ ପୋଷ୍ଟ କରିବାକୁ ଯାଉଛି। ସମସ୍ତେ ବନ୍ଧୁ ଏବଂ ମୋର ଗୁରୁଜନମାନେ ମୋତେ ଆର୍ଶୀବାଦ କରନ୍ତୁ।ଦେବୀ ବୀଣାପାଣୀଙ୍କ ଚରଣରେ ମୋର ଏତିକି ପ୍ରାର୍ଥନା।
04/07/2026
03/07/2026
ବରଷା
,,,,,,,,,,,
ଝିପିରି ଝିପିରି ବରଷା ଝିଟାରେ
ରାସ୍ତା ଘାଟ ବିଲ ଗହୀର ପାଟ
ମାଟି ଚାଳଘର କିଇ ବା ମାନୁଛି
ଯେତେଥର ତାକୁ ଦେଲେ କବାଟ।
ସରୋଜ ✍️
02/07/2026
ଲଘୁଚାପ
,,,,,,,,,,,,,,,,
ଉଇଁଲେ ସୁରୁଜ ଦିଶୁନି କିରଣ
ଛାଇପରି ଦିଶେ ଆକାଶ ସାରା
ଗାଆଁର ଗହୀର ସତେକି ତୋରଣ
ଝିପି ଝିପି ମେଘ ଭିଜାଏ ପରା।
ସାରଦ ବିଲରେ ହସେ ତଳିଘେରା
ଚଷାର ଭରସା ଝଲସେ ଆଜି
ସବୁଜ ପତର ଦିଶେ ଚକ ଚକ
ତୁହାକୁ ତୁହା ସେ ବର୍ଷାରେ ଭିଜି।
ଫସଲ କିଆରି ଲହଡ଼ି ଭାଙ୍ଗଇ
ବାଟସାରା ଘାସ ଝଲସେ ମୋତି
ଭିଜା ମାଟିର କି ଅପୂର୍ବ ଗୁଞ୍ଜନ
ଗୁଣୁଗୁଣୁ ଗାଏ ନିରବ ଗୀତି।
ବାଟ ତ ଦିଶେନି ବରଷା ସୁଅରେ
କେ କଟକଟ ବେଙ୍ଗୁଲି ଡାକେ
ହିଡ ଭାଙ୍ଗି ସୁଅ ହୁଅଇ ପ୍ରଖର
ମେଘ ଲୁଚିଯାଏ ବାଦଲ ଫାଙ୍କା।
ସରୋଜ କୁମାର ସାହୁ ✍️
ଆଠଗଡ, କଟକ
ମଦ ପିଇ କିଏ
01/07/2026
ମେଘ
,,,,,,,,,,,,,,
କିଛି ମେଘ
ଘରର ମଥାନ ଉପରେ
ଖୁବ୍ ବର୍ଷି
ଖସିପଡ଼େ ତଳକୁ
କଣା ବାଟେ, ଟପ୍ ଟପ୍ ହୋଇ
ଓଦା କରି ମାଟି ଦାଉ ସାଜେ ଦୁଃଖରେ।
କିଛି ମେଘ
ରାସ୍ତାରୁ ଲିଭାଇ ଦିଏ ଅତୀତ
ଧୋଇଦେଇ
କାଠି କୁଟା ଧୂଳି ପାଦ ଚିହ୍ନକୁ
ଲେଖିଚାଲେ ଅଦୃଶ୍ୟ ରେଖାମାନ।
କିଛି ମେଘ
ତା ଶୁଖା ଓଠରେ ହସଭରି
ଦିଏ ଅନୁଭବର ମିଠା ଛୁଆଁ
ଭିଜେଇ ତା ଦେହର ଶୁଷ୍କ ତନୁକୁ
ଅଜାଡି ଦିଏ ଚମକତା।
କିଛି ମେଘ
ପ୍ରିୟାର ଗାଆଁ ଦେଇ
ବହିଯାଏ ନଈ ବାଟେ
ଓଦା ଓଦା କଅଁଳ ପାଦକୁ
ଚୁମିବାକୁ ଥରୁଟେ
ଅପେକ୍ଷା କରି ସକାଳ ସଞ୍ଜ ରାତିକୁ।
ସରୋଜ କୁମାର ସାହୁ ✍️
ଆଠଗଡ, କଟକ
#ସାୟରୀ
29/06/2026
ଏକପଦୀ
,,,,,,,,,,,,,
ରତନ ବେଦୀରୁ ଓହ୍ଲାଇ କାଳିଆ
ଭାଇ ଭଉଣୀ ସଙ୍ଗତେ ଆସି
ସ୍ନାନ ମଣ୍ଡପରେ ସ୍ନାନ କରୁଛନ୍ତି
ଚର୍ତୁଧା ମୁରତି ସଙ୍ଗତେ ମିଶି।
ସରୋଜ ✍️
ପାଚିଲା ପଣୁସ #ସାୟରୀ
ଏକପଦୀ
,,,,,,,,,,,,,,,
ଆକାଶେ ମେଘ ଗରଜି ଉଠିଲେ
ବିଜୁଳି ଦିଅଇ ଥରାଇ ଛାତି
ସୁ ସୁ ବହି ପବନ ଦୂରରୁ
ମାଡ଼ି ଆସେ ଘନ ରାତି।
ସରୋଜ ✍️
28/06/2026
"ଶିଶୁ କବିତା"
ନେଉଳ ଛୁଆ..................
ସରୋଜ କୁମାର ସାହୁ
ପୋଶିଛି ଗୋଟେ ନେଉଳ ଛୁଆ
ନାଆଁଟି ତାର ମୋତି
ଖୁଆଇ ଦିଏ ଯତନେ ତାକୁ
ସକାଳ ସଞ୍ଜ ରାତି ।
ଅଝଟ କେବେ ହୁଏନି ଥରେ
ଆନନ୍ଦେ ସବୁ ଖାଏ
କ୍ଷୀର ଭାତଠୁ ମାଛ ଶୁଖୁଆ
ଯେବେବି ଯାହା ଦିଏ ।
କୌତୁକିଆ ଲାଗଇ ଭାରି
ମୁହଁଟି ତାର ବେଶି
ସାପ ବେଙ୍ଗକୁ ଦୂରରୁ ଦେଖି
ଆସଇ ବେଗେ ମିଶି ।
ପଞ୍ଜୁରୀ ତାର ଭାରି ସୁନ୍ଦର
ରଙ୍ଗଟି ଅଟେ ନାଲି
ବାଡି ବଗିଚା ଅଗଣା ଘର
ବୁଲଇ ମନ ଖୋଲି ।
ପାଦରେ ବନ୍ଧା ଛୋଟ ଘୁଙ୍ଗୁର
ଥରକୁ ଥରକୁ ବାଜେ
ରୁଣୁଝୁଣୁ ତାର ଶବଦ ଶୁଣି
ଖୁସିରେ ମନ ହଜେ ।
ଚିହ୍ନିବା ଲୋକ ଦେଖିଲେ ଆପେ
ଲାଞ୍ଜ ହଲାଇ ଖେଳେ
ନାଆଁ ଧରିକି ଦେଲେ ଆଉଁସି
ଶୁଅଇ ଆସି କୋଳେ ।
ସରୋଜ କୁମାର ସାହୁ
ଖୁଣ୍ଟୁଣୀ.ଆଠଗଡ଼ .କଟକ
୯୩୪୮୫୭୫୨୨୪
Click here to claim your Sponsored Listing.
Category
Website
Address
Cuttack
754029